Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜନବସତି ବିହୀନ ଉଡାବାଲି ଦ୍ୱୀପରେ ଜାତୀୟ ପତାକା ଉତ୍ତୋଳନ କଲେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ
ଆଜିର ଖବର

ଜନବସତି ବିହୀନ ଉଡାବାଲି ଦ୍ୱୀପରେ ଜାତୀୟ ପତାକା ଉତ୍ତୋଳନ କଲେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ

January 22, 2026No Comments3 Mins Read
Share Facebook Twitter LinkedIn Email WhatsApp Copy Link
ଜନବସତି ବିହୀନ ଉଡାବାଲି ଦ୍ୱୀପରେ ଜାତୀୟ ପତାକା ଉତ୍ତୋଳନ କଲେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ
ଜନବସତି ବିହୀନ ଉଡାବାଲି ଦ୍ୱୀପରେ ଜାତୀୟ ପତାକା ଉତ୍ତୋଳନ କଲେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ

ଭୁବନେଶ୍ଵର: ୭୭ତମ ସାଧାରଣତନ୍ତ୍ର ଦିବସ ଅବ୍ୟବହିତ ପୂର୍ବରୁ ଓଡ଼ିଶା ପୋଲିସ ପକ୍ଷରୁ ଆଜି ଭଦ୍ରକ ଜିଲ୍ଲା ଅନ୍ତର୍ଗତ ଧାମରା ବନ୍ଦର ନିକଟସ୍ଥ ଜନବସତି ବିହୀନ ଉଡାବାଲି ଦ୍ୱୀପରେ ଜାତୀୟ ପତାକା ଉତ୍ତୋଳନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।

ଏହି ଅବସରରେ ଆୟୋଜିତ ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ଦେଶର ଉପକୂଳ ସୁରକ୍ଷାରେ ନିରନ୍ତର ସେବା ଯୋଗାଉଥିବା ସୁରକ୍ଷା ବାହିନୀଙ୍କ ସାହସ, ତ୍ୟାଗ ଓ କର୍ତ୍ତବ୍ୟନିଷ୍ଠା ପ୍ରତି କୃତଜ୍ଞତା ପ୍ରକାଶ କରିଛନ୍ତି।

ଏହି ଅବସରରେ ସମୁଦ୍ର ତଟ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସଶକ୍ତ ଓ ଆଧୁନିକ କରିବା ପାଇଁ ଓଡ଼ିଶା ପୋଲିସ ତରଫରୁ ଦୀର୍ଘମିଆଦି ଯୋଜନା ଆରମ୍ଭ କରାଯାଇଛି ବୋଲି ଡିଜିପି ସୂଚନା ଦେଇଥିଲେ। ଏଥି ନିମନ୍ତେ ଚଳିତ ବର୍ଷ ରାଜ୍ୟ ସରକାର ବାର୍ଷିକ ବଜେଟରେ ୧୪୯ କୋଟି ଟଙ୍କା ମଞ୍ଜୁର କରିଛନ୍ତି ବୋଲି କହିଥିଲେ। ଉକ୍ତ ଅର୍ଥରାଶିକୁ ବିନିଯୋଗ କରି ସାମୁଦ୍ରିକ ପାଟ୍ରୋଲିଂ ପାଇଁ ଯନ୍ତ୍ର ଚାଳିତ ବୋଟ, ଟ୍ରଲର, ପ୍ରତ୍ୟେକ ସାମୁଦ୍ରିକ ଥାନା ପାଇଁ ଡ୍ରୋନ, ନୌସେନା ବିଶେଷଜ୍ଞ ଓ ବୈଷୟିକ ପରାମର୍ଶଦାତାଙ୍କୁ ନିୟୋଜନ, ମାଛ ଧରା ଅବତରଣ କେନ୍ଦ୍ରରେ ସ୍ୱତନ୍ତ୍ର ସାମୁଦ୍ରିକ ପୋଲିସ ଅଧିକାରୀଙ୍କୁ ନିୟୋଜିତ କରିବା ଏବଂ ସମସ୍ତ ସାମୁଦ୍ରିକ ଥାନା ଗୁଡିକରେ କମ୍ୟୁନିଟି ପୋଲିସିଂ ଭଳି କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଉଛି ବୋଲି ସେ କହିଥିଲେ।

ଏହା ସହିତ ମାଛ ଧରା କେନ୍ଦ୍ରଗୁଡ଼ିକରେ CCTV କ୍ୟାମେରା ସ୍ଥାପନ କରାଯିବା ସହ ସାମୁଦ୍ରିକ ପୋଲିସ ଥାନାଗୁଡିକରେ ନିୟନ୍ତ୍ରଣ କେନ୍ଦ୍ର ପ୍ରତିଷ୍ଠା କରିବାକୁ ପଦକ୍ଷେପ ନିଆଯାଉଛି। ଏହି ସମସ୍ତ ବ୍ୟବସ୍ଥାକୁ ଭୁବନେଶ୍ୱରର ଏକ ଅତ୍ୟାଧୁନିକ କମାଣ୍ଡ ଓ କଣ୍ଟ୍ରୋଲ ସେଣ୍ଟର ସହ ଯୋଡ଼ାଯିବ ଏବଂ ଆଗାମୀ ଦିନରେ ଏହା ମହତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ଡିଜିପି କହିଥିଲେ। ଉପକୂଳ ସୁରକ୍ଷାକୁ ସଶକ୍ତ କରିବାକୁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିଥିବାରୁ ସେ ରାଜ୍ୟ ସରକାରଙ୍କୁ କୃତଜ୍ଞତା ପ୍ରକାଶ କରିଥିଲେ।

ଜନବସତି ବିହୀନ ଉପକୂଳ ଦ୍ୱୀପଗୁଡ଼ିକରେ ଜାତୀୟ ପତାକା ଉତ୍ତୋଳନ କରାଯିବା ମାଧ୍ୟମରେ ଦେଶର ଭୂମି, ସମୁଦ୍ର ଓ ସମ୍ପ୍ରଭୁତା ପ୍ରତି ଓଡ଼ିଶା ପୋଲିସର ଅତୁଟ ସଙ୍କଳ୍ପ ଓ ଦୃଢ଼ ଆସ୍ଥା ପ୍ରତିବିମ୍ବିତ ହେଉଛି। ଏହା ସହିତ ଓଡ଼ିଶା ପୋଲିସର ଉପକୂଳ ସୁରକ୍ଷା ପ୍ରତି ଅତୁଟ ସଂକଳ୍ପକୁ ଏହି ପଦକ୍ଷେପ ପ୍ରତିବିମ୍ବିତ କରୁଛି ବୋଲି ଡିଜିପି ଶ୍ରୀ ଖୁରାନିଆ ସୂଚନା ଦେଇଛନ୍ତି।

ଏହି ଅବସରରେ କାର୍ଯ୍ୟକ୍ରମକୁ ସଫଳ କରିବାରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିବା ଭାରତୀୟ ନୌସେନା, ଭାରତୀୟ ଉପକୂଳ ସୁରକ୍ଷା, ଶୁଳ୍କ ବିଭାଗ, ରାଜ୍ୟ ପୋଲିସ, ରାଜ୍ୟ ସରକାରଙ୍କ ମତ୍ସ୍ୟ ବିଭାଗ, ଗୁଇନ୍ଦା ବିଭାଗ, ଜଙ୍ଗଲ ବିଭାଗ, ସ୍ଥାନୀୟ ବାସିନ୍ଦା ଏବଂ ମତ୍ସ୍ୟଜୀବୀଙ୍କୁ ଡିଜିପି ଧନ୍ୟବାଦ ଜଣାଇଥିଲେ।

ଉଲ୍ଲେଖଯୋଗ୍ୟ ଯେ, ୨୦୨୪ ମସିହା ନଭେମ୍ବର ମାସରେ ଓଡ଼ିଶାରେ ଆୟୋଜିତ ସର୍ବଭାରତୀୟ ଆରକ୍ଷୀ ମହାନିର୍ଦ୍ଦେଶକ ସମ୍ମିଳନୀ ଅବସରରେ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉପକୂଳ ରାଜ୍ୟଗୁଡ଼ିକର ଜନବସତି ବିହୀନ ଦ୍ୱୀପଗୁଡ଼ିକରେ ସାଧାରଣତନ୍ତ୍ର ଦିବସ କିମ୍ବା ତାହା ପୂର୍ବ ଦିନ ଜାତୀୟ ପତାକା ଉତ୍ତୋଳନ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ପ୍ରଧାନମନ୍ତ୍ରୀଙ୍କ ଏହି ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବା ନିମନ୍ତେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡ଼ିଶାର ଜନବସତି ବିହୀନ ଉପକୂଳ ଦ୍ୱୀପକୁ ଚିହ୍ନଟ କରି ସେଠାରେ ଜାତୀୟ ପତାକା ଉତ୍ତୋଳନ କରିବା ପାଇଁ ଡିଜିପି ଯୋଗେଶ ବାହାଦୁର ଖୁରାନିଆଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ସେହି ଅନୁଯାୟୀ ଆଗାମୀ ତିନି ଦିନ ମଧ୍ୟରେ କନିକା ସ୍ୟାଣ୍ଡସ , ଲଙ୍ଗ ହ୍ଵିଲର (ବାବୁବାଲି), କୋକୋନଟ ହ୍ଵିଲର, ସ୍ମଲ ହ୍ଵିଲର, ନୟାଟାପୁ, ବୁଦ୍ଧିଆବାଲି, କେନ୍ଦ୍ରାପଡ଼ା ଜିଲ୍ଲାର ହୁକିଟୋଲା ଦ୍ଵୀପ, କାଦୁଆପାଳ, ଧାନୀଛଡା ଏବଂ ପୁରୀ ଜିଲ୍ଲାର ପାରିକୁଦ, ନଳବଣ, କାଳିଜାଇ ଦ୍ଵୀପରେ ଜାତୀୟ ପତାକା ଉତ୍ତୋଳନ ନିମନ୍ତେ ଯୋଜନା ରହିଛି।

ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ରେଳବାଇ ଓ ଉପକୂଳ ସୁରକ୍ଷା) ଅରୁଣ ବୋଥ୍ରା, ଡିଆଇଜି (ପୂର୍ବାଞ୍ଚଳ) ପିନାକ ମିଶ୍ର, ଭଦ୍ରକ ଏସପି ମନୋଜ ରାଉତ, ଏଆଇଜି (ମେରାଇନ) ସତ୍ୟଜିତ ମିଶ୍ରଙ୍କ ସମେତ ବହୁ ବରିଷ୍ଠ ପୋଲିସ ଅଧିକାରୀ, ଉପକୂଳ ସୁରକ୍ଷା ବିଭାଗର କର୍ମଚାରୀ ଓ ପ୍ରତିନିଧିମାନେ ଉପସ୍ଥିତ ରହିଥିଲେ।

ଉଡାବାଲି ଦ୍ୱୀପ ଓଡିଶା ପୋଲିସ ଜାତୀୟ ପତାକା ଉତ୍ତୋଳନ ଧାମରା ବନ୍ଦର ଭଦ୍ରକ ଜିଲ୍ଲା ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ସାଧାରଣତନ୍ତ୍ର ଦିବସ
Share. Facebook Twitter LinkedIn Email WhatsApp Copy Link

Related Posts

ଉନବିଂଶତମ ମୁମ୍ବାଇ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ଉଦଯାପିତ

June 22, 2026

ବିସ୍ତୃତ ରାଶିଫଳ: ଜୁନ ୨୨ ତାରିଖ ସାତୋଟି ରାଶିର ଲୋକେ ହେବେ ଲକ୍ଷପତି

June 22, 2026

ଦୁର୍ଘଟଣାଗ୍ରସ୍ତ ଓଡ଼ିଆ ଶ୍ରମିକ ମାନଙ୍କ ସହାୟତା ପାଇଁ ୩ ବରିଷ୍ଠ ଅଧିକାରୀଙ୍କ ତାମିଲନାଡୁ ଗସ୍ତ

June 21, 2026

ଛାତ୍ରୀ ମୃତ୍ୟୁ ଘଟଣାରେ ବୟଫ୍ରେଣ୍ଡ ଗିରଫ

June 21, 2026
Latest News

ଉନବିଂଶତମ ମୁମ୍ବାଇ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ଉଦଯାପିତ

June 22, 2026

ପୁଣି କଂଗ୍ରେସର ମତଠାରୁ ଭିନ୍ନ!: ଜମ୍ମୁ କାଶ୍ମୀର ସମ୍ପର୍କରେ ବଡ଼ ବିବୃତ୍ତି ଦେଲେ ଶଶି ଥରୁର

June 22, 2026

ବିସ୍ତୃତ ରାଶିଫଳ: ଜୁନ ୨୨ ତାରିଖ ସାତୋଟି ରାଶିର ଲୋକେ ହେବେ ଲକ୍ଷପତି

June 22, 2026

ଦୁର୍ଘଟଣାଗ୍ରସ୍ତ ଓଡ଼ିଆ ଶ୍ରମିକ ମାନଙ୍କ ସହାୟତା ପାଇଁ ୩ ବରିଷ୍ଠ ଅଧିକାରୀଙ୍କ ତାମିଲନାଡୁ ଗସ୍ତ

June 21, 2026

ଛାତ୍ରୀ ମୃତ୍ୟୁ ଘଟଣାରେ ବୟଫ୍ରେଣ୍ଡ ଗିରଫ

June 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.