ପୁରୀ: ଆଜିଠୁ ଆରମ୍ଭ ହୋଇଛି ରଥ ନିର୍ମାଣ କାର୍ଯ୍ୟ। ଗତକାଲି ଅକ୍ଷୟ ତୃତୀୟାରେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ରଥକାଠ ଅନୁକୂଳ ହୋଇଥିଲା। ଚଳିତ ବର୍ଷ ରଥଯାତ୍ରା ସମୟରେ ଯୋଡା ଜ୍ୟେଷ୍ଠ ମାସ ପଡୁଥିବାରୁ ରଥ ନିର୍ମାଣ କାର୍ଯ୍ୟ ପାଇଁ ଅଧିକ ଏକମାସ ସମୟ ମିଳିବ। ରଥଖଳାରେ ଆଜି ତିନିରଥ ପାଇଁ ତିନୋଟି ତୁମ୍ବ କାର୍ଯ୍ୟ ଆରମ୍ଭ ହୋଇଛି। ସେହିପରି କାଲିଠାରୁ ମହାପ୍ରଭୁଙ୍କ ଚାପ ଯାତ୍ରା ଆରମ୍ଭ ହୋଇଛି । ଭକ୍ତଙ୍କ ସୁରକ୍ଷା ନେଇ ପୁରୀ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।


