Categories
ଆଜିର ଖବର ଧର୍ମ ରାଜ୍ୟ ଖବର ସଂସ୍କୃତି

ସାତ ଦେବାଦେବୀଙ୍କୁ ସାଥିରେ ଧରି ଭଉଁରୀ ଖେଳିଲେ ମା’ ଭଗବତୀ

ସୀତାରାମ ଅଗ୍ରୱାଲ

ବାଣପୁର: ଅକ୍ଷୟ ତୃତୀୟାଠାରୁ ଆରମ୍ଭ ମା’ ଭଗବତୀଙ୍କ ଚନ୍ଦନ ଯାତ୍ରା ଗତକାଲି ଭଉଁରିରେ ଶେଷ ହୋଇଛି। ଶ୍ରୀକ୍ଷେତ୍ରରେ ବାରମାସରେ ତେର ଯାତ ପରି ଶକ୍ତି କ୍ଷେତ୍ର ବାଣପୁରରେ ମା’ଭଗବତୀଙ୍କ ଯାତ୍ରା ପରମ୍ପରା ମଧ୍ୟରୁ ଚନ୍ଦନ ଯାତ୍ରା ଅନନ୍ୟ। ଚନ୍ଦନ ଯାତ୍ରାର ଶେଷ ତିନିଦିନ ମା’ ସାଥିରେ ଚନ୍ଦ୍ରଶେଖରଦେବ,ଗୋପୀନାଥ ଦେବ ଓ ଶ୍ରୀ ରଙ୍କନାଥ ଦେବଙ୍କୁ ସାଥିରେ ନେଇ ବାଣପୁର ନିକଟ ଗୋପାଳପୁର ଶାସନ ମାଜଣା ପୋଖରୀକୁ ବାଣ ରୋଷଣୀ, ଥାଟ ପଟୁଆରରେ ଯାତ୍ରା କଲାବେଳେ ଅଗଣିତ ଶ୍ରଦ୍ଧାଳୁଙ୍କ ହରିବୋଲ ହୁଳହୁଳି ଧ୍ଵନୀ ସହ ଚାପକୁ ବିଜେ କରିବାର ଦୃଶ୍ୟ ଅତ୍ୟନ୍ତ ମନୋମୁଗ୍ଧକର।

ଗୋପାଳପୁର ଶାସନ ବିଜେ ବାବା ବାଲୁଙ୍କେଶ୍ଵର ଦେବ, ବାବା କପିଳେଶ୍ଵର ଦେବ, ବାବା ନୀଳକଣ୍ଠେଶ୍ଵର ଦେବ, ମା’କନକ ଦୁର୍ଗା ଓ ଶ୍ରୀଗୋପୀନାଥ ଦେବଙ୍କ ସ୍ଵାଗତପରେ ମା’ ଭଗବତୀ ମାଜଣା ଚକଡାରେ ବିଜେ କଲା ପରେ ଶୀତଳ ମଣୋହୀ ଲାଗି ହୋଇଥିଲା।

ଆଳତୀ ବନ୍ଦାପନା ପରେ ମା’ ଚାପରେ ବିଜେ କରିଥିଲେ। ଏକୋଇଶି ଥର ଜଳକ୍ରୀଡାରେ ମାଜଣା ପୋଖରୀ ପରିକ୍ରମା କଲାପରେ ମା’ ଚନ୍ଦନ ମଣ୍ଡପକୁ ବିଜେ କରିଥିଲେ। ସେଠାରେ ପନ୍ତିଭୋଗ ଲାଗି ହେଲା ପରେ ମା’ ଜଳ ସ୍ପର୍ଶ କରି ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଥିଲେ।

ଅଗଣିତ ଶ୍ରଦ୍ଧାଳୁ ମା’ଙ୍କ ଏହି ଅପୂର୍ବ ଚାପ ଯାତ୍ରା ଦର୍ଶନ କରି ନିଜକୁ ଧନ୍ୟ ମନେ କରିଥିଲେ। ଏହି ଉପଲକ୍ଷେ ଗୋପାଳପୁର ଶାସନରେ ରାତିସାରା ଭଜନ ସମାରୋହ, ରାମ ନାଟକ ପରି ସାଂସ୍କୃତିକ କାର୍ଯ୍ୟକ୍ରମ ଚନ୍ଦନଯାତ୍ରାକୁ ଆହୁରି ସରସ ସୁନ୍ଦର କରିଥିଲା। ଶ୍ରୀ ଶ୍ରୀ ଦକ୍ଷେଶ୍ଵର ଭଗବତୀ ଦେବୋତ୍ତର କାର୍ଯ୍ୟାଳୟ ଓ ଗୋପାଳପୁର ଶାସନ ଗ୍ରାମବାସୀ ମିଳିତ ଭାବରେ ଏହାକୁ ପରିଚାଳନା କରିଥିଲେ।

Categories
ଫଟୋ ଖବର

ପୁରୀରେ ଚନ୍ଦନଯାତ୍ରା ଉପଲକ୍ଷେ ନରେନ୍ଦ୍ର ପୁଷ୍କରଣୀରେ ଚାଲିଛି ପ୍ରଭୃଙ୍କ ବିଭିନ୍ନ ନିତିକାନ୍ତି

ବାହାର ଚନ୍ଦନ ଯାତ୍ରା ଉପଲକ୍ଷେ ନରେନ୍ଦ୍ର ପୁଷ୍କରିଣୀ ଓ ଚନ୍ଦନ ମଣ୍ଡପଠାରେ ବିଭିନ୍ନ ନୀତିକାନ୍ତି ଅନୁଷ୍ଠିତ ହେଉଥିବାର କିଛି ସୁନ୍ଦର ଦୃଶ୍ୟ

Categories
ଆଞ୍ଚଳିକ

ଚନ୍ଦନଯାତ୍ରା ପାଇଁ ଜଗତସିଂହପୁର ଜିଲ୍ଲାର ଧର୍ମାନୁଷ୍ଠାନ ମାନଙ୍କରେ ୧୪୪ ଧାରା ଜାରୀ

ରମେଶ ମହାନ୍ତି

ଜଗତସିଂହପୁର: କରୋନା ଭୁତାଣୁର ଦୃତ ସଂକ୍ରମଣ ଏବଂ ପୂର୍ବ ବର୍ଷ ମାନଙ୍କରେ ଚନ୍ଦନ ଯାତ୍ରା ପର୍ବରେ ହୋଇଥିବା ଜନସମାଗମକୁ ଦୃଷ୍ଟିରେ ରଖି ଜଗତସିଂହପୁର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଜିଲ୍ଲାର ବିଭିନ୍ନ ଧର୍ମାନୁଷ୍ଠାନ ମାନଙ୍କରେ ଚନ୍ଦନ ଯାତ୍ରା ପର୍ବ ନିମନ୍ତେ ୧୪୪ ଧାରା ଜାରୀ କରିଛନ୍ତି। ଏହି ୧୪୪ ଧାରା ଚଳିତ ମାସ ୨୬.୦୪.୨୦୨୦ରିଖରୁ ୦୩.୦୫.୨୦୨୦ ରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ। ସଂପୃକ୍ତ ମନ୍ଦିର ପରିସର ଓ ଆଖପାଖ ଅଞ୍ଚଳ ସମେତ ଚନ୍ଦନ ଯାତ୍ରା ପୋଖରୀ ନିକଟରେ ୪ ଜଣରୁ ଅଧିକ ଲୋକ ଏକାଠି ହୋଇପାରିବେ ନାହିଁ। କନକପୁର ମା’ଶାରଳାଙ୍କ ମନ୍ଦିର, ତିର୍ତ୍ତୋଲ ଅରିଲୋ ଶିଶୁ ଅନନ୍ତ ଆଶ୍ରମ, ପାରାଦ୍ୱୀପ ମ୍ୟୁନିସିପାଲିଟିର ମଧୁବନ ଜଗନ୍ନାଥ ମନ୍ଦିର, ଏରସମା ତହସିଲ୍ ଅଞ୍ଚଳର ଗଡକୁଜଙ୍ଗ ଜଗନ୍ନାଥ ମନ୍ଦିର, ପଞ୍ଚପଲ୍ଲୀ ଗ୍ରାମେଶ୍ୱର ମନ୍ଦିର , ସରବନ୍ତ ଜଗନ୍ନାଥ ମନ୍ଦିର, ଗୋଡା ର ସାହାଡାବେଦୀ ଶ୍ରୀ ବୃନ୍ଦାବନ ବିହାରୀଜୀୟୁ ମନ୍ଦିର ଏବଂ ନାଉଗାଁ ତହସିଲ୍ ଅଞ୍ଚଳର ଗାରୋଇ ଜଗନ୍ନାଥ ମନ୍ଦିର, ନୀଳକଣ୍ଠେଶ୍ଵର ମହାଦେବ ମନ୍ଦିର,କୋରୁଅ , ଗୋଠଦା ମଠ, ଗୋଠଦା,ଚାନ୍ଦପୁରା ଜଗନ୍ନାଥ ମନ୍ଦିର, ଅଲଣା -(।।) ଜଗନ୍ନାଥ ମନ୍ଦିର ଆଖପାଖରେ ୧୪୪ ଧାରା ଜାରୀ କରାଯାଇଛି। ଏହାର ଅବମାନନା କଲେ ଆଇନ୍ ଅନୁଯାୟୀ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଜିଲ୍ଲାର ସର୍ବସାଧାରଣଙ୍କ ଅବଗତି ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଚଳିତ ବର୍ଷ ହେବନି ମହାପ୍ରଭୁ ଲିଙ୍ଗରାଜଙ୍କ ଚନ୍ଦନ ଯାତ୍ରା

ଭୁବନେଶ୍ବର : କରୋନା ପାଇଁ ଚଳିତ ବର୍ଷ ମହାପ୍ରଭୁ ଲିଙ୍ଗରାଜଙ୍କ ଚନ୍ଦନ ଯାତ୍ରା । ଆସନ୍ତା 26 ତାରିଖରେ ହେବାକୁ ଥିବା ଚନ୍ଦନ ଯାତ୍ରା ବନ୍ଦ ଘୋଷଣା । ଶ୍ରୀଲିଙ୍ଗରାଜ ମନ୍ଦିର କାର୍ଯ୍ୟାଳୟ ପକ୍ଷରୁ ବନ୍ଦ ଘୋଷଣା । 5ରୁ କମ୍‌ ସେବକଙ୍କୁ ନେଇ ଆୟୋଜନ ସମ୍ଭବ ନଥିବାରୁ ଚନ୍ଦନ ଯାତ୍ରାକୁ ଚଳିତ ବର୍ଷ ବନ୍ଦ କରାଯିବାକୁ  ନିଷ୍ପତ୍ତି ନିଆଯାଇଛି  । ପୂର୍ବଭଳି ଶ୍ରୀଜୀଉଙ୍କ ଅନ୍ୟାନ୍ୟ ସମସ୍ତ ନୀତିକାନ୍ତି ଚାଲୁ ରଖିବାକୁ ନିଷ୍ପତ୍ତି । କରୋନା ଯୋଗୁଁ ଚଳିତ ବର୍ଷ ଲିଙ୍ଗରାଜଙ୍କ ପ୍ରସିଦ୍ଧ ରୁକୁଣା ରଥକୁ ସ୍ଥଗିତ ରଖାଯାଇଥିଲା ।