ଝାରସୁଗୁଡା: ତାତିରେ ରେକର୍ଡ ଭାଙ୍ଗିଲା ଝାରସୁଗୁଡା । 44 . 6 ଡିଗ୍ରୀ ସହ ଝାରସୁଗୁଡା ଦେଶର ସବୁଠୁ ଉତ୍ତପ୍ତ ସହର ହୋଇଛି । ତା ପଛକୁ ଢେଙ୍କାନାଳ 43.2 ତାପମାତ୍ରା, 43 ଡିଗ୍ରୀ ଉପରେ ସମ୍ବଲପୁର ରହିଛି। ଓଡିଶାର ପ୍ରାୟ 15ଟି ସହର ପାରଦ ଉପରମୁହାଁ ରହୁଛି ।
ଉପକୂଳରୁ ପଶ୍ଚିମ ସବୁଠି ତାତି କଲବଲ କରୁଛି। ରାଜଧାନୀ ଭୁବନେଶ୍ବରରେ ମଧ୍ୟ 41 ଡିଗ୍ରୀ ଉପରେ ତାପମାତ୍ରା ରହିଛି । ଆହୁରି କିଛିଦିନ ଯାଏଁ ଏପରି ଗ୍ରୀଷ୍ମ ପ୍ରବାହ ରହିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି ।
ଦେଶରେ ତାପମାତ୍ରା ବଢିବାର ମୂଳ କାରଣ ହେଉଛି ଜଳବାୟୁ ପରିବର୍ତ୍ତନ । ଜଙ୍ଗଲ ନଷ୍ଟକୁ ମଧ୍ୟ ଏଥିପାଇଁ ଦାୟୀ କରାଯାଉଛି । କଳକାରଖାନାରୁ ନିର୍ଗତ ଧୂଆଁ ଏହି ପରିସ୍ଥିତିକୁ ଆହୁରି ବଢ଼ାଇଦେଉଛି ।


