Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଚିଲିକା ପୁସ୍ତକ ମେଳାର ତୃତୀୟ ଦିବସ: ପୁସ୍ତକପ୍ରେମୀଙ୍କ ଭରପୁର ଉତ୍ସାହ
ଆଜିର ଖବର

ଚିଲିକା ପୁସ୍ତକ ମେଳାର ତୃତୀୟ ଦିବସ: ପୁସ୍ତକପ୍ରେମୀଙ୍କ ଭରପୁର ଉତ୍ସାହ

April 27, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link

ବାଲୁଗାଁ: ଅପ୍ରେଲ ୨୪ ତାରିଖରୁ ବାଲୁଗାଁ ମହାବିଦ୍ୟାଳୟ ପରିସରରେ ଆରମ୍ଭ ହୋଇଥିବା ପାଞ୍ଚଦିନିଆ ଚିଲିକା ପୁସ୍ତକ ମେଳାର ତୃତୀୟ ଦିବସରେ ମୁଖ୍ୟ ଅତିଥିଭାବେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ସମ୍ମାନିତ ଅତିଥିଭାବେ ଶିଳ୍ପମନ୍ତ୍ରୀ ସମ୍ପଦ ସ୍ୱାଇଁ ଓ ଖୋର୍ଦ୍ଧା ଜିଲ୍ଲାପାଳ ଅମ୍ରିତ ଋତୁରାଜ ଯୋଗଦେଇ ଚିଲିକା ମାଟିର ଉତ୍ତୁଙ୍ଗ ସାରସ୍ୱତ ଓ ସାଂସ୍କୃତିକ ପରମ୍ପରା ଓ ଲେଖକ ମାନଙ୍କ କାଳଜୟୀ ସୃଷ୍ଟି ସମ୍ପର୍କରେ ଅବତାରଣା କରିବା ସହ ଚିଲିକା ମାଟିରେ ପ୍ରଥମ କରି ଅନୁଷ୍ଠିତ ପୁସ୍ତକମେଳାର ବାତାବରଣ ଅଂଚଳର ବୌଦ୍ଧିକ ଗାରିମାକୁ ପ୍ରଭାବିତ କରିବ ବୋଲି ବକ୍ତବ୍ୟ ପ୍ରଦାନ କରିଥିଲେ।

ଏହି ଅବସରରେ ଖୋର୍ଦ୍ଧା, ବୋଲଗଡ ଓ ବେଗୁନିଆ ବ୍ଲକରେ ବକ୍ତୃତା, ପ୍ରବନ୍ଧ ଓ ଚିତ୍ରାଙ୍କନ ପ୍ରତିଯୋଗିତାର ୫୪ ଜଣ କୃତୀ ଛାତ୍ରଛାତ୍ରୀଙ୍କୁ ଅତିଥିମାନେ ଅର୍ଥରାଶି ସହ ସମ୍ବର୍ଦ୍ଧନା କରିଥିଲେ। ପ୍ରଥମ ସ୍ଥାନ ହାସଲ କରିଥିବା ପ୍ରତିଯୋଗୀଙ୍କୁ ୫ ହଜାର ଟଙ୍କା, ଦ୍ଵିତୀୟ ସ୍ଥାନ ହାସଲ କରିଥିବା ପ୍ରତିଯୋଗୀଙ୍କୁ ୩ ହଜାର ଟଙ୍କା ଏବଂ ତୃତୀୟ ସ୍ଥାନ ହାସଲ କରିଥିବା ପ୍ରତିଯୋଗୀଙ୍କୁ ୨ ହଜାର ଟଙ୍କା ଲେଖାଏଁ ମୋଟ ୫୪ ଛାତ୍ରଛାତ୍ରୀଙ୍କୁ ମାନପତ୍ର ସହ ଟ୍ରଫି ପ୍ରଦାନ କରାଯାଇଥିଲା।



ଏହାପରେ ଓଡ଼ିଶାର ବିଶିଷ୍ଟ ସାହିତ୍ୟିକ ଡକ୍ଟର ଅଜୟ ସ୍ୱାଇଁ, ଡକ୍ଟର ରଜନୀ ରଞ୍ଜନ, ଡକ୍ଟର ହିରଣ୍ମୟୀ ମିଶ୍ର, ଡକ୍ଟର ରମାକାନ୍ତ ମହାପାତ୍ର, ଡକ୍ଟର ଇପ୍ସିତା ଷଡ଼ଙ୍ଗୀଙ୍କୁ ଆଇନମନ୍ତ୍ରୀ ଓ ଶିଳ୍ପ ମନ୍ତ୍ରୀ ସମ୍ବର୍ଦ୍ଧିତ କରିଥିଲେ। ମଞ୍ଚରେ ଅନ୍ୟତମ ଅତିଥିଭାବେ ବାଣପୁର ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ, ଚିଲିକା ବ୍ଲକ ଅଧ୍ୟକ୍ଷା ଜ୍ୟୋତ୍ସ୍ନାରାଣୀ ବେହେରା, ବାଣପୁର ଏନଏସି ଅଧ୍ୟକ୍ଷ ମିଟୁ ନାୟକ ଓ ବାଲୁଗାଁ କଲେଜ ଅଧ୍ୟକ୍ଷ ଡକ୍ଟର ଲକ୍ଷ୍ମୀଧର ସୁବୁଦ୍ଧି ଉପସ୍ଥିତ ଥିଲେ। ମଞ୍ଚ ସଂଚାଳନ କରିଥିଲେ ଡକ୍ଟର ମୃତ୍ୟୁଞ୍ଜୟ ରଥ।


କାର୍ଯ୍ୟକ୍ରମରେ ସଭାପତିତ୍ବ କରିଥିଲେ ଶରତ ପାଇକରାୟ ଓ ଧନ୍ୟବାଦ ଅର୍ପଣ କରିଥିଲେ ସମ୍ପାଦକ ଡକ୍ଟର କୈଳାସ ଚନ୍ଦ୍ର ମହାରଣା।

କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଚିଲିକା ସାହିତ୍ୟ ସମାଜ ସଭାପତି ବାଳମୁକୁନ୍ଦ ଦାସ, ପୁସ୍ତକମେଳା ଉପସଭାପତି ସୁବାସ ଚନ୍ଦ୍ର ଶ୍ରୀଚନ୍ଦନ, ଅଧ୍ୟାପକ ଅମ୍ବିକା ପ୍ରସାଦ ସାମନ୍ତରାୟ, ଅଧ୍ୟାପକ ଅକ୍ଷୟ ମିଶ୍ର, ସନ୍ତୋଷ ବଳିୟାରସିଂହ, ହରିହର ତ୍ରିପାଠୀ, ଓ ବାଲୁଗାଁ କଲେଜର ଅଧ୍ୟାପିକା ବୃନ୍ଦ।

bookfair chilikapustakmela knowlege literature
Share. Facebook Twitter LinkedIn Email WhatsApp Copy Link

Related Posts

ନୂତନ ପାସନ ମଡେଲ ଲଞ୍ଚ କଲା ହିରୋ: ୧ ଲିଟରରେ ଚାଲିବ ୭୧ କିମି, ଜାଣନ୍ତୁ ବୈଶିଷ୍ଟ୍ୟ

June 27, 2026

ଜନନାୟକାନ ପ୍ରଯୋଜକଙ୍କୁ ଦିଲ୍ଲୀରେ ନିଯୁକ୍ତ କଲେ ଥଲାପତି ବିଜୟ: ବିରୋଧ କଲେ ବିଜେପି-ଡିଏମକେ

June 27, 2026

ମହାନଦୀ ଜଳ ବିବାଦ: ଆଜି ଟ୍ରିବ୍ୟୁନାଲରେ ଗୁରୁତ୍ୱପୂର୍ଣ୍ଣ ଶୁଣାଣି

June 27, 2026

ପାଲଲହଡାରେ ଚାଞ୍ଚଲ୍ୟ: ଯୁବକଙ୍କ ମୃତଦେହ ବନ୍ଦ କୋଠରୀରୁ ଉଦ୍ଧାର, ହତ୍ୟା ସନ୍ଦେହ

June 27, 2026
Latest News

ନୂତନ ପାସନ ମଡେଲ ଲଞ୍ଚ କଲା ହିରୋ: ୧ ଲିଟରରେ ଚାଲିବ ୭୧ କିମି, ଜାଣନ୍ତୁ ବୈଶିଷ୍ଟ୍ୟ

June 27, 2026

ଜନନାୟକାନ ପ୍ରଯୋଜକଙ୍କୁ ଦିଲ୍ଲୀରେ ନିଯୁକ୍ତ କଲେ ଥଲାପତି ବିଜୟ: ବିରୋଧ କଲେ ବିଜେପି-ଡିଏମକେ

June 27, 2026

ମହାନଦୀ ଜଳ ବିବାଦ: ଆଜି ଟ୍ରିବ୍ୟୁନାଲରେ ଗୁରୁତ୍ୱପୂର୍ଣ୍ଣ ଶୁଣାଣି

June 27, 2026

ପାଲଲହଡାରେ ଚାଞ୍ଚଲ୍ୟ: ଯୁବକଙ୍କ ମୃତଦେହ ବନ୍ଦ କୋଠରୀରୁ ଉଦ୍ଧାର, ହତ୍ୟା ସନ୍ଦେହ

June 27, 2026

ରାମ ମନ୍ଦିରର ଚୋରୀ ମାମଲା: କାହାକୁ ରାବଣ ବୋଲି କହିଲେ ଧୀରେନ୍ଦ୍ର ଶାସ୍ତ୍ରୀ?

June 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.