Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜିତୁ ମୁଣ୍ଡାଙ୍କୁ ମିଳିଲା ସରକାରୀ ସହାୟତା
ଆଜିର ଖବର

ଜିତୁ ମୁଣ୍ଡାଙ୍କୁ ମିଳିଲା ସରକାରୀ ସହାୟତା

May 1, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଜିତୁ ମୁଣ୍ଡା । ମୃତ ଭଉଣୀଙ୍କ ସଞ୍ଚୟ ଟଙ୍କା ଉଠାଇବା ପାଇଁ ଶ୍ମଶାନରୁ ମୃତଦେହ ବାହାର କରି ବ୍ୟାଙ୍କକୁ ଆଣି ସାରା ଦେଶରେ ଆଲୋଡ଼ନ ସୃଷ୍ଟି କରିଥିଲେ । ଜିତୁ ମୁଣ୍ଡା ଏବେ ବର୍ତ୍ତମାନ ସବୁଠି ଆଲୋଚନାର ବିଷୟ। ମାତ୍ର ୨୦୦୦୦ ତାଙ୍କ ବ୍ୟାଙ୍କରୁ ଉଠାଇ ପାରୁନଥିବା ଜିତୁଙ୍କୁ ମିଳିଲା ସମସ୍ତ ସରକାରୀ ସହାୟତା । ଜିତୁଙ୍କୁ ଦିଆନଳୀ ଘରକୁ ବିଦ୍ୟୁତ ସଂଯୋଗ ଦେବା ସହିତ ବାର୍ଦ୍ଧକ୍ୟ ଭତ୍ତା ସହ ଖାଦ୍ୟ ସୁରକ୍ଷା ଯୋଜନାରେ ୩୫ କେଜି ଲେଖାଏଁ ଚାଉଳ ମିଳିବ ।

ଉଲ୍ଲେଖନୀୟ ଯେ ଓଡ଼ିଶା କେନ୍ଦୁଝର ଜିଲାର ମଲ୍ଲିପଶି ଅଞ୍ଚଳର ବାସିନ୍ଦା ଜିତୁ ମୁଣ୍ଡା ତାଙ୍କ ମୃତ ଭଉଣୀଙ୍କ ଆକାଉଣ୍ଟରୁ ଟଙ୍କା ଉଠାଇବା ପାଇଁ ବ୍ୟାଙ୍କକୁ ଯାଇଥିଲେ, କିନ୍ତୁ ବ୍ୟାଙ୍କ କର୍ମଚାରୀମାନେ ପ୍ରମାଣ ମାଗିଥିଲେ। ପୂର୍ବରୁ ଭଉଣୀଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ଜିତୁ ତାଙ୍କ ଭଉଣୀଙ୍କ କଙ୍କାଳ ସହିତ ସିଧାସଳଖ ବ୍ୟାଙ୍କକୁ ଯାଇଥିଲେ, ଯାହା ଏକ ହୃଦୟବିଦାରକ ଦୃଶ୍ୟ ସୃଷ୍ଟି କରିଥିଲା। ଘଟଣା ପରେ, ପ୍ରଶାସନିକ ସ୍ତରରେ ମାମଲା ଉଗ୍ରରୂପ ନେଇଥିଲା। ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ, ଜିତୁ ତାଙ୍କ ଟଙ୍କା ଫେରି ପାଇଥିଲେ। କେବଳ ଏତିକି ନୁହେଁ, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଆରଡିସିଙ୍କ ଦ୍ୱାରା ଏକ ତଦନ୍ତ ମଧ୍ୟ କରାଯାଇଥିଲା, ଯେଉଁଥିରେ ବ୍ୟାଙ୍କ କର୍ମଚାରୀଙ୍କ ଅବହେଳା ସାମ୍ନାକୁ ଆସିଥିଲା।

ଘଟଣା ସାମ୍ନାକୁ ଆସିବା ପରେ ଫିଜିକ୍ସ ୱାଲା (ପିଡବ୍ଲୁ) ଏବଂ ବିଶ୍ୱବିଦ୍ୟାଳୟର ସିଇଓ ଅଳଖ ପାଣ୍ଡେ ଜିତୁ ମୁଣ୍ଡାଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି। ସେ ଜିତୁଙ୍କୁ ଅନଲାଇନରେ ୧୦ ଲକ୍ଷ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ଏହା ବ୍ୟତୀତ, ଦୁଇ ପୂର୍ବତନ କଂଗ୍ରେସ ପିସିସି ସଭାପତି ମଧ୍ୟ ବ୍ୟାଙ୍କ ପରିଦର୍ଶନ କରି ଜିତୁ ମୁଣ୍ଡାଙ୍କୁ ୨୪,୦୦୦ ଟଙ୍କା ସହାୟତା ପ୍ରଦାନ କରିଥିଲେ।

ତେବେ ଏଠି ପ୍ରଶ୍ନ ଉଠୁଛି ଯେ ଜିତୁ ମୁଣ୍ଡା କେବଳ ଏକମାତ୍ର ବ୍ୟକ୍ତି ନୁହନ୍ତି ଯିଏ ସିଷ୍ଟମର ଅବହେଳାର ଶିକାର ହେଉଛନ୍ତି । ଓଡିଶାର କୋଣ ଅନୁକୋଣରେ ଅନେକ ଜିତୁ ମୁଣ୍ଡା ଅଛନ୍ତି, ଯିଏ ନିଜର ହକ ପାଇଁ ଲଢେଇ ବି କରିପାରୁନାହାନ୍ତି । ସେମାନଙ୍କ ପାଇଁ ସରକାର କଣ କରୁଛନ୍ତି । ସମସ୍ତଙ୍କୁ ନେଇ ବିକାଶର ବାର୍ତ୍ତା କେବଳ କାଗଜ କଲମରେ ରହୁଥିବା ପରି ମନେ ହେଉଛି, ଯେଉଁ ଯାଏଁ ଘଟଣା ଲୋକଲୋଚନକୁ ଆସୁ ନାହିଁ ସେ ଯାଏ ଜିତୁ ମୁଣ୍ଡା ପରି ଲୋକେ ଅବହେଳାର ଶିକାର ହୋଇ ଚାଲୁଛନ୍ତି । ସରକାର ବଦଳିଲା ମାତ୍ର ସମସ୍ୟା ବଦଳୁ ନାହିଁ । ସମସ୍ୟା ବଦଳିବା ଦରକାର । ତୃଣମୂଳସ୍ତରରେ ବ୍ୟବସ୍ଥାକୁ ସମୀକ୍ଷା କରିବାର ଆବଶ୍ୟକତା ଆଜିର ସମୟର ବଡ ଆହ୍ଵାନ ।

jitumunda
Share. Facebook Twitter LinkedIn Email WhatsApp Copy Link

Related Posts

UAE ର ବଡ଼ କାର୍ଯ୍ୟାନୁଷ୍ଠାନ: ୪୮ ଘଣ୍ଟା ମଧ୍ୟରେ ୧୫ ପାକିସ୍ତାନୀଙ୍କୁ ଦେଶ ଛାଡିବାକୁ ଦେଲା ନିର୍ଦ୍ଦେଶ

May 1, 2026

ଶ୍ରମିକ ଦିବସରେ ବିଜେପିକୁ ଟାର୍ଗେଟ କଲେ ନବୀନ

May 1, 2026

ମେ’ ତୃତୀୟ ସପ୍ତାହରେ +୨ ରେଜଲ୍ଟ

May 1, 2026

‘ମୁଁ ନୁହେଁ ମୁଁ ତୁମ ବିନା’ରେ ଆସୁଛି ନୂଆ ମୋଡ଼: ସାଇ ଏବଂ ଶ୍ରଦ୍ଧାଙ୍କ ମଧ୍ୟରେ ଆରମ୍ଭ ହେବ କି ପ୍ରେମ?

May 1, 2026
Latest News

ଜିତୁ ମୁଣ୍ଡାଙ୍କୁ ମିଳିଲା ସରକାରୀ ସହାୟତା

May 1, 2026

UAE ର ବଡ଼ କାର୍ଯ୍ୟାନୁଷ୍ଠାନ: ୪୮ ଘଣ୍ଟା ମଧ୍ୟରେ ୧୫ ପାକିସ୍ତାନୀଙ୍କୁ ଦେଶ ଛାଡିବାକୁ ଦେଲା ନିର୍ଦ୍ଦେଶ

May 1, 2026

ଶ୍ରମିକ ଦିବସରେ ବିଜେପିକୁ ଟାର୍ଗେଟ କଲେ ନବୀନ

May 1, 2026

ମେ’ ତୃତୀୟ ସପ୍ତାହରେ +୨ ରେଜଲ୍ଟ

May 1, 2026

‘ମୁଁ ନୁହେଁ ମୁଁ ତୁମ ବିନା’ରେ ଆସୁଛି ନୂଆ ମୋଡ଼: ସାଇ ଏବଂ ଶ୍ରଦ୍ଧାଙ୍କ ମଧ୍ୟରେ ଆରମ୍ଭ ହେବ କି ପ୍ରେମ?

May 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.