ଗଞ୍ଜାମ : ବ୍ରହ୍ମପୁର ପ୍ଳଟ ବ୍ୟବସାୟୀ ସୁଧୀର ପାତ୍ର ହତ୍ୟା ମାମଲାରେ ଆଉ ଦୁଇ ଜଣଙ୍କୁ ୨ଦିନ ରିମାଣ୍ଡରେ ନେବା ପାଇଁ ଗୋପାଳପୁର ପୋଲିସ ଅନୁମତି ମାଗିଥିଲା । ଅଭିଯୁକ୍ତ ଶୁଭମ ଗୌଡ ଓ ଶୁଭମ ପାତ୍ରଙ୍କୁ ଦୁଇଦିନ ରିମାଣ୍ଡ ପାଇଁ ଜେଏମଏଫସି ରୁରାଲ କୋର୍ଟ ଅନୁମତି ଦେଇଛନ୍ତି । ଏହି ମାମଲାରେ ଗିରଫ ୯ ଜଣଙ୍କ ମଧ୍ୟରୁ ୭ ଜଣଙ୍କୁ ରିମାଣ୍ଡରେ ନେଇଛି ପୋଲିସ ।
ବ୍ୟବସାୟୀ ସୁଧୀର ପାତ୍ର ଅପହରଣ ଓ ହତ୍ୟା ମାମଲାରେ ପୋଲିସ ତଦନ୍ତ ଚାଲିଥିବା ବେଳେ ଦିନକୁ ଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ଜମି ବ୍ୟବସାୟୀ ସୁଧୀର ପାତ୍ରଙ୍କ ମର୍ଡର ମିଷ୍ଟ୍ରିରେ ଝିଆରି, ପୁତୁରା ସହ ଦୁଇ ଅଭିଯୁକ୍ତଙ୍କୁ ମୁହାଁମୁହିଁ ଜେରା ଚାଲିଛି।


