Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭାରତକୁ ଲାଇଭ୍‌ କାର୍ଯ୍ୟକ୍ରମର କେନ୍ଦ୍ର ସ୍ଥଳୀରେ ପରିଣତ କରିବା ଲାଗି ରୂପରେଖର ସମୀକ୍ଷା
ଆଜିର ଖବର

ଭାରତକୁ ଲାଇଭ୍‌ କାର୍ଯ୍ୟକ୍ରମର କେନ୍ଦ୍ର ସ୍ଥଳୀରେ ପରିଣତ କରିବା ଲାଗି ରୂପରେଖର ସମୀକ୍ଷା

May 2, 2026No Comments3 Mins Read
Share Facebook Twitter LinkedIn Email WhatsApp Copy Link
ଭାରତକୁ ଲାଇଭ୍‌ କାର୍ଯ୍ୟକ୍ରମର କେନ୍ଦ୍ର ସ୍ଥଳୀରେ ପରିଣତ କରିବା ଲାଗି ରୂପରେଖର ସମୀକ୍ଷା
ଭାରତକୁ ଲାଇଭ୍‌ କାର୍ଯ୍ୟକ୍ରମର କେନ୍ଦ୍ର ସ୍ଥଳୀରେ ପରିଣତ କରିବା ଲାଗି ରୂପରେଖର ସମୀକ୍ଷା

ନୂଆଦିଲ୍ଲୀ: ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ସଚିବ ଚଞ୍ଚଳ କୁମାରଙ୍କ ଅଧ୍ୟକ୍ଷତାରେ ଲାଇଭ୍‌ ଇଭେଣ୍ଟସ୍‌ ଡେଭଲପମେଣ୍ଟ ସେଲ୍‌ (ଏଲଇଡିସି)ର ଚତୁର୍ଥ ବୈଠକ ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ୯ଟି କେନ୍ଦ୍ରୀୟ ମନ୍ତ୍ରଣାଳୟ, ୬ଟି ରାଜ୍ୟ ଏବଂ ୧୨ଟି ଉଦ୍ୟୋଗ କ୍ଷେତ୍ରର ସଦସ୍ୟମାନଙ୍କ ପ୍ରତିନିଧିମାନେ ଅଂଶଗ୍ରହଣ କରିଥିଲେ ।

ଶିଳ୍ପ ଆକଳନ ଅନୁଯାୟୀ ଭାରତର ସଂଗଠିତ ଲାଇଭ୍ ଇଭେଣ୍ଟ କ୍ଷେତ୍ରର ମୂଲ୍ୟ ୨୦୨୫ ମସିହାରେ ୧୪ ହଜାର ୫୦୦ କୋଟି ଟଙ୍କା ରହିଥିଲା। ଗଣମାଧ୍ୟମ ଏବଂ ମନୋରଞ୍ଜନ କ୍ଷେତ୍ରରେ ସର୍ବାଧିକ ଅଭିବୃଦ୍ଧି କ୍ଷେତ୍ର ଭାବରେ ଉଭା ହୋଇଛି। ଏହି କ୍ଷେତ୍ରକୁ ପ୍ରୋତ୍ସାହିତ କରିବା ପାଇଁ, ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଜୁଲାଇ ୨୦୨୫ରେ ସୂଚନା ଓ ପ୍ରସାରଣ ସଚିବଙ୍କ ଅଧ୍ୟକ୍ଷତାରେ ଏକ ଲାଇଭ୍ ଇଭେଣ୍ଟ ବିକାଶ ପ୍ରକୋଷ୍ଠ (ଏଲଇଡିସି) ସ୍ଥାପନ କରିଛି। ଏଥିରେ କେନ୍ଦ୍ରୀୟ ମନ୍ତ୍ରଣାଳୟ, ରାଜ୍ୟ ସରକାର, ଶିଳ୍ପ ସଂସ୍ଥା ଏବଂ ଅନ୍ୟାନ୍ୟ ଅଂଶୀଦାରଙ୍କ ପ୍ରତିନିଧିମାନେ ସାମିଲ ଅଛନ୍ତି।

ଏଲଇଡିସି କନସର୍ଟ ଅର୍ଥବ୍ୟବସ୍ଥାକୁ ଜାତୀୟ ଅଭିବୃଦ୍ଧିର ପ୍ରମୁଖ ବାହକ ଭାବରେ ସ୍ଥାନିତ କରିବା ଏବଂ ୨୦୩୦ ସୁଦ୍ଧା ଭାରତକୁ ଲାଇଭ୍ ଇଭେଣ୍ଟ ପାଇଁ ଏକ ବିଶ୍ୱସ୍ତରୀୟ କେନ୍ଦ୍ର କରିବା ଲକ୍ଷ୍ୟ ରଖିଛି। ଏହି କ୍ଷେତ୍ରରେ ଦେଢ଼ରୁ ୨ କୋଟି ଅତିରିକ୍ତ ନିଯୁକ୍ତି ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛି। ୨୦୨୮ ସୁଦ୍ଧା ଏହି କ୍ଷେତ୍ର ୧୦% ବୃଦ୍ଧି ପାଇ ୧୯,୬୦୦ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି।

ବୈଠକ ଅବସରରେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ସଚିବ ଭାରତର ଲାଇଭ୍ ଇଭେଣ୍ଟ ଶିଳ୍ପର ବିକାଶ ପାଇଁ ଏକ ସମନ୍ୱିତ ରୋଡମ୍ୟାପ୍ ବିକଶିତ କରିବାରେ ଏଲଇଡିସିର ଭୂମିକା ଉପରେ ଆଲୋକପାତ କରିଥିଲେ। ସେ କହିଥିଲେ, ଲାଇଭ୍ ଇଭେଣ୍ଟ କ୍ଷେତ୍ର ଗଣମାଧ୍ୟମ ଏବଂ ମନୋରଞ୍ଜନ ଶିଳ୍ପର ସବୁଠାରୁ ଦ୍ରୁତ ଅଭିବୃଦ୍ଧିଶୀଳ କ୍ଷେତ୍ର ମଧ୍ୟରୁ ଅନ୍ୟତମ। ଏହା ନିଯୁକ୍ତି ସୃଷ୍ଟି, ପର୍ଯ୍ୟଟନ ପ୍ରୋତ୍ସାହନ ଏବଂ ଆନୁସଙ୍ଗିକ କ୍ଷେତ୍ରଗୁଡ଼ିକରେ ଆର୍ଥିକ ଅଭିବୃଦ୍ଧିରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖୁଛି।

ପ୍ରସାରଣ ବିଭାଗ ଯୁଗ୍ମ ସଚିବ ପୃଥୁଳ କୁମାର ଏଲଇଡିସି ଦ୍ୱାରା ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପର ଅଗ୍ରଗତି ଉପସ୍ଥାପନ କରିଥିଲେ। ସେ ସୂଚନା ଦେଇଥିଲେ ଯେ ଲାଇଭ୍ ଇଭେଣ୍ଟଗୁଡ଼ିକୁ ଅନୁମତି ଦେବା ପାଇଁ ଇଣ୍ଡିଆ ସିନେ ହବ୍ (ଆଇସିଏଚ) ପୋର୍ଟାଲରେ ଏକ ସିଙ୍ଗଲ୍-ୱିଣ୍ଡୋ କ୍ଲିୟରାନ୍ସ ସିଷ୍ଟମ ବିକଶିତ କରାଯାଇଛି। ରାଜ୍ୟଗୁଡ଼ିକ ଦ୍ୱାରା ଆଇସିଏଚ ପୋର୍ଟାଲ୍ ଗ୍ରହଣ କରିବା ଫଳରେ ଲାଇଭ୍ ଇଭେଣ୍ଟ ଅନୁମତି ପ୍ରକ୍ରିୟାକୁ ଡିଜିଟାଇଜ୍ କରିବାରେ ସାହାଯ୍ୟ ମିଳିବ ଏବଂ ସମୟୋଚିତ, ସ୍ୱଚ୍ଛ ଏବଂ ଦକ୍ଷ ଅନୁମୋଦନ ସୁନିଶ୍ଚିତ ହେବ।

ଏହାବ୍ୟତୀତ ଏହା ସହିତ, ଭାରତରେ ଲାଇଭ୍ ଇଭେଣ୍ଟ ପାଇଁ ଲାଇସେନ୍ସିଂ ଏବଂ ଅନୁମତିକୁ ସୁବ୍ୟବସ୍ଥିତ କରିବା ପାଇଁ ଏକ ‘‘ମଡେଲ୍ କାର୍ଯ୍ୟକାରୀ ନିର୍ଦ୍ଦେଶ, ୨୦୨୬’’ ଗ୍ରହଣ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ଏହାର ଲକ୍ଷ୍ୟ ସମୟସୀମା ୩୧ ମଇ, ୨୦୨୬ ଏବଂ ଏହାକୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ସହିତ ୧୩ ମାର୍ଚ୍ଚ, ୨୦୨୬ରେ ପଠାଯାଇଥିଲା। ଏହି ଢାଞ୍ଚାର ଲକ୍ଷ୍ୟ ଭାରତରେ ଲାଇଭ୍ ଇଭେଣ୍ଟ ଶିଳ୍ପ ପାଇଁ ଏକ ସରଳୀକୃତ ଏବଂ ମାନକୀକୃତ ନିୟାମକ ପ୍ରଣାଳୀ ପ୍ରତିଷ୍ଠା କରିବା।

ଏଲଇଡିସି ‘‘ଗ୍ରୀନଫିଲ୍ଡ ଭେନ୍ୟୁ ଡେଭଲପମେଣ୍ଟ’’ ଏବଂ ଲାଇଭ୍ ଇଭେଣ୍ଟ ସେଗମେଣ୍ଟ ପାଇଁ ଦକ୍ଷତା ବିକାଶ ପଦକ୍ଷେପ ଉପରେ ଡ୍ରାଫ୍ଟ ଧାରଣା ନୋଟ୍ ଉପରେ ମଧ୍ୟ ଆଲୋଚନା କରିଥିଲା। ସୂଚନା ଦିଆଯାଇଥିଲା ଯେ, ଭାରତୀୟ ଜନ ଯୋଗାଯୋଗ ସଂସ୍ଥାନ (ଆଇଆଇଏମସି), ଏମଇଏସସି ଏବଂ ଇଇଏମଏ ସହଯୋଗରେ, ଖୁବଶୀଘ୍ର ଲାଇଭ୍ ଇଭେଣ୍ଟରେ ଏକ ସାର୍ଟିଫିକେଟ୍ କୋର୍ସ ଆରମ୍ଭ କରିବ।

ଏହି କାର୍ଯ୍ୟକ୍ରମରେ ସୂଚନା ଓ ପ୍ରସାରଣ ସଚିବ ଚଞ୍ଚଲ କୁମାର କହିଥିଲେ, “କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ, ମୁଁ ପ୍ରତିଶ୍ରୁତି ଦେଉଛି ଯେ ଲାଇଭ୍ ଇଭେଣ୍ଟ ଆୟୋଜନ ପାଇଁ ଦୃଢ଼ ତଥା ସ୍ୱଚ୍ଛ ପ୍ରକ୍ରିୟା ସୁନିଶ୍ଚିତ କରିବା ପାଇଁ ସମସ୍ତ ଆବଶ୍ୟକ ସୁବିଧା ଯୋଗାଇ ଦିଆଯିବ।” ସେ ଏହା ମଧ୍ୟ କହିଥିଲେ, ସମସ୍ତ ଏଲଇଡିସି ସଦସ୍ୟଙ୍କର ସମାନ ଉଦ୍ଦେଶ୍ୟ ଅଛି; ବର୍ତ୍ତମାନ ପ୍ରଭାବଶାଳୀ କାର୍ଯ୍ୟକାରିତା ଉପରେ ଧ୍ୟାନ ଦିଆଯିବା ଆବଶ୍ୟକ।”

ଦେଶରେ ଲାଇଭ୍ ଇଭେଣ୍ଟ କ୍ଷେତ୍ର ପାଇଁ ଏକ ସହାୟକ ଏବଂ ଅଭିବୃଦ୍ଧି-ମୁଖୀ ଇକୋସିଷ୍ଟମକୁ ପ୍ରୋତ୍ସାହିତ କରିବା ପାଇଁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ସମସ୍ତ ଅଂଶୀଦାରମାନଙ୍କ ସହିତ ଘନିଷ୍ଠ ଭାବରେ କାର୍ଯ୍ୟ କରିବା ଜାରି ରଖିବ।

ଆର୍ଥିକ ବିକାଶ ପର୍ଯ୍ୟଟନ ରୋଜଗାର ଲାଇଭ୍‌ ଇଭେଣ୍ଟ ସେକ୍ଟର୍‌
Share. Facebook Twitter LinkedIn Email WhatsApp Copy Link

Related Posts

ଭୂମି ସୀମା ମାର୍ଗରେ ଇରାନରୁ ୨,୪୯୦ ଭାରତୀୟଙ୍କୁ ଯାତ୍ରା ସୁବିଧା ଦେଲା ଭାରତୀୟ ଦୂତାବାସ

May 2, 2026

ଆଜି ମେ ୨ ତାରିଖ ଶନିବାର : କେମିତି କଟିବ ଦିନ, ଜାଣନ୍ତୁ ଆଜିର ଭାଗ୍ୟଫଳ

May 2, 2026

ଶ୍ରମିକଙ୍କୁ ବଡ ଉପହାର : ୧୫ ଲକ୍ଷ ଶ୍ରମିକଙ୍କୁ ୫ ଲକ୍ଷ ଟଙ୍କାର ମାଗଣା ସ୍ୱାସ୍ଥ୍ୟ ବୀମା

May 1, 2026

RDC ତଦନ୍ତ କୁ ବ୍ୟାଙ୍କ ସଂଘର ଚ୍ୟାଲେଞ୍ଜ

May 1, 2026
Latest News

ଭାରତକୁ ଲାଇଭ୍‌ କାର୍ଯ୍ୟକ୍ରମର କେନ୍ଦ୍ର ସ୍ଥଳୀରେ ପରିଣତ କରିବା ଲାଗି ରୂପରେଖର ସମୀକ୍ଷା

May 2, 2026

ପିଏଫ୍ ଆକାଉଣ୍ଟଧାରୀଙ୍କ ପାଇଁ ବଡ ଖବର, ପୁରୁଣା ଏବଂ ବନ୍ଦ ଆକାଉଣ୍ଟ ସକ୍ରିୟ ହେବ !

May 2, 2026

ଭୂମି ସୀମା ମାର୍ଗରେ ଇରାନରୁ ୨,୪୯୦ ଭାରତୀୟଙ୍କୁ ଯାତ୍ରା ସୁବିଧା ଦେଲା ଭାରତୀୟ ଦୂତାବାସ

May 2, 2026

ଆଜି ମେ ୨ ତାରିଖ ଶନିବାର : କେମିତି କଟିବ ଦିନ, ଜାଣନ୍ତୁ ଆଜିର ଭାଗ୍ୟଫଳ

May 2, 2026

ଶ୍ରମିକଙ୍କୁ ବଡ ଉପହାର : ୧୫ ଲକ୍ଷ ଶ୍ରମିକଙ୍କୁ ୫ ଲକ୍ଷ ଟଙ୍କାର ମାଗଣା ସ୍ୱାସ୍ଥ୍ୟ ବୀମା

May 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.