ନାକଟିଦେଉଳ (କନ୍ଦର୍ପ ବେହେରା )ନାକଟିଦେଉଳ ବ୍ଲକ ସ୍ଥିତ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ, ସରାପାଲି ଠାରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀ ଙ୍କ ଅଭିଭାବକ/ଅଭିଭାବିକା, ଏସ ଏମସି କମିଟି, ଗ୍ରାମବାସୀ ଉପସ୍ଥିତ ହୋଇ କସ୍ତୁରବାଗାନ୍ଧୀ ବାଳିକା ବିଦ୍ୟାଳୟରେ ଉପୁଜି ଥିବା ସମସ୍ୟା ସମ୍ପର୍କରେ ଦୃଢ ପ୍ରତିବାଦ ଜଣାଇଛନ୍ତି । କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟକୁ ବଦନାମ କରିବାକୁ କିଛି କୁଚକ୍ରୀ ଗୋଷ୍ଟୀ ଚେଷ୍ଟିତ ଅଛନ୍ତି ଏବଂ କିଛି ବ୍ୟକ୍ତି ଛାତ୍ରୀ ନିବାସର ଟେଣ୍ଡର ପ୍ରକ୍ରିୟାରେ ଭାଗ ନେଇ ଟେଣ୍ଡର ନ ପାଇବାରୁ ସ୍କୁଲକୁ ବଦନାମ କରୁଛନ୍ତି । ହୋଷ୍ଟେଲରୁ ଛୁଟି ନେଇ ଘରକୁ ଯାଇଥିବା କିଛି ଛାତ୍ରୀଙ୍କୁ ପ୍ରଲୋଭନ ଓ ପ୍ରବର୍ତ୍ତାଇ ତାଙ୍କ ଅଭିଭବକଙ୍କ ସହିତ ଆକ୍ରୋଶ ମୂଳକ ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ଓ ଜିଲ୍ଲାପାଳଙ୍କୁ ବାରମ୍ଵାର ମିଥ୍ୟା ଅଭିଯୋଗ କରି ସ୍କୁଲକୁ ବଦନାମ କରୁଛନ୍ତି । ଏଣୁ ଗ୍ରାମାବାସୀ ଏହାକୁ ଦୃଢ ନିନ୍ଦା କରିବା ସହ ଏଥିରେ ସଂଶ୍ଳିଷ୍ଟ ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ କରୁଅଛୁ । ଏସ ଏମ ସି ସଭାପତିଙ୍କ ସୂଚନା ମୁତାବକ କସ୍ତୁରବାଗାନ୍ଧୀ ବାଳିକା ବିଦ୍ୟାଳୟରେ ବର୍ତ୍ତମାନ ୧୦୦ ଶଯ୍ୟା ବିଶିଷ୍ଠ ହୋଷ୍ଟେଲରେ ୨୦୦ ଜଣ ଛାତ୍ରୀ ରହୁଛନ୍ତି, ଏଣୁ ସରକାରଙ୍କୁ ନିବେଦନ କରୁକି ୨୦୦ ଶଯ୍ୟା ବିଶିଷ୍ଠ ହଷ୍ଟେଲ ଯୋଗାଇ ଦେଲେ, ଛାତ୍ରୀମାନେ ସୁବିଧାରେ ରହିପାରିବେ ବୋଲି ଜଣାଇଛନ୍ତି । ଏ ନେଇ ଆଜି ଏକ ଦାବୀ ପତ୍ର ଜିଲ୍ଲା ଶିକ୍ଷା ଅଧିକାରୀ, ବିଡ଼ିଓ ଓ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ପଠାଇଥିବା ଜଣା ପଡିଛି |


