ନାକଟିଦେଉଳ,:-(କନ୍ଦର୍ପ ବେହେରା )- ନାକଟିଦେଉଳ ବ୍ଲକ୍ ସରପାଲି ପଞ୍ଚାୟତ ପୋଡଡ଼ାଖୋଲ ଓ ବଳମ ପଞ୍ଚାୟତର ଉପରମୁଣ୍ଡା, ନାକଟିଦେଉଳ ଗ୍ରାମରେ କାଳବୈଶାଖୀ ପ୍ରକୋପରେ ବ୍ୟାପକ କ୍ଷୟକ୍ଷତି ଘଟିଛି| ଗତକାଲି ରାତିରେ ପ୍ରବଳ ମାତ୍ରାରେ ପବନ ହେବା ଫଳରେ ଘରର ଆଜବେଷ୍ଟସ୍, କାନ୍ଥ, ବିଦ୍ୟୁତ ଖୁଣ୍ଟ ଉପୁଡ଼ିପଡ଼ିଛି | ଫଳରେ ପୋଡ଼ାଖୋଲ ଗ୍ରାମରେ ବିଦ୍ୟୁତ୍ ବିଛିନ୍ନ ହୋଇଯାଇଥିଲା । ଏହାର ପ୍ରଭାବରେ ପ୍ରକାଶ ନାଏକ, ସୁଦାମ ସାହୁ, ଗଣେଶ ବେହେରା, ରମାକାନ୍ତ ବେହେରା, ପୂର୍ଣ୍ଣ ସାହୁ, ସଞ୍ଜୟ ସାହୁ, ସଞ୍ଜୟ ବେହେରା ପ୍ରହଲ୍ଲାଦ ସାହୁ, ପାର ବେହେରା, ବିଜୟ ବସନ୍ତରାଙ୍କ ଘର କ୍ଷତିଗ୍ରସ୍ତ ହୋଇଥିବା ବେଳେ ବିଜୟ ବସନ୍ତରାଙ୍କ ପୁଅ କ୍ଷମାନିଧି ବସନ୍ତରାଙ୍କ ମୁଣ୍ଡରେ ଟାଇଲ ବାଜିଯିବାରୁ ଆହତ ହୋଇଥିବା ଜଣାପଡିଛି । ତୁରନ୍ତ କ୍ଷୟକ୍ଷତି ଆକଳନ କରି କ୍ଷତିପୂରଣ ଯୋଗାଇଦେବାକୁ ଦାବି ହୋଇଛି ।


