Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଜି କର୍ଣ୍ଣାଟକ ଏବଂ ତେଲଙ୍ଗାନା ଗସ୍ତ କରିବେ ପ୍ରଧାନମନ୍ତ୍ରୀ: ପ୍ରାୟ ୯୪୦୦ କୋଟି ଟଙ୍କା ମୂଲ୍ୟର ଏକାଧିକ ବିକାଶ ପ୍ରକଳ୍ପର କରିବେ ଉଦଘାଟନ
ଆଜିର ଖବର

ଆଜି କର୍ଣ୍ଣାଟକ ଏବଂ ତେଲଙ୍ଗାନା ଗସ୍ତ କରିବେ ପ୍ରଧାନମନ୍ତ୍ରୀ: ପ୍ରାୟ ୯୪୦୦ କୋଟି ଟଙ୍କା ମୂଲ୍ୟର ଏକାଧିକ ବିକାଶ ପ୍ରକଳ୍ପର କରିବେ ଉଦଘାଟନ

May 10, 2026No Comments4 Mins Read
Share Facebook Twitter LinkedIn Email WhatsApp Copy Link

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କର୍ଣ୍ଣାଟକ ଏବଂ ତେଲଙ୍ଗାନା ଗସ୍ତ କରିବେ। ସକାଳ ପ୍ରାୟ ୧୧ଟାରେ ପ୍ରଧାନମନ୍ତ୍ରୀ ବେଙ୍ଗାଲୁରୁରେ ‘ଦ ଆର୍ଟ ଅଫ୍ ଲିଭିଂ ’ ର ୪୫ତମ ବାର୍ଷିକୀ ସମାରୋହରେ ଅଂଶଗ୍ରହଣ କରିବେ ଏବଂ ଏହି ଅବସରରେ ଉପସ୍ଥିତ ଜନସଭାକୁ ସମ୍ବୋଧିତ କରିବେ। ଏହା ପରେ ପ୍ରଧାନମନ୍ତ୍ରୀ ହାଇଦ୍ରାବାଦ ଗସ୍ତ କରିବେ ଏବଂ ଅପରାହ୍ନ ପ୍ରାୟ ୩ଟାରେ ସେ ପ୍ରାୟ ୯୪୦୦ କୋଟି ଟଙ୍କା ମୂଲ୍ୟର ଏକାଧିକ ବିକାଶମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ, ଉଦଘାଟନ ଏବଂ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ। ଏହି ଅବସରରେ ସେ ସମାବେଶକୁ ମଧ୍ୟ ସମ୍ବୋଧିତ କରିବେ। ଅପରାହ୍ନ ପ୍ରାୟ ୩ଟା ୪୫ ମିନିଟରେ ପ୍ରଧାନମନ୍ତ୍ରୀ ହାଇଦ୍ରାବାଦର ସିନ୍ଧୁ ଡାକ୍ତରଖାନାକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିବେ।
ବେଙ୍ଗାଲୁରୁରେ ପ୍ରଧାନମନ୍ତ୍ରୀ ଗୁରୁଦେବ ଶ୍ରୀ ରବି ଶଙ୍କରଙ୍କ ଦ୍ୱାରା ୧୯୮୧ରେ ସ୍ଥାପିତ, ଆର୍ଟ ଅଫ୍ ଲିଭିଂ ୧୮୨ ଟି ଦେଶରେ ଉପସ୍ଥିତ ଏକ ବିଶ୍ୱ ସ୍ୱେଚ୍ଛାସେବୀ ପରିଚାଳିତ ମାନବିକ ଏବଂ ଶିକ୍ଷାଗତ ସଂଗଠନରେ ବିକଶିତ ହୋଇଛି । ପ୍ରଧାନମନ୍ତ୍ରୀ ଏହି ସଙ୍ଗଠନର ୪୫ତମ ବାର୍ଷିକୀ ସମାରୋହ ଏବଂ ଗୁରୁଦେବ ଶ୍ରୀ ରବିଶଙ୍କରଙ୍କ ୭୦ତମ ଜୟନ୍ତୀ ସମାରୋହରେ ଅଂଶଗ୍ରହଣ କରିବେ।


ପ୍ରଧାନମନ୍ତ୍ରୀ ବେଙ୍ଗାଲୁରୁର ଆର୍ଟ ଅଫ୍ ଲିଭିଂ ଇଣ୍ଟରନ୍ୟାସନାଲ ସେଣ୍ଟରରେ ନବନିର୍ମିତ ଧ୍ୟାନ ମନ୍ଦିରକୁ ମଧ୍ୟ ଉଦଘାଟନ କରିବେ, ଯାହା ଏକ ଉତ୍ସର୍ଗୀକୃତ ଧ୍ୟାନ ହଲ୍ ଯାହା ଆଭ୍ୟନ୍ତରୀଣ ଶାନ୍ତି ଏବଂ ସାମଗ୍ରିକ ସୁସ୍ଥତା ପାଇଁ ଏକ ସ୍ଥାନ ଭାବରେ ପରିକଳ୍ପନା କରାଯାଇଛି। ସେ ଆର୍ଟ୍ ଅଫ୍ ଲିଭିଂର ଦେଶବ୍ୟାପୀ ସେବା ପଦକ୍ଷେପର ମଧ୍ୟ ଶୁଭାରମ୍ଭ କରିବେ, ଯେଉଁଥିରେ ବର୍ଷବ୍ୟାପି ପ୍ରଳକ୍ପ ରହିଛି ଏବଂ ଏଥିରେ ମାନସିକ ସୁସ୍ଥତା, ଗ୍ରାମୀଣ ବିକାଶ, ପ୍ରକୃତି ସଂରକ୍ଷଣ ଏବଂ ସାମାଜିକ ପରିବର୍ତ୍ତନ ଉପରେ ଧ୍ୟାନ କେନ୍ଦ୍ରିତ କରାଯାଇଛି ।


ପ୍ରଧାନମନ୍ତ୍ରୀ ପ୍ରାୟ ୯୪୦୦ କୋଟି ଟଙ୍କା ମୂଲ୍ୟର ଏକାଧିକ ବିକାଶ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ, ଉଦଘାଟନ ଏବଂ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ। ଏହି ପ୍ରକଳ୍ପଗୁଡ଼ିକର ସାମୂହିକ ଉଦ୍ଦେଶ୍ୟ ହେଉଛି ସଂଯୋଗୀକରଣକୁ ସୁଦୃଢ଼ କରିବା, ଲଜିଷ୍ଟିକ୍ସ ଦକ୍ଷତାରେ ଉନ୍ନତି ଆଣିବା, ସୁରକ୍ଷା ବୃଦ୍ଧି କରିବା ଏବଂ ଯାତ୍ରୀମାନଙ୍କୁ ଏକ ଉନ୍ନତ ଯାତ୍ରା ଅନୁଭୂତି ପ୍ରଦାନ କରିବା । 


ହାଇଦ୍ରାବାଦ-ପାନାଜୀ ଅର୍ଥନୈତିକ କରିଡରରେ ଗୁଡେବେଲୁରରୁ ମହବୁବନଗର ପର୍ଯ୍ୟନ୍ତ ଜାତୀୟ ରାଜପଥ-୧୬୭ର ଚାରି ଲେନ ବିଶିଷ୍ଟ ନିର୍ମାଣ ପାଇଁ ପ୍ରଧାନମନ୍ତ୍ରୀ ମୋଟ ୩୧୭୫ କୋଟି ଟଙ୍କା ବ୍ୟୟରେ ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଏହି ପ୍ରକଳ୍ପ ସୁଗମ, ନିରାପଦ ଏବଂ ନିରବଚ୍ଛିନ୍ନ ଯାତାୟାତକୁ ସକ୍ଷମ କରିବ, ଯାତ୍ରା ସମୟକୁ ପ୍ରାୟ ୧ ଘଣ୍ଟା ୩୦ ମିନିଟ୍ ହ୍ରାସ କରିବ ଏବଂ ଇନ୍ଧନ ବ୍ୟବହାର ଏବଂ ଯାନ ରକ୍ଷଣାବେକ୍ଷଣ ଖର୍ଚ୍ଚ ହ୍ରାସ କରିବ। ଏହି ରାଜପଥ ତେଲେଙ୍ଗାନା ଏବଂ କର୍ଣ୍ଣାଟକ ମଧ୍ୟରେ ସଂଯୋଗକୁ ସୁଦୃଢ଼ କରିବ ଏବଂ ଉଭୟ ରାଜ୍ୟରେ ଶିଳ୍ପ ବିକାଶକୁ ସୁଗମ କରିବ।


ଜାତୀୟ ଶିଳ୍ପ କରିଡର ବିକାଶ କାର୍ଯ୍ୟକ୍ରମର ଅଂଶବିଶେଷ ଭାବେ ହାଇଦ୍ରାବାଦ-ନାଗପୁର ଶିଳ୍ପ କରିଡର (ଏଚ୍. ଏନ୍. ଆଇ. ସି.) ଅଧୀନରେ ବିକଶିତ ହେଉଥିବା ସାଙ୍ଗାରେଡ୍ଡି ଜିଲ୍ଲାର ଜାହିରାବାଦ ଶିଳ୍ପାଞ୍ଚଳ ପାଇଁ ମଧ୍ୟ ପ୍ରଧାନମନ୍ତ୍ରୀ ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ୩୨୪୫ ଏକର ଜମିରେ ମୋଟ ୨୩୫୦ କୋଟି ଟଙ୍କା ବ୍ୟୟରେ ବିକଶିତ ହୋଇଥିବା ଏହି ପ୍ରକଳ୍ପ ରଣନୈତିକ ଦୃଷ୍ଟିରୁ ଜାତୀୟ ରାଜପଥ-୬୫ ନିକଟରେ ଅବସ୍ଥିତ ଏବଂ ଏହା ପ୍ରମୁଖ ସହର, ବନ୍ଦର, ରେଳ ନେଟୱାର୍କ ଏବଂ ବିମାନବନ୍ଦରକୁ ନିରବଚ୍ଛିନ୍ନ ବହୁମୁଖୀ ସଂଯୋଗ ପ୍ରଦାନ କରିବ।
ଏକ ସ୍ମାର୍ଟ ସମନ୍ୱିତ ଶିଳ୍ପ ଟାଉନସିପ୍ ଭାବରେ ପରିକଳ୍ପିତ, ଜାହିରାବାଦ ଶିଳ୍ପାଞ୍ଚଳ ଉନ୍ନତ ଏବଂ ସ୍ଥାୟୀ ଭିତ୍ତିଭୂମି ପ୍ରଦାନ କରିବ ଏବଂ ପରବର୍ତ୍ତୀ ପିଢ଼ିର ଶିଳ୍ପକୁ ସମର୍ଥନ କରିବ । ଚିହ୍ନଟ କରାଯାଇଥିବା ପ୍ରମୁଖ କ୍ଷେତ୍ରଗୁଡ଼ିକ ମଧ୍ୟରେ ଅଟୋମୋବାଇଲ, ଖାଦ୍ୟ ପ୍ରକ୍ରିୟାକରଣ, ଯନ୍ତ୍ରପାତି, ଧାତୁ ଏବଂ ବୈଦ୍ୟୁତିକ ଉପକରଣ ଆଦି ଅନ୍ତର୍ଭୁକ୍ତ। ଏହି ପ୍ରକଳ୍ପ ପ୍ରାୟ ୧୦,୦୦୦ କୋଟି ଟଙ୍କାର ନିବେଶ ଆକୃଷ୍ଟ କରିବ ଏବଂ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି ଆଶା କରାଯାଉଛି, ଯାହା ଆଞ୍ଚଳିକ ଆର୍ଥିକ ଅଭିବୃଦ୍ଧିରେ ଉଲ୍ଲେଖନୀୟ ଯୋଗଦାନ ଦେବ।


ପ୍ରଧାନମନ୍ତ୍ରୀ ୱାରାଙ୍ଗଲରେ ପିଏମ ମିତ୍ର ପାର୍କକୁ ଉଦଘାଟନ କରିବେ, ଯାହାକୁ କାକତୀୟ ମେଗା ଟେକ୍ସଟାଇଲ୍ ପାର୍କ ମଧ୍ୟ କୁହାଯାଏ, ଯାହାକୁ ପିଏମ ମିତ୍ର ଯୋଜନା ଅଧୀନରେ ବିକଶିତ କରାଯାଇଛି। ଆନୁମାନିକ ୧୭୦୦ କୋଟି ଟଙ୍କା ବ୍ୟୟରେ ବିକଶିତ, ଏହା ଭାରତର ପ୍ରଥମ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ପିଏମ ମିତ୍ର ପାର୍କ ଏବଂ ଭାରତ ସରକାରଙ୍କ ୫ଏଫ ଦୃଷ୍ଟିକୋଣ-ଫାର୍ମ ଟୁ ଫାଇବର ଟୁ ଫ୍ୟାକ୍ଟ୍ରି ଟୁ ଫ୍ୟାଶନ ଟୁ ଫରେନକୁ କାର୍ଯ୍ୟକାରୀ କରୁଛି। ପ୍ରସ୍ତାବିତ ନାଗପୁର-ବିଜୟୱାଡା ଗ୍ରୀନଫିଲ୍ଡ ଏକ୍ସପ୍ରେସୱେ (ଏନ୍. ଏଚ୍.-୧୬୩ଜି) ନିକଟରେ ଏବଂ ଏନ୍. ଏଚ୍.-୧୬୩ ନିକଟବର୍ତ୍ତୀ ସ୍ଥାନରେ ଅବସ୍ଥିତ ଏହି ପାର୍କ ପ୍ରମୁଖ ରେଳ ନେଟୱାର୍କ ଏବଂ ସାମୁଦ୍ରିକ ବନ୍ଦରକୁ ଉତ୍କୃଷ୍ଟ ବହୁମୁଖୀ ସଂଯୋଗ ପ୍ରଦାନ କରିଥାଏ, ଯାହା ବିଶ୍ୱ ବାଣିଜ୍ୟ ପାଇଁ ନିରବଚ୍ଛିନ୍ନ ଲଜିଷ୍ଟିକ୍ସ ସୁନିଶ୍ଚିତ କରିଥାଏ। ଏକ ବିଶ୍ୱସ୍ତରୀୟ ଶିଳ୍ପ ଇକୋସିଷ୍ଟମ ଭାବେ ପରିକଳ୍ପିତ ଏହି ପାର୍କରେ ଏକ ବ୍ୟାପକ ଆଭ୍ୟନ୍ତରୀଣ ସଡ଼କ ନେଟୱାର୍କ, ଉତ୍ସର୍ଗୀକୃତ ବିଦ୍ୟୁତ ସବଷ୍ଟେସନ ଏବଂ ସୁନିଶ୍ଚିତ ଜଳ ଯୋଗାଣ ସମେତ ଅତ୍ୟାଧୁନିକ ଭିତ୍ତିଭୂମି ରହିଛି। ଏହା ଶୂନ୍ୟ ତରଳ ନିଷ୍କାସନ ପ୍ରଯୁକ୍ତିବିଦ୍ୟା ସହିତ ଏକ ସାଧାରଣ ବର୍ଜ୍ୟବସ୍ତୁ ପରିଚାଳନା ପ୍ଲାଣ୍ଟ ମାଧ୍ୟମରେ ସ୍ଥାୟୀ ବିକାଶ ଉପରେ ମଧ୍ୟ ଗୁରୁତ୍ୱ ଦେଇଥାଏ।
ପ୍ରଧାନମନ୍ତ୍ରୀ ପ୍ରାୟ ୧୫୩୫ କୋଟି ଟଙ୍କା ମୂଲ୍ୟର ପ୍ରମୁଖ ରେଳ ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ। ଏଥିରେ ୧୧୮ କି. ମି. ବ୍ୟାପୀ କାଜିପେଟ୍-ବିଜୟୱାଡା ମଲ୍ଟି-ଟ୍ରାକିଂ ପ୍ରକଳ୍ପର ଏକାଧିକ ବିଭାଗ ଅନ୍ତର୍ଭୁକ୍ତ। ଏହି ପ୍ରକଳ୍ପ ବ୍ୟସ୍ତବହୁଳ ଗ୍ରାଣ୍ଡ ଟ୍ରଙ୍କ କରିଡରରେ ଲାଇନ କ୍ଷମତାକୁ ବୃଦ୍ଧି କରିବ, ଦ୍ରୁତ ଟ୍ରେନ୍ ପରିଚାଳନାକୁ ସକ୍ଷମ କରିବ, ଭିଡ଼ ହ୍ରାସ କରିବ, ସମୟାନୁବର୍ତ୍ତୀତାରେ ଉନ୍ନତି କରିବ ଏବଂ ସମଗ୍ର ଅଞ୍ଚଳରେ ମାଲ ପରିବହନକୁ ବୃଦ୍ଧି କରିବ।


ଆହୁରି ମଧ୍ୟ, ରେଲ୍ ବାଇପାସ୍ ଅଧୀନରେ ଥିବା କାଜିପେଟ୍ ରେଳକୁ ମଧ୍ୟ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରାଯିବ। ଏହି ରଣନୈତିକ ପ୍ରକଳ୍ପ ହାଇଦ୍ରାବାଦ, ବଲହାରଶାହ ଏବଂ ବିଜୟୱାଡା ଆଡକୁ ଏକକାଳୀନ ଟ୍ରେନ୍ ଚଳାଚଳ ସକ୍ଷମ କରି କାଜିପେଟ ଜଙ୍କସନରେ ଭିଡ଼ ହ୍ରାସ କରିବ, ଯାହାଦ୍ୱାରା ପରିଚାଳନା ଦକ୍ଷତାରେ ଉନ୍ନତି ହେବ ଏବଂ ବିଳମ୍ବ ହ୍ରାସ ପାଇବ।


ହାଇଦ୍ରାବାଦରେ ୬୦୦ କୋଟି ଟଙ୍କାରୁ ଅଧିକ ବ୍ୟୟରେ ବିକଶିତ ଇଣ୍ଡିଆନ ଅଏଲର ମଲକାପୁର ଟର୍ମିନାଲ ପ୍ରକଳ୍ପକୁ ପ୍ରଧାନମନ୍ତ୍ରୀ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ। ପେଟ୍ରୋଲିୟମ ଉତ୍ପାଦ ପରିଚାଳନା କ୍ଷମତା ବୃଦ୍ଧି ଏବଂ ଏହି ଅଞ୍ଚଳର ବର୍ଦ୍ଧିତ ଶକ୍ତି ଚାହିଦାକୁ ପୂରଣ କରିବା ପାଇଁ ମଲକାପୁର ଟର୍ମିନାଲ ପ୍ରତିଷ୍ଠା କରାଯାଇଛି। ଟର୍ମିନାଲର ମୋଟ ଧାରଣ କ୍ଷମତା ୧,୬୫,୦୦୦ କିଲୋଲିଟର (କେ.ଏଲ୍.) ରହିଛି।
ଭାରତର ସ୍ୱାସ୍ଥ୍ୟସେବା ଭିତ୍ତିଭୂମି ପାଇଁ ଏକ ପ୍ରମୁଖ ମାଇଲଖୁଣ୍ଟ ଭାବେ ପ୍ରଧାନମନ୍ତ୍ରୀ ହାଇଦ୍ରାବାଦର ଏକ ଅତ୍ୟାଧୁନିକ, କର୍କଟ-କେନ୍ଦ୍ରିତ ମଲ୍ଟି-ସୁପର ସ୍ପେଶାଲିଟି କ୍ୱାଟର୍ନାରୀ କେୟାର ଅଣ-ଲାଭକାରୀ ଅନୁଷ୍ଠାନ ସିନ୍ଧୁ ହସ୍ପିଟାଲକୁ ମଧ୍ୟ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ। ୧୮ ମହଲା ସହିତ ୨୧ ଲକ୍ଷ ବର୍ଗଫୁଟରେ ବ୍ୟାପିଥିବା ଏହି ଡାକ୍ତରଖାନାରେ ୧୫୦୦ ଶଯ୍ୟା, ୧୫୦ ରୁ ଅଧିକ ଡାକ୍ତର ପରାମର୍ଶ କୋଠରୀ ଏବଂ ୨୯ ଟି ଅତ୍ୟାଧୁନିକ ଅପରେସନ୍ ଥିଏଟର ଅଛି । ଡାକ୍ତରଖାନାରେ କେମୋଥେରାପି, ବିକିରଣ ଚିକିତ୍ସା, କର୍କଟ ଅସ୍ତ୍ରୋପଚାର, ଅସ୍ଥି ମଜ୍ଜା ପ୍ରତିରୋପଣ, ଉନ୍ନତ କ୍ରିଟିକାଲ୍ ଚିକିତ୍ସା ଏବଂ ୩୩ ରୁ ଅଧିକ ସୁପର ସ୍ପେଶାଲିଟି, ଅତ୍ୟାଧୁନିକ ନିଦାନ, ଆଧୁନିକ ଲାବୋରେଟୋରୀ ଏବଂ ରକ୍ତ କେନ୍ଦ୍ର ସୁବିଧା ଉପଲବ୍ଧ ।
ଆର୍ଥିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା, ଜୀବନଧାରଣ ମାନରେ ଉନ୍ନତି ଆଣିବା ଏବଂ ଏକ ଦ୍ରୁତ, ଅଧିକ ସଂଯୁକ୍ତ ରାଷ୍ଟ୍ର ନିର୍ମାଣ କରିବା ଲାଗି ସମନ୍ୱିତ ଭିତ୍ତିଭୂମି ବିକାଶ ଉପରେ ଧ୍ୟାନ କେନ୍ଦ୍ରିତ କରି, ଏହି ପ୍ରକଳ୍ପଗୁଡ଼ିକ ପ୍ରଧାନମନ୍ତ୍ରୀଙ୍କ ବିକଶିତ ଭାରତ ପାଇଁ ବିକଶିତ ତେଲେଙ୍ଗାନାର ଦୃଷ୍ଟିକୋଣକୁ ପ୍ରତିଫଳିତ କରୁଛି।

PMVisit
Share. Facebook Twitter LinkedIn Email WhatsApp Copy Link

Related Posts

ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ବଡ ଘୋଷଣା

May 12, 2026

ରଣପୁରରେ ଦୁଇ ଶିକ୍ଷକ-ଶିକ୍ଷୟତ୍ରୀଙ୍କ ପରଲୋକ: ଶିକ୍ଷା ମହଲରେ ଶୋକର ଛାୟା

May 12, 2026

ନିଟ୍‌-ୟୁଜି ୨୦୨୬ ପରୀକ୍ଷା ବାତିଲକୁ ନେଇ ସରକାରଙ୍କୁ ସମାଲୋଚନା କଲେ ନବୀନ

May 12, 2026

ଯୁବକକୁ ଗୋଡ଼ାଇ ଗୋଡ଼ାଇ ମରଣାନ୍ତକ ଆକ୍ରମଣ

May 12, 2026
Latest News

ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ବଡ ଘୋଷଣା

May 12, 2026

ରଣପୁରରେ ଦୁଇ ଶିକ୍ଷକ-ଶିକ୍ଷୟତ୍ରୀଙ୍କ ପରଲୋକ: ଶିକ୍ଷା ମହଲରେ ଶୋକର ଛାୟା

May 12, 2026

ନିଟ୍‌-ୟୁଜି ୨୦୨୬ ପରୀକ୍ଷା ବାତିଲକୁ ନେଇ ସରକାରଙ୍କୁ ସମାଲୋଚନା କଲେ ନବୀନ

May 12, 2026

ଯୁବକକୁ ଗୋଡ଼ାଇ ଗୋଡ଼ାଇ ମରଣାନ୍ତକ ଆକ୍ରମଣ

May 12, 2026

ବାରଙ୍ଗରେ ବୁଲିଲା ଖଣ୍ଡା; ୨ଜଣ ଆହତ

May 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.