Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସାମାଜିକ ସୁରକ୍ଷା କଭରେଜ୍ ପ୍ରଦାନ କ୍ଷେତ୍ରରେ ତିନି ଜନସୁରକ୍ଷା ସ୍କିମର ୧୧ ବର୍ଷ ପୂରଣ
ଆଜିର ଖବର

ସାମାଜିକ ସୁରକ୍ଷା କଭରେଜ୍ ପ୍ରଦାନ କ୍ଷେତ୍ରରେ ତିନି ଜନସୁରକ୍ଷା ସ୍କିମର ୧୧ ବର୍ଷ ପୂରଣ

May 10, 2026No Comments4 Mins Read
Share Facebook Twitter LinkedIn Email WhatsApp Copy Link

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ୯ ମଇ ୨୦୧୫ରେ ଆରମ୍ଭ ହୋଇଥିବା ତିନି ଜନ ସୁରକ୍ଷା ଯୋଜନା – ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା (ପିଏମଜେଜେବିଓ୍ବାଇ), ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା (ପିଏମଏସବିଓ୍ବାଇ), ଏବଂ ଅଟଳ ପେନସନ ଯୋଜନା (ଏପିଓ୍ବାଇ) ସବୁ ନାଗରିକଙ୍କୁ, ବିଶେଷକରି ସମାଜର ଅବହେଳିତ ଏବଂ ଦୁର୍ବଳ ବର୍ଗକୁ ସୁଲଭ ଆର୍ଥିକ ସୁରକ୍ଷା ପ୍ରଦାନ କରିବା ପାଇଁ ପରିକଳ୍ପନା କରାଯାଇଥିଲା। ଏହି ପ୍ରମୁଖ ଯୋଜନାଗୁଡ଼ିକ ଜୀବନର ଅନିଶ୍ଚିତତା ବିରୁଦ୍ଧରେ ନାଗରିକମାନଙ୍କୁ ସୁରକ୍ଷା ଦେବା ସହ ଏବଂ ଦୀର୍ଘକାଳୀନ ଆର୍ଥିକ ସ୍ଥିରତାକୁ ପ୍ରୋତ୍ସାହିତ କରି ବୀମା ଏବଂ ପେନସନ ପ୍ରେକ୍ଷାପଟ୍ଟର ବିସ୍ତାର କରିବା ଲକ୍ଷ୍ୟ ରଖିଛି।


ଏ ସମ୍ପର୍କରେ କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ କହିଛନ୍ତି, “ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଲୋକମାନଙ୍କୁ କମ ମୂଲ୍ୟରେ ବୀମା ଓ ପେନସନ ଲାଭ ପ୍ରଦାନ ପାଇଁ ବିଭିନ୍ନ ଜନସୁରକ୍ଷା ଯୋଜନା- ଜୀବନ ଜ୍ୟୋତି ବୀମା ଯୋଜନା, ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ଏବଂ ଅଟଳ ପେନସନ ଯୋଜନା ଆରମ୍ଭ କରିଥିଲେ।


ଏସବୁ ଜନ ସୁରକ୍ଷା ଯୋଜନାର ୧୧ତମ ବାର୍ଷିକୀରେ ଶ୍ରୀମତୀ ସୀତାରମଣ ସୂଚନା ଦେଇଛନ୍ତି ଯେ ପିଏମଜେଜେବିଓ୍ବାଇ, ପିଏମଏସବିଓ୍ବାଇ ଏବଂ ଏପିଓ୍ବାଇ ଅଧୀନରେ ଯଥାକ୍ରମେ ୨୭ କୋଟି, ୫୮ କୋଟି ଏବଂ ୯ କୋଟିରୁ ଅଧିକ ପଞ୍ଜୀକରଣ ହୋଇଛି।


ପିଏମଜେଜେବିଓ୍ବାଇ ଯୋଜନା ବିଷୟରେ ଅର୍ଥମନ୍ତ୍ରୀ କହିଛନ୍ତି ଯେ ଏହି ଯୋଜନାରେ ୧୦.୭ ଲକ୍ଷରୁ ଅଧିକ ପରିବାର ପାଇଁ ୨୧,୫୦୦ କୋଟିରୁ ଅଧିକ ମୂଲ୍ୟର ଦାବି ସମାଧାନ କରାଯାଇଛି। ସେହିପରି ପିଏମଏସବିଓ୍ବାଇ ଯୋଜନାରେ ୧.୮୪ ଲକ୍ଷରୁ ଅଧିକ ପରିବାର ପାଇଁ ପ୍ରାୟ ୩୬୬୦ କୋଟି ଟଙ୍କା ମୂଲ୍ୟର ଦାବି ସମାଧାନ କରାଯାଇଛି।


ସେ କହିଛନ୍ତି “ଆମେ ଜନ ସୁରକ୍ଷା ଯୋଜନାର ୧୧ତମ ବାର୍ଷିକୀ ପାଳନ କରୁଥିବା ସମୟରେ, ମୁଁ ସମସ୍ତ ଅଂଶୀଦାରଙ୍କୁ, ବିଶେଷକରି ବ୍ୟାଙ୍କ ଏବଂ ବୀମା କମ୍ପାନୀର କ୍ଷେତ୍ରସ୍ତରୀୟ ଅଧିକାରୀମାନଙ୍କୁ ମୋର ହୃଦୟର ସହିତ କୃତଜ୍ଞତା ଜଣାଉଛି। ସେମାନଙ୍କ ଉତ୍ସର୍ଗୀକୃତ ପ୍ରୟାସ ଏହି ଯୋଜନାଗୁଡ଼ିକୁ ଏକ ବଡ଼ ସଫଳତା ଆଣିଦେଇଛି”।


ଏହି ଅବସରରେ କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ପଙ୍କଜ ଚୌଧୁରୀ କହିଛନ୍ତି, “ଏହି ଯୋଜନାଗୁଡ଼ିକର ଉଦ୍ଦେଶ୍ୟ ହେଉଛି ଗରିବରୁ ଅତିଗରିବ ଲୋକଙ୍କୁ ବୀମା କଭରେଜ୍ ଏବଂ ପେନସନ୍ ସହାୟତା ପ୍ରଦାନ କରିବା। ଏହି ଯୋଜନାଗୁଡ଼ିକର ମୁଖ୍ୟ ଲକ୍ଷ୍ୟ ପଞ୍ଜୀକରଣ ଏବଂ ଦାବିର ଡିଜିଟାଇଜେସନ୍ ଏବଂ ସରଳୀକରଣ ଉପରେ ରହିଛି। ଅନଲାଇନ୍ ଜନ ସୁରକ୍ଷା ପୋର୍ଟାଲର ଶୁଭାରମ୍ଭ ନାଗରିକମାନଙ୍କୁ ବ୍ୟାଙ୍କ ଶାଖା କିମ୍ବା ଡାକଘରକୁ ନଯାଇ ସୁବିଧାଜନକ ଭାବରେ ପଞ୍ଜୀକରଣ କରିବା ସମ୍ଭବ କରିଛି। ଦାବି ପ୍ରକ୍ରିୟାର ଡିଜିଟାଇଜେସନ୍ ଦ୍ରୁତ ସମାଧାନ ସୁନିଶ୍ଚିତ କରିଛି, ଯାହା ଶୋକସନ୍ତପ୍ତ ପରିବାରକୁ ଜରୁରୀ ଆବଶ୍ୟକତା ସମୟରେ ସମୟୋଚିତ ସହାୟତା ପ୍ରଦାନ କରିଥାଏ।”


ଏସବୁ ଜନସୁରକ୍ଷା ଯୋଜନାର ୧୧ତମ ବାର୍ଷିକୀ ପାଳନ ଅବସରରେ ଆସନ୍ତୁ ଜାଣିବା କିପରି ଏଗୁଡ଼ିକ ଲୋକମାନଙ୍କୁ ସୁଲଭ ମୂଲ୍ୟରେ ବୀମା ଓ ସାମାଜିକ ସୁରକ୍ଷା ପ୍ରଦାନ କରୁଛନ୍ତି, ଏଗୁଡ଼ିକର ବୈଶିଷ୍ଟ୍ୟ ଓ ସଫଳତା ସମ୍ପର୍କରେ..


୧. ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା (PMJJBY)
ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା (ପିଏମଜେଜେବିଓ୍ବାଇ) ପ୍ରତ୍ୟେକ ଦିନ ୨ ଟଙ୍କାରୁ କମ୍ ପ୍ରିମିୟମ୍ରେ ଯେକୌଣସି କାରଣରୁ ମୃତ୍ୟୁ ପାଇଁ ଜୀବନ ବୀମା କଭରେଜ୍ ପ୍ରଦାନ କରିବା ପାଇଁ ଡିଜାଇନ୍ କରାଯାଇଛି।
ମୁଖ୍ୟ ବୈଶିଷ୍ଟ୍ୟ: ପିଏମଜେଜେବିଓ୍ବାଇ ଏକ ବର୍ଷର ବୀମା କଭର ପ୍ରଦାନ କରେ ଓ ଏହା ପ୍ରତିବର୍ଷ ନବୀକରଣ ହେଉଥାଏ। ଏହି ଯୋଜନା ଏଲଆଇସି ଏବଂ ଅନ୍ୟାନ୍ୟ ଜୀବନ ବୀମା କମ୍ପାନୀଗୁଡ଼ିକ ଦ୍ୱାରା ପ୍ରଦାନ/ପରିଚାଳିତ ହୁଏ, ଯେଉଁମାନେ ସମାନ ସର୍ତ୍ତ ଓ ନିୟମାବଳୀରେ ବୀମାସେବା ପ୍ରଦାନ କରିବାକୁ ଇଚ୍ଛୁକ ଏବଂ ଏଥିଲାଗି ଯେଉଁମାନଙ୍କର ଆବଶ୍ୟକୀୟ ଅନୁମୋଦନ ଅଛି ଓ ବ୍ୟାଙ୍କ/ଡାକଘର ସହିତ ଅନୁବନ୍ଧନ ରହିଛି। ଅଂଶଗ୍ରହଣକାରୀ ବ୍ୟାଙ୍କ/ଡାକଘରଗୁଡ଼ିକ ସେମାନଙ୍କର ଗ୍ରାହକମାନଙ୍କ ପାଇଁ ଯୋଜନା କାର୍ଯ୍ୟକାରୀ କରିବା ପାଇଁ ଏପରି ଯେକୌଣସି ଜୀବନ ବୀମା କମ୍ପାନୀକୁ ସାମିଲ କରିବାକୁ ମୁକ୍ତ।
ଯୋଗ୍ୟତା ସର୍ତ୍ତାବଳୀ: ଅଂଶଗ୍ରହଣକାରୀ ବ୍ୟାଙ୍କ/ଡାକଘରର ସମସ୍ତ ବ୍ୟକ୍ତିଗତ ଖାତାଧାରୀ ଯେଉଁମାନଙ୍କ ବୟସ ୧୮ ରୁ ୫୦ ବର୍ଷ ମଧ୍ୟରେ ଅଛି ଏବଂ ଯେଉଁମାନେ ଏହି ସ୍କିମରେ ଯୋଗଦେବାକୁ ସମ୍ମତି ଦିଅନ୍ତି ଓ ନିଜ ଖାତାରୁ ଅଟୋ-ଡେବିଟ୍କୁ ସକ୍ରିୟ କରନ୍ତି, ସେମାନେ ଯୋଗ ଦେଇପାରିବେ। ଯଦି ଜଣେ ବ୍ୟକ୍ତିଙ୍କର ଗୋଟିଏ କିମ୍ବା ଭିନ୍ନ ବ୍ୟାଙ୍କ / ଡାକଘରେ ଏକାଧିକ ଖାତା ଅଛି ସେମାନେ ଗୋଟିଏ ଖାତା ମାଧ୍ୟମରେ ହିଁ ଯୋଗ ଦେଇପାରିବେ।
ପଞ୍ଜିକରଣ ଅବଧି: କଭର ୧ ଜୁନ୍ ରୁ ୩୧ ମଇ ପର୍ଯ୍ୟନ୍ତ ଏକ ବର୍ଷ ପାଇଁ ହେବ। ଏଥିପାଇଁ ନିର୍ଦ୍ଧାରିତ ଫର୍ମରେ ନିର୍ଦ୍ଦିଷ୍ଟ ବ୍ୟକ୍ତିଗତ ବ୍ୟାଙ୍କ / ଡାକଘର ଆକାଉଣ୍ଟ୍ ରୁ ଅଟୋ-ଡେବିଟ୍ ମାଧ୍ୟମରେ ଯୋଗଦାନ / ଦେୟ କରିବାର ବିକଳ୍ପ ଦେବାକୁ ପଡିବ।
ପ୍ରିମିୟମ୍: ପ୍ରତି ସଦସ୍ୟ ପାଇଁ ବାର୍ଷିକ ୪୩୬/- ଟଙ୍କା। ଯୋଜନା ଅଧୀନରେ ପ୍ରିମିୟମ୍ ପଞ୍ଜୀକରଣ ସମୟରେ ଦିଆଯାଇଥିବା ବିକଳ୍ପ ଅନୁଯାୟୀ ‘ଅଟୋ ଡେବିଟ୍’ ସୁବିଧା ମାଧ୍ୟମରେ ଆକାଉଣ୍ଟଧାରୀଙ୍କ ବ୍ୟାଙ୍କ / ଡାକଘର ଆକାଉଣ୍ଟ୍ ରୁ ଗୋଟିଏ କିସ୍ତିରେ କାଟି ଦିଆଯିବ।
ନିମ୍ନଲିଖିତ ଭାବରେ ପ୍ରୋ-ରାଟା ପ୍ରିମିୟମ୍ ପ୍ରଦାନ ସହିତ ସମ୍ଭାବ୍ୟ କଭର ପାଇଁ ବିଳମ୍ବିତ ପଞ୍ଜିକରଣ ସମ୍ଭବ;
କ) ଜୁନ୍, ଜୁଲାଇ ଏବଂ ଅଗଷ୍ଟରେ ପଞ୍ଜୀକରଣ ପାଇଁ – ୪୩୬/- ଟଙ୍କା ପୂର୍ଣ୍ଣ ବାର୍ଷିକ ପ୍ରିମିୟମ୍ ଦେୟଯୋଗ୍ୟ।
ଖ) ସେପ୍ଟେମ୍ବର, ଅକ୍ଟୋବର ଏବଂ ନଭେମ୍ବରରେ ପଞ୍ଜୀକରଣ ପାଇଁ – ୩୪୨/- ଟଙ୍କା ପ୍ରୋ-ରାଟା ପ୍ରିମିୟମ୍ ଦେୟଯୋଗ୍ୟ।
ଗ) ଡିସେମ୍ବର, ଜାନୁଆରୀ ଏବଂ ଫେବୃଆରୀରେ ପଞ୍ଜୀକରଣ ପାଇଁ – ଟଙ୍କା ୨୨୮/- ଦେୟ ଦେବାକୁ ପଡିବ। ଘ) ମାର୍ଚ୍ଚ, ଏପ୍ରିଲ ଏବଂ ମେ ମାସରେ ପଞ୍ଜୀକରଣ ପାଇଁ – ଟଙ୍କା ୧୧୪/- ର ଅନୁପାତ ପ୍ରିମିୟମ୍ ଦେୟ ଦେବାକୁ ପଡିବ।
ଲାଭ: ଯେକୌଣସି କାରଣରୁ ଉପଭୋକ୍ତାଙ୍କ ମୃତ୍ୟୁ ହେଲେ ୨ ଲକ୍ଷ ଟଙ୍କା ମିଳିବ। ପଞ୍ଜୀକରଣ ତାରିଖରୁ ୩୦ ଦିନର ଲିଆନ୍ ଅବଧି ଲାଗୁ ହେବ।
ସଫଳତା: ୨୯ ଏପ୍ରିଲ ୨୦୨୬ ସୁଦ୍ଧା, ପିଏମଜେଜେବିଓ୍ବାଇ ଅଧୀନରେ ମୋଟ ପଞ୍ଜୀକରଣ ୨୭.୪୩ କୋଟି ଅତିକ୍ରମ କରିଛି ଏବଂ ୧୦,୭୫,୬୨୫ ଦାବି ପାଇଁ ୨୧,୫୧୨.୫୦ କୋଟି ଟଙ୍କା ପ୍ରଦାନ କରାଯାଇଛି। ଏସବୁ ମୋଟ ପଞ୍ଜୀକରଣ ମଧ୍ୟରୁ ୧୨.୭୨ କୋଟି ମହିଳା ଓ ୮.୦୯ କୋଟି ପିଏମଜେଡିୱାଇ ଆକାଉଣ୍ଟଧାରୀ ପଞ୍ଜୀକରଣ ରହିଛି।

PMJJBY
Share. Facebook Twitter LinkedIn Email WhatsApp Copy Link

Related Posts

ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ବଡ ଘୋଷଣା

May 12, 2026

ରଣପୁରରେ ଦୁଇ ଶିକ୍ଷକ-ଶିକ୍ଷୟତ୍ରୀଙ୍କ ପରଲୋକ: ଶିକ୍ଷା ମହଲରେ ଶୋକର ଛାୟା

May 12, 2026

ନିଟ୍‌-ୟୁଜି ୨୦୨୬ ପରୀକ୍ଷା ବାତିଲକୁ ନେଇ ସରକାରଙ୍କୁ ସମାଲୋଚନା କଲେ ନବୀନ

May 12, 2026

ଯୁବକକୁ ଗୋଡ଼ାଇ ଗୋଡ଼ାଇ ମରଣାନ୍ତକ ଆକ୍ରମଣ

May 12, 2026
Latest News

ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ବଡ ଘୋଷଣା

May 12, 2026

ରଣପୁରରେ ଦୁଇ ଶିକ୍ଷକ-ଶିକ୍ଷୟତ୍ରୀଙ୍କ ପରଲୋକ: ଶିକ୍ଷା ମହଲରେ ଶୋକର ଛାୟା

May 12, 2026

ନିଟ୍‌-ୟୁଜି ୨୦୨୬ ପରୀକ୍ଷା ବାତିଲକୁ ନେଇ ସରକାରଙ୍କୁ ସମାଲୋଚନା କଲେ ନବୀନ

May 12, 2026

ଯୁବକକୁ ଗୋଡ଼ାଇ ଗୋଡ଼ାଇ ମରଣାନ୍ତକ ଆକ୍ରମଣ

May 12, 2026

ବାରଙ୍ଗରେ ବୁଲିଲା ଖଣ୍ଡା; ୨ଜଣ ଆହତ

May 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.