Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜାତୀୟ ପଞ୍ଚାୟତ ପୁରସ୍କାର ୨୦୨୫ ଘୋଷଣା : ୫ଟି ବର୍ଗରେ ପୁରସ୍କାର ପାଇବ ଓଡ଼ିଶା
ଆଜିର ଖବର

ଜାତୀୟ ପଞ୍ଚାୟତ ପୁରସ୍କାର ୨୦୨୫ ଘୋଷଣା : ୫ଟି ବର୍ଗରେ ପୁରସ୍କାର ପାଇବ ଓଡ଼ିଶା

May 10, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭାରତ ସରକାରଙ୍କ ପଞ୍ଚାୟତିରାଜ ମନ୍ତ୍ରଣାଳୟ ପକ୍ଷରୁ ଜାତୀୟ ପଞ୍ଚାୟତ ପୁରସ୍କାର ୨୦୨୫ ଘୋଷଣା କରାଯାଇଛି । ବିଭିନ୍ନ ବର୍ଗରେ ପୁରସ୍କାର ପାଇଁ ଦେଶର ୪୨ଟି ପଞ୍ଚାୟତକୁ ମନୋନୀତ କରାଯାଇଛି । ଆସନ୍ତା ଜୁନ୍ ୩ ତାରିଖରେ ନୂଆଦିଲ୍ଲୀରେ ଅନୁଷ୍ଠିତ ଏକ ସମାରୋହରେ ପୁରସ୍କାର ବିତରଣ କରାଯିବ । ୯ଟି ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ ପୂରଣ ଦିଗରେ ଉଲ୍ଲେଖନୀୟ ପ୍ରଦର୍ଶନ ଲାଗି ମନୋନୀତ ପଞ୍ଚାୟତଗୁଡ଼ିକୁ ଦୀନଦୟାଲ ଉପାଧ୍ୟାୟ ପଞ୍ଚାୟତ ବିକାଶ ପୁରସ୍କାର ଦିଆଯିବ । ୧୭ଟି ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶର ୩୪ଟି ପଞ୍ଚାୟତକୁ ତିନୋଟି ବର୍ଗରେ ଏହି ପୁରସ୍କାର ଦିଆଯିବ । ସେହିପରି ଶ୍ରେଷ୍ଠ ଜିଲ୍ଲା ପଞ୍ଚାୟତ, ଶ୍ରେଷ୍ଠ ବ୍ଲକ୍ ପଞ୍ଚାୟତ ଏବଂ ଶ୍ରେଷ୍ଠ ଗ୍ରାମ ପଞ୍ଚାୟତ ବର୍ଗରେ ନାନାଜୀ ଦେଶମୁଖ ସର୍ବୋତ୍ତମ ପଞ୍ଚାୟତ ସତତ ବିକାଶ ପୁରସ୍କାର ପ୍ରଦାନ କରାଯିବ ।


ପୁରସ୍କାର ବିଜେତା ପଞ୍ଚାୟତଗୁଡ଼ିକୁ ପୁରସ୍କାର ରାଶି ସ୍ୱରୂପ ୫ କୋଟି ଟଙ୍କା ପର୍ଯ୍ୟନ୍ତ ଅର୍ଥରାଶି ପ୍ରଦାନ କରାଯିବ । ଜାତୀୟ ପଞ୍ଚାୟତ ପୁରସ୍କାରରେ କର୍ଣ୍ଣାଟକ ସର୍ବାଧିକ ୬ଟି ପୁରସ୍କାର ପାଇବାକୁ ଯାଉଥିବା ବେଳେ ଆନ୍ଧ୍ରପ୍ରଦେଶ ଓ ଓଡ଼ିଶା ୫ଟି ଲେଖାଏଁ ବର୍ଗରେ ପୁରସ୍କୃତ ହେବେ।
ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ୍ ପୋଟଲମପୁର ପଞ୍ଚାୟତ ସୁସ୍ଥ ପଞ୍ଚାୟତ ଭାବେ ପୁରସ୍କୃତ ହେବାକୁ ମନୋନିତ ହୋଇଛି । ଏହି ପଞ୍ଚାୟତକୁ ତୃତୀୟ ବର୍ଗରେ ୨୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ମିଳିବ । ଜଳ ସ୍ୱଚ୍ଛଳତା କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବା କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକର ପଡ଼ୁଆ ପଞ୍ଚାୟତକୁ ୫୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ଦିଆଯିବ । ସ୍ୱଚ୍ଛ ଏବଂ ସବୁଜ ପଞ୍ଚାୟତ ବର୍ଗରେ ତୃତୀୟ ସ୍ଥାନ ହାସଲ କରିଥିବା ସୁନ୍ଦରଗଡ଼ ଜିଲ୍ଲା ଲାଠିକଟା ବ୍ଲକର ହାତୀବନ୍ଧ ପଞ୍ଚାୟତକୁ ୩୭ ଲକ୍ଷ ୫୦ ହଜାର ଟଙ୍କାର ପୁରସ୍କାର ରାଶି ମିଳିବ । ଅନ୍ୟପଟେ ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକର ମନ୍ଦାର ପଞ୍ଚାୟତ ସାମାଜିକ ନ୍ୟାୟ ଏବଂ ସାମାଜିକ ଦୃଷ୍ଟିରୁ ସୁରକ୍ଷିତ ପଞ୍ଚାୟତ ଭାବେ ଜାତୀୟ ସ୍ତରରେ ଦ୍ୱିତୀୟ ସ୍ଥାନ ହାସଲ କରିଛି । ଏହି ପଞ୍ଚାୟତକୁ ମଧ୍ୟ ୩୭ ଲକ୍ଷ ୫୦ ହଜାର ଟଙ୍କାର ପୁରସ୍କାର ରାଶି ଦିଆଯିବ । ଶ୍ରେଷ୍ଠ ଜିଲ୍ଲା ପଞ୍ଚାୟତ ବର୍ଗରେ ଗଞ୍ଜାମ ଜାତୀୟ ସ୍ତରରେ ଦ୍ୱିତୀୟ ସ୍ଥାନ ହାସଲ କରିଛି । ଏହି ପୁରସ୍କାର ବାବଦରେ ଗଞ୍ଜାମକୁ ୩ କୋଟି ଟଙ୍କାର ପୁରସ୍କାର ମିଳିବ।


ଦେଶର ଗ୍ରାମାଞ୍ଚଳରେ ସମାବେଶୀ, ଅନ୍ତର୍ଭୂକ୍ତିମୂଳକ ଏବଂ ଦୀର୍ଘସ୍ଥାୟୀ ବିକାଶକୁ ପ୍ରୋତ୍ସାହନ ଦେବା ଲାଗି ପଞ୍ଚାୟତି ରାଜ ମନ୍ତ୍ରଣାଳୟ ପକ୍ଷରୁ ଜାତୀୟ ପଞ୍ଚାୟତ ପୁରସ୍କାର ପ୍ରଦାନ କରାଯାଇ ଆସୁଛି । ଏହି ପୁରସ୍କାର ଜରିଆରେ ଶ୍ରେଷ୍ଠ ପ୍ରଦର୍ଶନକାରୀ ପଞ୍ଚାୟତଗୁଡ଼ିକୁ ଜାତୀୟ ସ୍ତରର ମାନ୍ୟତା ଏବଂ ଆର୍ଥିକ ପ୍ରୋତ୍ସାହନ ମିଳିଥାଏ ।

National Panchayat Awards 2025
Share. Facebook Twitter LinkedIn Email WhatsApp Copy Link

Related Posts

‘ଦିନିକିଆରେ ଅଭିଷେକ ଶର୍ମାଙ୍କୁ ସୁଯୋଗ ମିଳିବା ଉଚିତ’: ଦାବି କଲେ ପୂର୍ବତନ କ୍ରିକେଟର

October 28, 2026

କର୍ଣ୍ଣାଟକ ବିଧାନ ପରିଷଦ ନିର୍ବାଚନ: ସମସ୍ତ ଚାରି ଆସନରେ ବିଜେପି-ଜେଡି(ଏସ)ର ବିଜୟ

October 28, 2026

ରୁପା ୫୦% ଶସ୍ତା: ଜାନୁଆରୀରୁ ଅଧା ହେଲା ଦାମ, କିଣିବେ ନା ଆଉ ଅପେକ୍ଷା କରିବେ?

October 28, 2026

ଟ୍ରେନରେ ରାତି ୧୧ରୁ ସକାଳ ୫ଟା ପର୍ଯ୍ୟନ୍ତ ମୋବାଇଲ ଚାର୍ଜିଂ ବନ୍ଦ: ରେଳ ବିଭାଗର ବଡ଼ ନିଷ୍ପତ୍ତି

October 28, 2026
Latest News

‘ଦିନିକିଆରେ ଅଭିଷେକ ଶର୍ମାଙ୍କୁ ସୁଯୋଗ ମିଳିବା ଉଚିତ’: ଦାବି କଲେ ପୂର୍ବତନ କ୍ରିକେଟର

October 28, 2026

କର୍ଣ୍ଣାଟକ ବିଧାନ ପରିଷଦ ନିର୍ବାଚନ: ସମସ୍ତ ଚାରି ଆସନରେ ବିଜେପି-ଜେଡି(ଏସ)ର ବିଜୟ

October 28, 2026

ରୁପା ୫୦% ଶସ୍ତା: ଜାନୁଆରୀରୁ ଅଧା ହେଲା ଦାମ, କିଣିବେ ନା ଆଉ ଅପେକ୍ଷା କରିବେ?

October 28, 2026

ଟ୍ରେନରେ ରାତି ୧୧ରୁ ସକାଳ ୫ଟା ପର୍ଯ୍ୟନ୍ତ ମୋବାଇଲ ଚାର୍ଜିଂ ବନ୍ଦ: ରେଳ ବିଭାଗର ବଡ଼ ନିଷ୍ପତ୍ତି

October 28, 2026

୨୮ ଟି MLC ନିର୍ବାଚନରେ ​​କିଏ କେଉଁଠାରେ ଜିତିଲା?: ପଢ଼ନ୍ତୁ ସମ୍ପୂର୍ଣ୍ଣ ତାଲିକା

October 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.