ଆସାମ: ଆସାମର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ହିମନ୍ତ ବିଶ୍ୱଶର୍ମା । ଆଜି ଦିନ ପୂର୍ବାହ୍ନ ୧୧ଟା ୪୦ ରେ ଶପଥ ଗ୍ରହଣ କରିବେ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଲଗାତାର ଦ୍ବୀତିୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ହିମନ୍ତ ବିଶ୍ବଶର୍ମା। ଗୌହାଟୀ ଖାନପରା ଭେଟେରିନାରୀ କଲେଜ ଗ୍ରାଉଣ୍ଡରେ ଆୟୋଜିତ ହେଉଛି ଭବ୍ୟ ଶପଥ ସମାରୋହ। ବିଜେପିର ଅଜନ୍ତା ନେଗ ଏବଂ ରାମେଶ୍ୱର ତେଲି, ଏଜିପି ମୁଖ୍ୟ ଅତୁଲ ବୋରା ଏବଂ ବିପିଏଫର ଚରଣ ବୋରୋ ମେ ୧୨ ତାରିଖରେ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ। ପୂର୍ବତନ ମନ୍ତ୍ରୀ ରଞ୍ଜିତ କୁମାର ଦାସ ଆସାମ ବିଧାନସଭାର ବାଚସ୍ପତି ପଦ ପାଇଁ ଏନଡିଏର ପ୍ରାର୍ଥୀ ହେବେ। ଆସାମରେ ଭାରତୀୟ ଜନତା ପାର୍ଟି ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ) ସରକାରଙ୍କର ତୃତୀୟ କ୍ରମାଗତ କାର୍ଯ୍ୟକାଳ ମଙ୍ଗଳବାର ଆରମ୍ଭ ହେବ।


