କଟକ : କଟକ କ୍ୟାଣ୍ଟନମେଣ୍ଟ ରୋଡ ଅଞ୍ଚଳରେ ଯୁବକଙ୍କୁ ଛୁରାମାଡ । ସାମାନ୍ୟ ବଚସାକୁ କେନ୍ଦ୍ର କରି ଯୁବକଙ୍କୁ ଛୁରା ମାଡ ହୋଇଥିବାର ସୂଚନା ରହିଛି । ଗୁରୁତର ଅବସ୍ଥାରେ ଏସସିବି ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।
ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡିଛି । ପ୍ରାୟ ସବୁଦିନ ଆକ୍ରମଣ, ମର୍ଡର, ଅପହରଣ ପରି ଘଟଣା ଦେଖିବାକୁ ମିଳୁଛି । ଲୋକେ ଏବେ ଆଇନକୁ ହାତକୁ ନେଲେଣି । ବେଳ ଥାଉ ଥାଉ ଏହା ଉପରେ ଲଗାମ ନ ଲଗାଇଲେ ଏହାକୁ ସମ୍ଭାଳିବା ବଡ କଷ୍ଟ ହୋଇପଡିବ । ସରକାର ଏଇ ଦିଗ ପ୍ରତି କଡା ଆଭିମୁଖ୍ୟ ପୋଷଣ କରିବା ଉଚିତ ।


