କେନ୍ଦ୍ରାପଡ଼ା: କୁମ୍ଭୀର ମୁହଁରୁ ଅଳ୍ପକେ ବର୍ତ୍ତିଲେ ମହିଳା । କେନ୍ଦ୍ରାପଡ଼ା ମହାକାଳପଡ଼ା ବ୍ଲକ୍ ଜଙ୍ଗଲଘେରୀ ଗାଁରେ କୁମ୍ଭୀର ଆକ୍ରମଣରେ ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି। କୁମ୍ଭୀର ଆକ୍ରମଣର ଶିକାର ହୋଇଥିବା ମହିଳା ହେଉଛନ୍ତି ଛବି ପାତ୍ର। ଗଳିଆ ନଦୀରେ ବାସନ ମାଜୁଥିବା ବେଳେ କୁମ୍ଭୀର ଆକ୍ରମଣ କରିଥିଲା । ତାଙ୍କ ହାତ ଓ ପେଟରେ ଆଘାତ ଲାଗିଛି। ଗୁରୁତର ଅବସ୍ଥାରେ ମହିଳାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।


