ହାଇଦ୍ରାବାଦ : ହାଇଦ୍ରାବାଦ ରେଳ ଷ୍ଟେସନରେ ହାଇଦ୍ରାବାଦ-ଜୟପୁର ସ୍ୱତନ୍ତ୍ର ଟ୍ରେନର ଏକ ଖାଲି କୋଚରେ ନିଆଁ ଲାଗିଯାଇଛି । ରେଳବାଇ ଅନୁଯାୟୀ, ଅଗ୍ନିଶମ ବାହିନୀର କର୍ମଚାରୀମାନେ ତୁରନ୍ତ ନିଆଁକୁ ନିୟନ୍ତ୍ରଣ କରିଥିଲେ। ଅଗ୍ନିକାଣ୍ଡ ସମୟରେ କୋଚ ଖାଲି ଥିବାରୁ କୌଣସି ଯାତ୍ରୀ ଆହତ ହୋଇ ନଥିଲେ। ରେଳବାଇ ଅନୁଯାୟୀ, ଅଗ୍ନିକାଣ୍ଡର କାରଣ ତଦନ୍ତ କରାଯାଉଛି।


