Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ନିର୍ମାଣ ବିଭାଗର ସମୀକ୍ଷା : ଦୁର୍ନୀତିମୁକ୍ତ କାର୍ଯ୍ୟାନ୍ବୟନକୁ ଗୁରୁତ୍ବ
ଆଜିର ଖବର

ନିର୍ମାଣ ବିଭାଗର ସମୀକ୍ଷା : ଦୁର୍ନୀତିମୁକ୍ତ କାର୍ଯ୍ୟାନ୍ବୟନକୁ ଗୁରୁତ୍ବ

May 21, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link

ରାସ୍ତାଘାଟ,କୋଠାବାଡ଼ି ଏବଂ ସେତୁ ନିର୍ମାଣ ସହ ରାଜ୍ୟର ବିକାଶକୁ ତ୍ୱରିତ ଗତିରେ ଆଗେଇ ନେବାରେ ଲୋକଙ୍କ ସରକାର ସବୁବେଳେ ଗୁରୁତ୍ୱ ଦେଇ ଆସିଛନ୍ତି। ଏହି ପରିପ୍ରେକ୍ଷୀରେ ଆଜି ଲୋକସେବା ଭବନ ସ୍ଥିତ ସମ୍ମିଳନୀ କକ୍ଷ ଠାରେ ନିର୍ମାଣ ବିଭାଗର ୫୦ କୋଟି ଟଙ୍କାରୁ ଉର୍ଦ୍ଧ୍ୱ ନିର୍ମାଣ ପ୍ରକଳ୍ପର ସମୀକ୍ଷା ବୈଠକରେ ମାନ୍ୟବର ଆଇନ, ପୂର୍ତ୍ତ‌ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ ଅଧ୍ୟକ୍ଷତା କରି ବିଭିନ୍ନ ପ୍ରକଳ୍ପ ସମ୍ବନ୍ଧରେ ବିଶଦ ଆଲୋଚନା କରିଛନ୍ତି।

ପୁରୀ ଐତିହ୍ୟ ପ୍ରକଳ୍ପଠାରୁ ଆରମ୍ଭ କରି ଏସ୍‌ସିବିର କ୍ଲିନିକାଲ୍‌ ଓ ରେସିଡେନ୍‌ସିଆଲ୍‌ କମ୍ପ୍ଲେକ୍ସ, ମହିମା ଗାଦି ମନ୍ଦିର ପ୍ରକଳ୍ପ, ବ୍ରାହ୍ମଣୀ ଓ ବୈତରଣୀ, ମହାନଦୀରେ ହାଇଲେବୁଲ୍‌ ସେତୁ ନିର୍ମାଣ ଆଦି ପ୍ରକଳ୍ପ ରାଜ୍ୟ ବିକାଶର ଗୋଟିଏ ଗୋଟିଏ ବୃହତ ଅଙ୍ଗ ସଦୃଶ।ଏହାର ସଫଳ ପରିସମାପ୍ତି କେବଳ ସରକାରଙ୍କ ପାଇଁ ନୁହେଁ, ବରଂ ରାଜ୍ୟବାସୀଙ୍କ ପାଇଁ ବଡ଼ ଉପଲବ୍ଧି।ତେଣୁ ଏହିସବୁ କାର୍ଯ୍ୟରେ କୌଣସି ପ୍ରକାର ଅବହେଳାକୁ କେବେହେଲେ ବରଦାସ୍ତ କରାଯିବ ନାହିଁ। ସରକାରୀ ଅଧିକାରୀଙ୍କ ଦାୟିତ୍ୱହୀନତା କାରଣରୁ ହେଉ କିମ୍ବା ଠିକା ସଂସ୍ଥା ଦ୍ୱାରା ଅଯଥା ବିଳମ୍ବ ହେବା ନେଇ ସମସ୍ତ ଅଭିଯୋଗ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଉପସ୍ଥିତ ଅଧିକାରୀ ମାନଙ୍କୁ ମାନ୍ୟବର ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍ତି।ଏହି କ୍ରମରେ ଏସ୍‌ସିବିର କ୍ଲିନିକାଲ୍‌ ଓ ରେସିଡେନ୍‌ସିଆଲ୍‌ କମ୍ପ୍ଲେକ୍ସ ନିର୍ମାଣ ଦାୟିତ୍ୱ ନେଇଥିବା ଠିକା ସଂସ୍ଥାକୁ ନିର୍ଦ୍ଧାରିତ ସମୟ ଅବଧି ମଧ୍ୟରେ ନିର୍ମାଣ କାର୍ଯ୍ୟ ଶେଷ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । 

ତତସହିତ ପୁରୀ ବାସେଳି ସାହି ଧର୍ମଶାଳାର ନିର୍ମାଣ,ଦିଗବାରେଣୀ ଓ ସମଙ୍ଗ ପାର୍କିଂ,ରେଭେନ୍ସା ବାଳିକା ହଷ୍ଟେଲ ନିର୍ମାଣ, ଭୁବନେଶ୍ୱର ସ୍ଥିତ ବିଧାୟକ କୋଠା, ଟାଇପ୍‌-୪, ଟାଇପ୍‌-୨ ଆବାସିକ କମ୍ପ୍ଲେକ୍ସ, ବ୍ରାହ୍ମଣୀ ନଦୀ ଉପରେ ଦ୍ୱିତୀୟ ସେତୁ ନିର୍ମାଣ, ସାରଳା ମନ୍ଦିର ଉନ୍ନୟନ ପ୍ରକଳ୍ପ, ମହିମା ମନ୍ଦିର ଉନ୍ନୟନ ପ୍ରକଳ୍ପ, ଯାଜପୁର ସ୍ପୋର୍ଟସ କମ୍ପ୍ଲେକ୍ସ ନିର୍ମାଣ ସମେତ ୧୦ଟି ରାସ୍ତା, ୯ଟି ସେତୁ, ୮ଟି ବିଲ୍‌ଡିଂ ସମେତ ଓବିସିସିର ୨୦ଟି ପ୍ରକଳ୍ପ ନିର୍ମାଣର ଅଗ୍ରଗତି ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା।

ଏହି ବୈଠକରେ ପୂର୍ତ୍ତ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସଞ୍ଜୟ କୁମାର ସିଂହ,ଓବିସିସିର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଅନୁପମ୍‌ ସାହା, ସ୍ୱତନ୍ତ୍ର ଶାସନ ସଚିବ ଇଂ. ଲକ୍ଷ୍ମୀକାନ୍ତ ପାଢ଼ୀ, ଇଆଇସି (ସିଭିଲ୍‌) ଇଂ ସତ୍ୟବ୍ରତ ବେହେରା, ଇଆଇସି (ଡିଜାଇନ୍‌, ପ୍ଲାନିଂ, କୋଅର୍ଡିନେସନ୍‌) ଇଂ ସମୀର ହୋତା, ଇଆଇସି (ରୋଡସ୍‌) ଇଂ ଧ୍ୟାନଚାନ୍ଦ ନାୟକ, ଉପଦେଷ୍ଟା ଶ୍ରୀ ଜୟକୃଷ୍ଣ ଦାସ, ମୁଖ୍ୟଯନ୍ତ୍ରୀ, ଜାତୀୟ ରାଜପଥ ଇଂ ନାରାୟଣ ପଟେଲ, ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଇଂ ମନୋଜ ମହାନନ୍ଦ, ଅର୍ଥ ପରାମର୍ଶଦାତା ଶ୍ରୀ ରତୀକାନ୍ତ ମହାପାତ୍ର, ଯୁଗ୍ମ ଶାସନ ସଚିବ ଶ୍ରୀ ଦୀପ୍ତିରଞ୍ଜନ ବେହେରାଙ୍କ ସମେତ ବିଭିନ୍ନ ଜୋନ୍‌ର ମୁଖ୍ୟଯନ୍ତ୍ରୀ, ଅଧୀକ୍ଷଣ ଯନ୍ତ୍ରୀ ଏବଂ ଠିକା ସଂସ୍ଥାର କାର୍ଯ୍ୟନିର୍ବାହୀମାନେ ଉପସ୍ଥିତ ଥିଲେ।

ଦୁର୍ନୀତିମୁକ୍ତ କାର୍ଯ୍ୟାନ୍ବୟନ ନିର୍ମାଣ ବିଭାଗ
Share. Facebook Twitter LinkedIn Email WhatsApp Copy Link

Related Posts

କେବଳ ୬ ଖେଳାଳି ନିଶ୍ଚିତ!: ୨୦୨୭ ବିଶ୍ୱକପ ପାଇଁ ଟିମ୍ ଇଣ୍ଡିଆରେ ମିଳିବ ସୁଯୋଗ

July 31, 2026

‘ଖେଲୋ ଇଣ୍ଡିଆ’: ଜାତୀୟ କ୍ରୀଡ଼ା ମହାସଂଘଗୁଡ଼ିକ ପାଇଁ ବର୍ଦ୍ଧିତ ସହାୟତାକୁ କ୍ୟାବିନେଟ୍ ମଞ୍ଜୁରୀ

July 31, 2026

ରାଜସ୍ବ ମନ୍ତ୍ରୀଙ୍କ ବନ୍ୟା ସମୀକ୍ଷା: ଚାଷୀଙ୍କୁ ମିଳିବ କୃଷି ଓ ରାଜସ୍ୱ ବିଭାଗର ମିଳିତ ପ୍ୟାକେଜ୍

July 31, 2026

ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଅଶାଳୀନ ମନ୍ତବ୍ୟ ମାମଲା: କ୍ଷମା ମାଗିଲେ ନାବାଳିକା

July 31, 2026
Latest News

କେବଳ ୬ ଖେଳାଳି ନିଶ୍ଚିତ!: ୨୦୨୭ ବିଶ୍ୱକପ ପାଇଁ ଟିମ୍ ଇଣ୍ଡିଆରେ ମିଳିବ ସୁଯୋଗ

July 31, 2026

‘ଖେଲୋ ଇଣ୍ଡିଆ’: ଜାତୀୟ କ୍ରୀଡ଼ା ମହାସଂଘଗୁଡ଼ିକ ପାଇଁ ବର୍ଦ୍ଧିତ ସହାୟତାକୁ କ୍ୟାବିନେଟ୍ ମଞ୍ଜୁରୀ

July 31, 2026

ରାଜସ୍ବ ମନ୍ତ୍ରୀଙ୍କ ବନ୍ୟା ସମୀକ୍ଷା: ଚାଷୀଙ୍କୁ ମିଳିବ କୃଷି ଓ ରାଜସ୍ୱ ବିଭାଗର ମିଳିତ ପ୍ୟାକେଜ୍

July 31, 2026

୮୪,୦୮୪ କୋଟିର ବ୍ୟୟ ଅଟକଳ ସହ ‘ସମୁଦ୍ର ମନ୍ଥନ’ କୁ କ୍ୟାବିନେଟ ମଞ୍ଜୁରି

July 31, 2026

ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଅଶାଳୀନ ମନ୍ତବ୍ୟ ମାମଲା: କ୍ଷମା ମାଗିଲେ ନାବାଳିକା

July 31, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.