Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଖୋର୍ଦ୍ଧା ରୋଡ଼ ଡିଭିଜନରେ ଆଧୁନିକୀକରଣ କାର୍ଯ୍ୟ ଯୋଗୁଁ ଟ୍ରେନ୍ ଚଳାଚଳରେ ପରିବର୍ତ୍ତନ
ଆଜିର ଖବର

ଖୋର୍ଦ୍ଧା ରୋଡ଼ ଡିଭିଜନରେ ଆଧୁନିକୀକରଣ କାର୍ଯ୍ୟ ଯୋଗୁଁ ଟ୍ରେନ୍ ଚଳାଚଳରେ ପରିବର୍ତ୍ତନ

May 22, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର, : ଖୋର୍ଦ୍ଧା ରୋଡ଼ ଡିଭିଜନରେ ଅତ୍ୟାବଶ୍ୟକ ସୁରକ୍ଷା-ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ କେତେକ ମେମୁ ଟ୍ରେନ୍ ଚଳାଚଳରେ ସାମୟିକ ପରିବର୍ତ୍ତନ ଘୋଷଣା କରାଯାଇଛି।
ସୁରକ୍ଷା ମାନଦଣ୍ଡରେ ଉନ୍ନତି ଆଣିବା, ପରିଚାଳନା ଦକ୍ଷତା ବୃଦ୍ଧି କରିବା ଏବଂ ରେଳ ନେଟୱର୍କର ଦୀର୍ଘକାଳୀନ ବିଶ୍ୱସନୀୟତା ସୁନିଶ୍ଚିତ କରିବା ପାଇଁ ଏହି ପରିଚାଳନାଗତ ପରିବର୍ତ୍ତନଗୁଡ଼ିକ କରାଯାଉଛି।


ଆଧୁନିକୀକରଣ କାର୍ଯ୍ୟର ଏକ ଅଂଶ ସ୍ୱରୂପ, ନିମ୍ନଲିଖିତ ଟ୍ରେନ ସେବାଗୁଡ଼ିକ ନିର୍ଦ୍ଧାରିତ ତାରିଖରେ ଖଲ୍ଲୀକୋଟ ରେଳ ଷ୍ଟେସନ ପର୍ଯ୍ୟନ୍ତ ଚାଲିବ (ଆଂଶିକ ବାତିଲ ହେବ) ଏବଂ ସେଠାରୁ ହିଁ ଯାତ୍ରା ଆରମ୍ଭ କରିବ:

ଟ୍ରେନ୍ ନଂ ୬୮୪୧୯ ଭୁବନେଶ୍ୱର – ପଲାସା ମେମୁ ଆସନ୍ତା ୨୪ ମଇ ୨୦୨୬ ତାରିଖରେ ଖଲ୍ଲିକୋଟ ଷ୍ଟେସନରେ ଯାତ୍ରା ସମାପ୍ତ କରିବ।
ଟ୍ରେନ୍ ନଂ ୬୮୪୨୦ ପଲାସା – ଭୁବନେଶ୍ୱର ମେମୁ ୨୨ ଏବଂ ୨୫ ମଇ ୨୦୨୬ ତାରିଖରେ ପଲାସା ପରିବର୍ତ୍ତେ ଖଲ୍ଲିକୋଟରୁ ଯାତ୍ରା ଆରମ୍ଭ କାରିବ ।
ଟ୍ରେନ୍ ନଂ ୬୮୪୧୧/୬୮୪୧୨ ଭୁବନେଶ୍ୱର – ବ୍ରହ୍ମପୁର – ଭୁବନେଶ୍ୱର ମେମୁ ଟ୍ରେନ୍ ୨୩, ୨୭ ଓ ୩୦ ମଇ ୨୦୨୬ ତାରିଖରେ ଖଲ୍ଲିକୋଟ ଷ୍ଟେସନପର୍ଯ୍ୟନ୍ତ ଚାଲିବ ଏବଂ ସେଠାରୁ ହିଁ ଯାତ୍ରା ଆରମ୍ଭ କରିବ।

ବାତିଲ୍ ହେଉଥିବା ଟ୍ରେନ୍

ନିମ୍ନଲିଖିତ ମେମୁ ଟ୍ରେନ୍ ସେବାଗୁଡ଼ିକ ନିର୍ଦ୍ଦିଷ୍ଟ ତାରିଖରେ ବାତିଲ୍ ରହିବ:
ଟ୍ରେନ୍ ନଂ ୬୮୪୩୮/୬୮୪୩୭ କଟକ – ଭଦ୍ରକ – କଟକ ମେମୁ ଟ୍ରେନ୍ ସେବା ଆସନ୍ତା ୨୬, ୨୭ ଏବଂ ୨୮ ମଇ ୨୦୨୬ ଏବଂ ୨, ୩, ୪, ୯, ୧୦, ୧୧ ଓ ୧୬ ଜୁନ୍ ୨୦୨୬ ତାରିଖରେ ବାତିଲ୍ ରହିବ।

ସେହିଭଳି, ଟ୍ରେନ୍ ନଂ ୬୮୪୨୪/୬୮୪୨୩ କଟକ – ଭଦ୍ରକ – କଟକ ମେମୁ ଟ୍ରେନ୍ ସେବା ଆସନ୍ତା ୨୭ ଏବଂ ୨୮ ମଇ ୨୦୨୬ ଏବଂ ୩, ୪, ୧୦ ଓ ୧୧ ଜୁନ୍ ୨୦୨୬ ତାରିଖରେ ବାତିଲ୍ ରହିବ।

ସୁରକ୍ଷା-ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ଚାଲୁଥିବା ସମୟରେ ଯାତ୍ରୀମାନଙ୍କୁ ସେହି ଅନୁଯାୟୀ ସେମାନଙ୍କର ଯାତ୍ରା ଯୋଜନା କରିବାକୁ ଏବଂ ରେଳ ପ୍ରଶାସନକୁ ସହଯୋଗ କରିବାକୁ ଅନୁରୋଧ କରାଯାଉଛି। ଟ୍ରେନର ସଦ୍ୟତମ ସୂଚନା ପାଇଁ, ଯାତ୍ରୀମାନେ ଯାତ୍ରା ଆରମ୍ଭ କରିବା ପୂର୍ବରୁ ନ୍ୟାସନାଲ୍ ଟ୍ରେନ୍ ଏନକ୍ୱାରୀ ସିଷ୍ଟମ୍ (NTES) କିମ୍ବା ଅଫିସିଆଲ୍ ରେଳବାଇ ଅନୁସନ୍ଧାନ ସେବାର ବ୍ୟବହାର କରିପାରିବେ।

ଖୋର୍ଦ୍ଧା ରୋଡ଼ ଡିଭିଜନ ଟ୍ରେନ୍ ଚଳାଚଳ
Share. Facebook Twitter LinkedIn Email WhatsApp Copy Link

Related Posts

କେବଳ ୬ ଖେଳାଳି ନିଶ୍ଚିତ!: ୨୦୨୭ ବିଶ୍ୱକପ ପାଇଁ ଟିମ୍ ଇଣ୍ଡିଆରେ ମିଳିବ ସୁଯୋଗ

July 31, 2026

‘ଖେଲୋ ଇଣ୍ଡିଆ’: ଜାତୀୟ କ୍ରୀଡ଼ା ମହାସଂଘଗୁଡ଼ିକ ପାଇଁ ବର୍ଦ୍ଧିତ ସହାୟତାକୁ କ୍ୟାବିନେଟ୍ ମଞ୍ଜୁରୀ

July 31, 2026

ରାଜସ୍ବ ମନ୍ତ୍ରୀଙ୍କ ବନ୍ୟା ସମୀକ୍ଷା: ଚାଷୀଙ୍କୁ ମିଳିବ କୃଷି ଓ ରାଜସ୍ୱ ବିଭାଗର ମିଳିତ ପ୍ୟାକେଜ୍

July 31, 2026

ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଅଶାଳୀନ ମନ୍ତବ୍ୟ ମାମଲା: କ୍ଷମା ମାଗିଲେ ନାବାଳିକା

July 31, 2026
Latest News

କେବଳ ୬ ଖେଳାଳି ନିଶ୍ଚିତ!: ୨୦୨୭ ବିଶ୍ୱକପ ପାଇଁ ଟିମ୍ ଇଣ୍ଡିଆରେ ମିଳିବ ସୁଯୋଗ

July 31, 2026

‘ଖେଲୋ ଇଣ୍ଡିଆ’: ଜାତୀୟ କ୍ରୀଡ଼ା ମହାସଂଘଗୁଡ଼ିକ ପାଇଁ ବର୍ଦ୍ଧିତ ସହାୟତାକୁ କ୍ୟାବିନେଟ୍ ମଞ୍ଜୁରୀ

July 31, 2026

ରାଜସ୍ବ ମନ୍ତ୍ରୀଙ୍କ ବନ୍ୟା ସମୀକ୍ଷା: ଚାଷୀଙ୍କୁ ମିଳିବ କୃଷି ଓ ରାଜସ୍ୱ ବିଭାଗର ମିଳିତ ପ୍ୟାକେଜ୍

July 31, 2026

୮୪,୦୮୪ କୋଟିର ବ୍ୟୟ ଅଟକଳ ସହ ‘ସମୁଦ୍ର ମନ୍ଥନ’ କୁ କ୍ୟାବିନେଟ ମଞ୍ଜୁରି

July 31, 2026

ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଅଶାଳୀନ ମନ୍ତବ୍ୟ ମାମଲା: କ୍ଷମା ମାଗିଲେ ନାବାଳିକା

July 31, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.