Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»୨୨ ବର୍ଷର କାରାବାସ ପରେ ନ୍ୟାୟ: ତଦନ୍ତ ବ୍ୟବସ୍ଥାକୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା
ଆଜିର ଖବର

୨୨ ବର୍ଷର କାରାବାସ ପରେ ନ୍ୟାୟ: ତଦନ୍ତ ବ୍ୟବସ୍ଥାକୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା

August 6, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ନ୍ୟାୟ ପାଇବାରେ ବିଳମ୍ବ କେତେ ଭୟଙ୍କର ପରିଣାମ ଆଣିପାରେ, ତାହାର ଏକ ମର୍ମସ୍ପର୍ଶୀ ଉଦାହରଣ ସାମ୍ନାକୁ ଆଣିଛନ୍ତି ସୁପ୍ରିମକୋର୍ଟ। ନବରଙ୍ଗପୁରର ଅର୍ଜୁନ ଜାନିଙ୍କୁ ୨୦୦୪ର ଏକ ଟ୍ରିପଲ୍ ମର୍ଡର ମାମଲାରେ ୨୨ ବର୍ଷ ଜେଲ୍‌ରେ ରହିବା ପରେ ସର୍ବୋଚ୍ଚ ଅଦାଲତ ନିର୍ଦ୍ଦୋଷ ଘୋଷଣା କରିଛନ୍ତି। ଏହା ସହ ଦେଶର ଆପରାଧିକ ନ୍ୟାୟ ବ୍ୟବସ୍ଥାର ଗୁରୁତର ବିଫଳତାକୁ ନେଇ କଠୋର ଟିପ୍ପଣୀ ଦେଇଛନ୍ତି।

ଜଷ୍ଟିସ୍ ଜେ.ବି. ପାର୍ଦିୱାଲା ଓ ଜଷ୍ଟିସ୍ କେ. ବିନୋଦ ଚନ୍ଦ୍ରନଙ୍କ ଖଣ୍ଡପୀଠ କହିଛନ୍ତି, କେବଳ ସନ୍ଦେହ ଆଧାରରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରି ବର୍ଷ ବର୍ଷ ଜେଲ୍‌ରେ ରଖିବା ନ୍ୟାୟ ବ୍ୟବସ୍ଥାର ଗୁରୁତର ବିଫଳତା। ବିଶ୍ୱସନୀୟ ପ୍ରମାଣ ବିନା ଜଣେ ନିରୀହ ବ୍ୟକ୍ତିଙ୍କ ଜୀବନର ୨୨ ବର୍ଷ ହରାଇଯିବା ଅତ୍ୟନ୍ତ ଦୁଃଖଦ ବୋଲି ଅଦାଲତ ମତ ରଖିଛନ୍ତି।

ଅର୍ଜୁନ ଜାନିଙ୍କୁ ପୁନର୍ବାସ ଯୋଜନାରେ ସାମିଲ କରି ସମ୍ମାନଜନକ ଜୀବନଯାପନର ସୁଯୋଗ ଦେବାକୁ ସୁପ୍ରିମକୋର୍ଟ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ, ସୁପ୍ରିମକୋର୍ଟଙ୍କ ରାୟ ଜେଲ୍ କର୍ତ୍ତୃପକ୍ଷଙ୍କ ପାଖରେ ପହଞ୍ଚିବା ପୂର୍ବରୁ ସେ ଜାମିନରେ ମୁକ୍ତ ହୋଇଥିଲେ।

ଶୁଣାଣି ବେଳେ ସୁପ୍ରିମକୋର୍ଟ ତଦନ୍ତ ପ୍ରକ୍ରିୟାକୁ ତୀବ୍ର ସମାଲୋଚନା କରିଥିଲେ। ପୁଲିସ କେବଳ ସନ୍ଦେହ ଆଧାରରେ ଅର୍ଜୁନଙ୍କୁ ଗିରଫ କରିଥିବା, ଥାର୍ଡ ଡିଗ୍ରି ନିର୍ଯାତନା ଦେଇ ସ୍ୱୀକାରୋକ୍ତି ଆଦାୟ କରିବାକୁ ଉଦ୍ୟମ କରିଥିବା ଏବଂ ଦୃଢ଼ ପ୍ରମାଣ ବିନା ଦୋଷୀ ସାବ୍ୟସ୍ତ କରାଯାଇଥିବାକୁ ଅଦାଲତ ନ୍ୟାୟ ବିରୋଧୀ ବୋଲି ଦର୍ଶାଇଛନ୍ତି।

ଏହି ରାୟ କେବଳ ଅର୍ଜୁନ ଜାନିଙ୍କୁ ନ୍ୟାୟ ଦେଇନାହିଁ, ବରଂ ତଦନ୍ତ ପ୍ରକ୍ରିୟାର ସ୍ୱଚ୍ଛତା, ପ୍ରମାଣଭିତ୍ତିକ ବିଚାର ଏବଂ ନ୍ୟାୟ ବ୍ୟବସ୍ଥାର ଜବାବଦେହିତା ଉପରେ ମଧ୍ୟ ଏକ ଶକ୍ତ ବାର୍ତ୍ତା ଦେଇଛି।

justice Supreme Court ଅର୍ଜୁନ ଜାନି
Share. Facebook Twitter LinkedIn Email WhatsApp Copy Link

Related Posts

କୋଠା ଭୁଷୁଡି ଚାଲିଗଲା ୬ ଜୀବନ

August 6, 2026

ସ୍ତ୍ରୀକୁ ହାଣିଦେଲା ସ୍ଵାମୀ

August 6, 2026

ଆସନ୍ତା ୮ ରେ କେନ୍ଦ୍ରୀୟ ବିଦ୍ୟାଳୟର ଭୂମି ପୂଜନ କରିବେ ସାଂସଦ ଧର୍ମେନ୍ଦ୍ର ପ୍ରଧାନ

August 6, 2026

ଆରଇପିସିଓ ବ୍ୟାଙ୍କର ସଫଳତାକୁ ଗୃହମନ୍ତ୍ରୀଙ୍କ ପ୍ରଶଂସା

August 6, 2026
Latest News

୨୨ ବର୍ଷର କାରାବାସ ପରେ ନ୍ୟାୟ: ତଦନ୍ତ ବ୍ୟବସ୍ଥାକୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା

August 6, 2026

କୋଠା ଭୁଷୁଡି ଚାଲିଗଲା ୬ ଜୀବନ

August 6, 2026

ସ୍ତ୍ରୀକୁ ହାଣିଦେଲା ସ୍ଵାମୀ

August 6, 2026

ଆସନ୍ତା ୮ ରେ କେନ୍ଦ୍ରୀୟ ବିଦ୍ୟାଳୟର ଭୂମି ପୂଜନ କରିବେ ସାଂସଦ ଧର୍ମେନ୍ଦ୍ର ପ୍ରଧାନ

August 6, 2026

ଆରଇପିସିଓ ବ୍ୟାଙ୍କର ସଫଳତାକୁ ଗୃହମନ୍ତ୍ରୀଙ୍କ ପ୍ରଶଂସା

August 6, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.