Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରେଢ଼ାଖୋଲ କେନ୍ଦ୍ରୀୟ ବିଦ୍ୟାଳୟର ସ୍ଥାୟୀ କ୍ୟାମ୍ପସ ଭୂମିପୂଜନ ଓ ଅସ୍ଥାୟୀ ଭବନ ଉଦ୍‌ଘାଟିତ
ଆଜିର ଖବର

ରେଢ଼ାଖୋଲ କେନ୍ଦ୍ରୀୟ ବିଦ୍ୟାଳୟର ସ୍ଥାୟୀ କ୍ୟାମ୍ପସ ଭୂମିପୂଜନ ଓ ଅସ୍ଥାୟୀ ଭବନ ଉଦ୍‌ଘାଟିତ

August 8, 2026No Comments3 Mins Read
Share Facebook Twitter LinkedIn Email WhatsApp Copy Link
ରେଢ଼ାଖୋଲ କେନ୍ଦ୍ରୀୟ ବିଦ୍ୟାଳୟର ସ୍ଥାୟୀ କ୍ୟାମ୍ପସ ଭୂମିପୂଜନ ଓ ଅସ୍ଥାୟୀ ଭବନ ଉଦ୍‌ଘାଟିତ
ରେଢ଼ାଖୋଲ କେନ୍ଦ୍ରୀୟ ବିଦ୍ୟାଳୟର ସ୍ଥାୟୀ କ୍ୟାମ୍ପସ ଭୂମିପୂଜନ ଓ ଅସ୍ଥାୟୀ ଭବନ ଉଦ୍‌ଘାଟିତ

ରେଢ଼ାଖୋଲ (କନ୍ଦର୍ପ ବେହେରା): ଯେଉଁ ଅଞ୍ଚଳରେ ଶିକ୍ଷାର ମୂଳଦୁଆ ମଜବୁତ୍ ଥାଏ, ସେହି ଅଞ୍ଚଳର ପ୍ରଗତିକୁ କେହି ରୋକିପାରିବେ ନାହିଁ ବୋଲି ଆଜି ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଠାରେ କେନ୍ଦ୍ରୀୟ ବିଦ୍ୟାଳୟର ସ୍ଥାୟୀ କ୍ୟାମ୍ପସ ନିର୍ମାଣ ପାଇଁ ଭୂମିପୂଜନ କରିବା ସହ ଅସ୍ଥାୟୀ ଭବନର ଶୁଭ ଉଦ୍‌ଘାଟନ କରିବା ଅବସରରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ପ୍ରକାଶ କରିଛନ୍ତି।

ସାଂସଦ ପ୍ରଧାନ କହିଛନ୍ତି ଯେ, ଶ୍ରାବଣର ଏହି ପବିତ୍ର ମାସରେ ରେଢ଼ାଖୋଲରେ ଶିକ୍ଷାର ଏଭଳି ଏକ ସ୍ଥାୟୀ ଭିତ୍ତିଭୂମିର ଶୁଭାରମ୍ଭ ହେବା ସମଗ୍ର ଅଞ୍ଚଳ ପାଇଁ ଶୁଭ ସଙ୍କେତ। ସ୍ଥାନୀୟ ଜନସାଧାରଣ ଓ ବୁଦ୍ଧିଜୀବୀଙ୍କ ଇଚ୍ଛାଶକ୍ତି ଯୋଗୁଁ ଅନେକ ବର୍ଷ ପରେ ଏଠାରେ କେନ୍ଦ୍ରୀୟ ବିଦ୍ୟାଳୟ ଗଢାଯିବାର ସ୍ୱପ୍ନ ପୂରଣ ହୋଇପାରିଛି। ଏହା ଦ୍ୱାରା ଆଗାମୀ ଦିନରେ ଅନେକ ଛାତ୍ରଛାତ୍ରୀ ଉପକୃତ ହେବେ। ଏହି ବିଦ୍ୟାଳୟ ଆରମ୍ଭ ହେବା ଦ୍ୱାରା ଆମ ଅଞ୍ଚଳର ଛାତ୍ରଛାତ୍ରୀମାନେ ଗୁଣାତ୍ମକ ପାଠପଢ଼ା ପାଇବା ସହ ଆଧୁନିକ ଦୁନିଆ ସହ ସହଜରେ ଯୋଡ଼ିହୋଇପାରିବେ।

ସେ ଆହୁରି କହିଛନ୍ତି ଯେ, କେନ୍ଦ୍ରୀୟ ବିଦ୍ୟାଳୟ କେବଳ ଗୋଟିଏ ସ୍କୁଲ ନୁହେଁ, ବରଂ ଏହା ଗୁଣାତ୍ମକ ଶିକ୍ଷା, ଶୃଙ୍ଖଳା, ଜାତୀୟତାବୋଧ ଏବଂ ସାମଗ୍ରିକ ବିକାଶର ପ୍ରମୁଖ କେନ୍ଦ୍ରବିନ୍ଦୁ। ଜାତୀୟ ଶିକ୍ଷା ନୀତିର ଦୂରଦୃଷ୍ଟି ଅନୁସାରେ ପିଲାମାନଙ୍କୁ ବହୁମୁଖୀ ବା ମଲଟି-ଡିସିପ୍ଲିନାରୀ ଶିକ୍ଷା ପ୍ରଦାନ କରିବା ସହ ସେମାନଙ୍କୁ ଆଗାମୀ ଦିନରେ ରୋଜଗାରକ୍ଷମ ଓ ଆତ୍ମନିର୍ଭରଶୀଳ କରି ଗଢ଼ିତୋଳିବା ଆମର ମୂଳ ଲକ୍ଷ୍ୟ।

ରେଢ଼ାଖୋଲରେ ବିକାଶର ଅନେକ ସମ୍ଭାବନା ରହିଛି ବୋଲି ପ୍ରକାଶ କରିବା ସହ ସେ କହିଛନ୍ତି କେରାଣ୍ଡି ସେତୁ ନିର୍ମାଣ ପାଇଁ ସରକାରଙ୍କ ଦ୍ୱାରା ୨୨ କୋଟି ଟଙ୍କା ମଞ୍ଜୁର ହୋଇ ଟେଣ୍ଡର ପ୍ରକ୍ରିୟା ଶେଷ ହୋଇଛି। ରେଢ଼ାଖୋଲ ସବ୍‌ଡିଭିଜନର ସବୁ ଗାଁ ଓ ଅଞ୍ଚଳଳକୁ ବାରମାସିଆ ପକ୍କା ରାସ୍ତା ସହ ମୋବାଇଲ ନେଟୱର୍କ ପହଞ୍ଚାଇବାକୁ ପ୍ରାଥମିକତା ଦିଆଯାଉଛି। ଜଳସେଚନ ବ୍ୟବସ୍ଥାର ସୁଧାର ସହ ଏଠାକାର ପନିପରିବା, ଫଳ ଓ ଫୁଲ ଚାଷକୁ ପ୍ରୋତ୍ସାହିତ କରି କୃଷିଜାତ ଦ୍ରବ୍ୟକୁ ବିଶ୍ୱ ବଜାରରେ ପହଞ୍ଚାଇବା ଏବଂ ବିଦେଶକୁ ରପ୍ତାନି କରିବା ଦିଗରେ କାର୍ଯ୍ୟ ଚାଲିଛି।

ସାଂସଦ ପ୍ରଧାନ କହିଛନ୍ତି ଯେ, ସବୁ ଦଳର ରାଜନୈତିକ ବିଚାର ଭିନ୍ନ ହୋଇପାରେ, କିନ୍ତୁ ଲୋକଙ୍କ କଲ୍ୟାଣ, ସେବା ଓ ଦାୟିତ୍ୱ ସର୍ବୋପରି। ରେଢ଼ାଖୋଲର ଉନ୍ନତିରେ ହିଁ ସମ୍ବଲପୁରର ବିକାଶ ଅନ୍ତର୍ନିହିତ ଏବଂ ଓଡ଼ିଶାର ସାଢ଼େ ୪ କୋଟି ଜନସାଧାରଣଙ୍କ ସମୃଦ୍ଧି ପାଇଁ ଆମ ସରକାର ସଂକଳ୍ପବଦ୍ଧ ବୋଲି ସେ କହିଛନ୍ତି।

ନବୀନ ବାବୁ ମୋତେ ଗୋ ବ୍ୟାକ କହୁଛନ୍ତି ଆଉ ବଦମାସ କହୁଛନ୍ତି ବୋଲି ପ୍ରକାଶ କରିଛନ୍ତି। ମୁଁ ଏଠିକାର ହଳିଆ, ମୁଁ ଆସିଲେ ମୋତେ ମନା କରିବ କି ବୋଲି ଜନସାଧାରଙ୍କୁ ଉଦବୋଧନରେ ପ୍ରକାଶ କରିଥିଲେ ଏବଂ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟଙ୍କ ଉପସ୍ଥିତିରେ ନବୀନ ବାବୁଙ୍କୁ ଟାର୍ଗେଟ କରିଥିଲେ।

କାର୍ଯ୍ୟକ୍ରମ ଅବସରରେ ସାଂସଦ ପ୍ରଧାନ ବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ-ଶିକ୍ଷୟିତ୍ରୀ, ପରିଚାଳନା କମିଟି ଓ ସ୍ଥାନୀୟ ଜନସାଧାରଣଙ୍କୁ ଧନ୍ୟବାଦ ଜଣାଇଥିଲେ। ସମ୍ବଲପୁର ଜିଲ୍ଲାପାଳ ସିଦ୍ଧେଶ୍ବର ବିଳରାମ ବନ୍ଦୋର ସଭାପତିତ୍ୱରେ
ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ପଞ୍ଚାୟତିରାଜ, ପାନୀୟ ଜଳ ଓ ଗ୍ରାମୀଣ ବିକାଶ ମନ୍ତ୍ରୀ ରବି ନାରାୟଣ ନାଏକ ଏବଂ ରେଢ଼ାଖୋଲ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ, କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ଓଡ଼ିଶାର ଉପ ଆଯୁକ୍ତ ସରଦାର ସିଂ ଚୌହାନ, ଉତ୍ତରାଞ୍ଚଳ ପୋଲିସ ମହା ନିରୀକ୍ଷକ ହିମାଂଶୁ ଲାଲ , ସମ୍ବଲପୁର ଏସପି ମୁକେଶ ଭାମୁ , ପ୍ରକଳ୍ପ ଅଧିକାରୀ ପ୍ରସନ୍ନ ପାତ୍ର, ଉପଜିଲ୍ଲାପାଳ ରଶ୍ମି ରଂଜନ ମହନ୍ତ , ରେଢ଼ାଖୋଲ ଏନଏସି ଅଧକ୍ଷ ଶିବରାମ ସାହୁ, ରେଢ଼ାଖୋଲ ପଂଚାୟତ ସମିତି ଅଧକ୍ଷ ପ୍ରଦୀପ ପ୍ରଧାନ, ନାକାଟିଦେଉଳ ବ୍ଲକ ଅଧକ୍ଷ ସ୍ୱରୂପାରାଣୀ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

ଅତିରିକ୍ତ ଏସପି ଅଜୟ ମିଶ୍ର, ରେଢାଖୋଲ ଏସଡିପିଓ ରଜନୀକାନ୍ତ ମିଶ୍ର, ରେଢ଼ାଖୋଲ ବିଡ଼ିଓ ରାଜେନ୍ଦ୍ର ସେନାପତି, ଏନଏସି ନିର୍ବାହୀ ଅଧିକାରୀ ରଞ୍ଜନ ମାର୍ଥା, ବିଜେପି ଜିଲ୍ଲା ସଭାପତି ରାମଚନ୍ଦ୍ର ମେହେର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଦେବେନ୍ଦ୍ର ମହାପାତ୍ର ଯୋଗ ଦେଇଥିଲେ।

କେନ୍ଦ୍ରୀୟ ବିଦ୍ୟାଳୟ ରେଢାଖୋଲ ସମ୍ବଲପୁର ଜିଲ୍ଲା
Share. Facebook Twitter LinkedIn Email WhatsApp Copy Link

Related Posts

LIC କନ୍ୟାଦାନ ପଲିସି କ’ଣ?: ଝିଅର ଭବିଷ୍ୟତ ପାଇଁ ଏକ ଭଲ ଯୋଜନା

August 29, 2026

ଓଡ଼ିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଦ୍ୱାରା ୬ଟି ଏମଓୟୁ ସ୍ୱାକ୍ଷରିତ

August 29, 2026

ଶିକ୍ଷକ ସମାଜର ସମସ୍ୟା ସମାଧାନ ଦିଗରେ ଅହେତୁକ ବିଳମ୍ବ ବେଦନାଦାୟକ: ସମନ୍ୱୟ ସମିତି

August 29, 2026

ରାଶିଫଳ: ଅଗଷ୍ଟ ୨୯ ତାରିଖ ଶନିବାରରେ ଏହି ଆଠଟି ରାଶିର ଘରେ ଆସିବ ସୁଖ ସମୃଦ୍ଧି

August 29, 2026
Latest News

LIC କନ୍ୟାଦାନ ପଲିସି କ’ଣ?: ଝିଅର ଭବିଷ୍ୟତ ପାଇଁ ଏକ ଭଲ ଯୋଜନା

August 29, 2026

ଆଜି ପ୍ରଧାନମନ୍ତ୍ରୀଙ୍କ ଉଜବେକିସ୍ତାନ ଏବଂ କିର୍ଗିଜ୍ ଗଣରାଜ୍ୟ ଗସ୍ତ

August 29, 2026

ପ୍ରାୟ ୨୦% କମିଲା ମିଲ୍‌ ଚିନି ଦର: କମୁଛି ଖୁଚୁରା ମୂଲ୍ୟ

August 29, 2026

“ବିରୋଧୀ ଦଳର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବେ ରାହୁଲ”: ତାମିଲନାଡୁ ମନ୍ତ୍ରୀଙ୍କ ବଡ଼ ଘୋଷଣା

August 29, 2026

ଓଡ଼ିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଦ୍ୱାରା ୬ଟି ଏମଓୟୁ ସ୍ୱାକ୍ଷରିତ

August 29, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.