Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଖରିଫ ଧାନ ସଂଗ୍ରହ ଋତୁ ୨୦୨୬-୨୭ ପାଇଁ ଚାଷୀ ପଞ୍ଜିକରଣ ପ୍ରକ୍ରିୟା ତ୍ୱରାନ୍ୱିତ
ଆଜିର ଖବର

ଖରିଫ ଧାନ ସଂଗ୍ରହ ଋତୁ ୨୦୨୬-୨୭ ପାଇଁ ଚାଷୀ ପଞ୍ଜିକରଣ ପ୍ରକ୍ରିୟା ତ୍ୱରାନ୍ୱିତ

August 21, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
Kharif Paddy Farmer Registration Accelerated
Kharif Paddy Farmer Registration Accelerated

ଭୁବନେଶ୍ୱର: ଖରିଫ ଧାନ ସଂଗ୍ରହ ଋତୁ ୨୦୨୬-୨୭ ପାଇଁ ଚାଷୀ ପଞ୍ଜିକରଣ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଛି। ଏ ପର୍ଯ୍ୟନ୍ତ ରାଜ୍ୟର ପ୍ରାୟ ସାଢେ ୫ ଲକ୍ଷରୁ ଉର୍ଦ୍ଧ୍ୱ ଚାଷୀ ଧାନ ବିକ୍ରୟ ପାଇଁ ପଞ୍ଜିକରଣ କରିସାରିଲେଣି। ଏହି ପଞ୍ଜିକରଣ ପ୍ରକ୍ରିୟା ଚଳିତ ମାସ ୩୧ ତାରିଖ ପର୍ଯ୍ୟନ୍ତ ଜାରି ରହିବ। ପଞ୍ଜିକରଣ ପ୍ରକ୍ରିୟା ଅବଧି ଶେଷ ହେବାକୁ ଯାଉଥିବାରୁ ଅଧିକ ଚାଷୀ ପଞ୍ଜିକରଣ କରୁଥିବା ଦୃଷ୍ଟିକୁ ଆସିଛି। ଏଥି ନିମନ୍ତେ ଚାଷୀ ପଞ୍ଜିକରଣ ପାଇଁ ପ୍ରାଥମିକ କୃଷି ସମବାୟ ସମିିତି, ବୃହତ୍ ଆଦିବାସୀ ବହୁମୁଖୀ ସମବାୟ ସମିତି ଏବଂ ପାଣି ପଞ୍ଚାୟତରେ ପଞ୍ଜିକରଣ କରାଯାଉଛି। ଏଥିରେ ପଞ୍ଜିକରଣ ପାଇଁ ଚାଷୀମାନଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହେବା ସହ ଏବେ ଦୈନିକ ପ୍ରାୟ ଏକ ଲକ୍ଷ ଚାଷୀ ପଞ୍ଜିକରଣ କରୁଥିବା ଲକ୍ଷ୍ୟ କରାଯାଉଛି।

ବର୍ତ୍ତମାନ ଏହି ପଞ୍ଜିକରଣ ପ୍ରକ୍ରିୟା ସମସ୍ତ ଜିଲ୍ଲାରେ ଜାରି ରହିଛି। ବରଗଡ଼ ଜିଲ୍ଲାରେ ପ୍ରାୟ ୬୦ ହଜାର ଚାଷୀ ପଞ୍ଜିକରଣ କରିଥିବାବେଳେ ବାଲେଶ୍ୱର ଜିଲ୍ଲାରେ ୪୩ ହଜାର, କଳାହାଣ୍ଡିରେ ୪୦ ହଜାର ଓ ପୁରୀ ଜିଲ୍ଲାରେ ପ୍ରାୟ ୨୪ ହଜାର ଚାଷୀ ପଞ୍ଜିକରଣ କରିଛନ୍ତି। ରାଜ୍ୟରେ ବର୍ତ୍ତମାନ ୨୯୦୭ଟି ପ୍ୟାକ୍ସ ଓ ୪ଟି ପାଣି ପଞ୍ଚାୟତରେ ଏହି ପଞ୍ଜିକରଣ କାର୍ଯ୍ୟ ଜାରି ରହିଛି।

ସଂପୃକ୍ତ ପ୍ୟାକ୍ସଗୁଡ଼ିକରେ ଚାଷୀମାନଙ୍କ ପାଇଁ ଆନୁଷଙ୍ଗିକ ବ୍ୟବସ୍ଥା କରାଯାଇଛି। ଏହି ସମୟରେ ଚାଷୀମାନଙ୍କ ଆଧାର ନମ୍ବର, ମୋବାଇଲ ନମ୍ବର, ପି-ପାସ୍ ମାଧ୍ୟମରେ ଦାଖଲ କରି ପଞ୍ଜିକରଣ ପ୍ରକ୍ରିୟା ଶେଷ କରାଯାଉଛି ଏବଂ ବିନା ଶୁଳ୍କରେ ଚାଷୀମାନଙ୍କୁ ପ୍ରାପ୍ତି ସ୍ୱୀକାର ପତ୍ର ପ୍ରଦାନ କରାଯାଉଛି। ପଞ୍ଜିକରଣ ବେଳେ ପ୍ରଦତ୍ତ ତଥ୍ୟକୁ ନିର୍ଭୁଲ କରିବା ପାଇଁ ଚାଷୀଙ୍କ ଉପସ୍ଥିତିରେ ପଞ୍ଜିକରଣ ସଂପନ୍ନ କରାଯାଉଛି। ଚଳିତ ବର୍ଷର ବ୍ୟବସ୍ଥା ଅନୁଯାୟୀ ଚାଷୀମାନଙ୍କୁ ସମିତିର କର୍ମଚାରୀ ମାନେ ନିଜ ପାଖରେ ବସାଇ ପଞ୍ଜିକରଣ କାର୍ଯ୍ୟ କରାଉଛନ୍ତି ଯାହାଦ୍ୱାରା ଦାଖଲ ହେଉଥିବା ସମସ୍ତ ତଥ୍ୟ ଚାଷୀମାନେ ଜାଣି ପାରୁଛନ୍ତି। ପଞ୍ଜିକରଣ ବେଳେ ସୋସାଇଟି ମାନଙ୍କରେ ସହାୟତା କେନ୍ଦ୍ର ଖୋଲାଯାଇ ଆବେଦନାକାରୀଙ୍କୁ ଯଥାଯଥ ସାହାଯ୍ୟ ଓ ସହଯୋଗ ଯୋଗାଇ ଦିଆଯାଉଛି। ଏଥି ସହ ଭାଗଚାଷୀ ହୋଇଥିଲେ ଜମି ମାଲିକଙ୍କ ଆଧାର ନମ୍ବର, ନାମ, ମୋବାଇଲ୍ ନମ୍ବର, ପି-ପାସ୍ ଆବେଦନ ଫର୍ମରେ ଉଲ୍ଲେଖ କରାଯିବା ସହ ଜମି ମାଲିକଙ୍କ ସମ୍ମତି ପତ୍ର ଅପ୍ଲୋଡ୍ କରାଯାଉଛି। ଏହି କ୍ଷେତ୍ରରେ ଜମି ମାଲିକଙ୍କ ଇ-କେୱାସି ମଧ୍ୟ ସଂପନ୍ନ କରାଯାଉଛି।

ଚଳିତ ପଞ୍ଜିକରଣ ପ୍ରକ୍ରିୟା ବିଭିନ୍ନ ବିଭାଗ ଯଥା-ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ, ସମବାୟ ବିଭାଗ, କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଓ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ସମନ୍ୱୟରେ କରାଯାଉଛି। ପଞ୍ଜିକରଣବେଳେ ସଂପୃକ୍ତ ଅଞ୍ଚଳର ଭିଏଡବ୍ଲୁ୍ ସମିତିରେ ଉପସ୍ଥିତ ରହୁଥିବାବେଳେ ରାଜସ୍ୱ ନିରୀକ୍ଷକ ମଧ୍ୟ ଉପସ୍ଥିତ ରହି ଆବେଦନକାରୀଙ୍କୁ ଯଥାଯଥ ସହଯୋଗ ଦେଉଛନ୍ତି। ଯଥାଶୀଘ୍ର ନିଜ ନିଜର ପଞ୍ଜିକରଣ କରାଇନେବା ପାଇଁ ସମସ୍ତ ଯୋଗ୍ୟ ଚାଷୀମାନଙ୍କୁ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି। ପଞ୍ଜିକରଣ ପ୍ରକ୍ରିୟା ସମ୍ବନ୍ଧରେ କୌଣସି ଅଭିଯୋଗ ଓ ମତାମତ ନିମନ୍ତେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ତରଫରୁ ଜାରି ଟୋଲ ଫ୍ରି ନଂ ୧୯୬୭ ମାଧ୍ୟମରେ ଯୋଗାଯୋଗ କରିବାକୁ ଅନୁରୋଧ।

Farmer Registration Kharif Paddy ଖରିଫ ଧାନ ସଂଗ୍ରହ ଋତୁ ୨୦୨୬-୨୭ ଚାଷୀ ପଞ୍ଜିକରଣ ପ୍ରକ୍ରିୟା
Share. Facebook Twitter LinkedIn Email WhatsApp Copy Link

Related Posts

ମାୟାବତୀଙ୍କ ମାଷ୍ଟରଷ୍ଟ୍ରୋକ୍‌ ନା ବଡ଼ ଝଟକା? BSPରୁ ଆକାଶ ଆନନ୍ଦ ବାହାର

September 10, 2026

ଟ୍ରେନ୍‌ ଧକ୍କାରେ ଦନ୍ତା ହାତୀର ମୃତ୍ୟୁ

September 10, 2026

ଭୟାବହ ଅଗ୍ନିକାଣ୍ଡ: ଜଳିଗଲା ୩ ଦୋକାନ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ

September 10, 2026

ଇଣ୍ଡୋନେସିଆ ପୁସ୍ତକ ମେଳାରେ ଏକମାତ୍ର ଭାରତୀୟ ପ୍ରକାଶକ ଭାବେ ଯୋଗ ଦେବ ଓଡିଶାର ‘ପେନ୍ ଇନ୍ ବୁକ୍ସ’ 

September 10, 2026
Latest News

ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ପରେ ଶେଷ ହେବ ଇରାନ ଯୁଦ୍ଧ, କମିବ ତେଲ ଦର: ଟ୍ରମ୍ପ

September 10, 2026

କ୍ରେଡିଟ୍ କାର୍ଡରେ ଅତ୍ୟଧିକ ଖର୍ଚ୍ଚ କରୁଛନ୍ତି କି? CIBIL ସ୍କୋର ଉପରେ ପଡ଼ିପାରେ ପ୍ରଭାବ

September 10, 2026

ମାୟାବତୀଙ୍କ ମାଷ୍ଟରଷ୍ଟ୍ରୋକ୍‌ ନା ବଡ଼ ଝଟକା? BSPରୁ ଆକାଶ ଆନନ୍ଦ ବାହାର

September 10, 2026

ଆଇସିସି ଦିନିକିଆ ରାଙ୍କିଙ୍ଗ୍: ଲଗାତାର ୩୫ ମାସ ଧରି ଶୀର୍ଷ ସ୍ଥାନରେ ଭାରତ

September 10, 2026

ଟ୍ରେନ୍‌ ଧକ୍କାରେ ଦନ୍ତା ହାତୀର ମୃତ୍ୟୁ

September 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.