ଭୁବନେଶ୍ବର: ଅଟୋ ଚାଳକଙ୍କ ହଙ୍ଗାମା ଓ ଭଙ୍ଗାରୁଜା ଘଟଣାକୁ ନେଇ କଡ଼ା ଆଭିମୁଖ୍ୟ ଦେଖାଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ। ସହରରେ ହୋଇଥିବା କ୍ଷୟକ୍ଷତି ଭଙ୍ଗାରୁଜାରେ ସାମିଲ ଅଟୋ ଚାଳକଙ୍କଠାରୁ ଭରଣା କରାଯିବ ବୋଲି ସେ କହିଛନ୍ତି।
ମନ୍ତ୍ରୀ କହିଛନ୍ତି, ଆଇନକୁ ହାତକୁ ନେଇ ସାଧାରଣ ଲୋକଙ୍କୁ ଆକ୍ରମଣ ଏବଂ ସରକାରୀ ଗାଡ଼ି ଭଙ୍ଗାରୁଜା କରିଥିବା ଚାଳକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ହେବ। ହଙ୍ଗାମାରେ ସାମିଲ ଚାଳକଙ୍କ ଲାଇସେନ୍ସ ରଦ୍ଦ କରାଯିବ।
ଏଥିସହ ଗୁଣ୍ଡାଗିରିରେ ସାମିଲ ଚାଳକଙ୍କ ବେଆଇନ ଅଟୋ ଷ୍ଟାଣ୍ଡ ଭଙ୍ଗାଯିବ। ସହରରେ ହୋଇଥିବା କ୍ଷୟକ୍ଷତିର ଭରଣା ସମ୍ପୃକ୍ତ ଅଟୋ ଚାଳକଙ୍କଠାରୁ ଆଦାୟ କରାଯିବ ବୋଲି ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି।
ଆଇନଶୃଙ୍ଖଳା ଭଙ୍ଗ କରି କୌଣସି ପ୍ରକାର ହିଂସା କିମ୍ବା ଭଙ୍ଗାରୁଜାକୁ ସରକାର ବରଦାସ୍ତ କରିବେ ନାହିଁ ବୋଲି ମନ୍ତ୍ରୀଙ୍କ ପ୍ରତିକ୍ରିୟାରୁ ସ୍ପଷ୍ଟ ହୋଇଛି।


