Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଚାଷ କାମ ସାରି ଫେରୁଥିବାବେଳେ ଅଘଟଣ: ବିଦ୍ୟୁତ୍ ଆଘାତରେ ୨ ଚାଷୀ ମୃତ
ଆଜିର ଖବର

ଚାଷ କାମ ସାରି ଫେରୁଥିବାବେଳେ ଅଘଟଣ: ବିଦ୍ୟୁତ୍ ଆଘାତରେ ୨ ଚାଷୀ ମୃତ

August 24, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
ଚାଷ ସାରି ଫେରୁଥିବାବେଳେ ଅଘଟଣ: ବିଦ୍ୟୁତ୍ ଆଘାତରେ ୨ ଚାଷୀ ମୃତ
ଚାଷ ସାରି ଫେରୁଥିବାବେଳେ ଅଘଟଣ: ବିଦ୍ୟୁତ୍ ଆଘାତରେ ୨ ଚାଷୀ ମୃତ

ଭୁବନେଶ୍ବର: ଜଗତସିଂହପୁର ଜିଲ୍ଲା ସଦର ଥାନା ଅନ୍ତର୍ଗତ ବେନୁଖଣ୍ଡା ଗାଁରେ ବିଲରୁ କାମ କରି ଫେରୁଥିବାବେଳେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଦୁଇ ଯୁବ ଚାଷୀଙ୍କ ମୃତ୍ୟୁ ହୋଇଛି। ସେମାନେ ହେଲେ ବ୍ରଜସାହୁଙ୍କ ପୁଅ ବିଜୟ କୁମାର ସାହୁ ଓ ନିରଞ୍ଜନ ଭୋଇଙ୍କ ପୁଅ ସାଗର ଭୋଇ। ସୋମବାର ମଧ୍ୟାହ୍ନରେ ଉଭୟ ନିଜ ଟ୍ରାକ୍ଟର ଓ ରୋଟର ଜରିଆରେ ଚାଷ କାର୍ଯ୍ୟ କରିବା ପାଇଁ ଯାଇଥିଲେ।

ଚାଷ ସାରି ଟ୍ରାକ୍ଟରରେ ବସି ଦ୍ୱୟ ଘରକୁ ଦଣ୍ଡା ରାସ୍ତା ଦେଇ ଘରକୁ ଫେରୁଥିବା ସମୟରେ ଦଣ୍ଡା ରାସ୍ତାର ଆବଡ଼ା ଖାବଡ଼ା ରାସ୍ତାରେ ଟ୍ରାକ୍ଟରର ରୋଟର ଦୋହଲି ଯାଇ ଦଣ୍ଡାର କିଛି ଅଂଶ ଖୋଳି ଦେଇଥିଲା। ତେବେ ରୋଟର ୪ ଆଙ୍ଗୁଳି ଗହିଡାରେ ଖୋଳି ହେବା ନେଇ, ବିଲ ମଧ୍ୟରେ ଥିବା ବିଶ୍ୱଜିତ୍ ବେହେରାଙ୍କ ଏଲ୍‌.ଆଇ ପଏଣ୍ଟର କେବୁଲ ମାଧ୍ୟମରେ ୩ଫେଜ୍ ବିଦ୍ୟୁତ୍ ସଂସ୍ପର୍ଶରେ ଆସିଥିଲେ। ଘଟଣା ସ୍ଥଳରେ ଟ୍ରାକ୍ଟର ଚଳାଉଥିବା ଶ୍ରୀ ସାହୁ ଓ ଟ୍ରାକ୍ଟର ଉପରେ ବସିଥିବା ଶ୍ରୀ ଭୋଇ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଗୁରୁତର ହୋଇ ପଡିଥିଲେ।

ତେବେ ନିକଟ ରାସ୍ତା ପରେ ଥିବା କିଛି ଗ୍ରାମବାସୀ ଘଟଣା ସ୍ଥଳକୁ ଦୌଡିଆସି ବିଦ୍ୟୁତ୍ କେବୁଲ ହଟାଇବା ସହିତ ଗୁରୁତର ଦ୍ୱୟକୁ ମୁଖ୍ୟ ଚିକିତ୍ସାଳୟକୁ ନେଇ ଆସିଥିଲେ। ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ।

ଏପଟେ ଘଟଣା ପରେ ତାତିଛନ୍ତି ଗାଁ ଲୋକ। ଚାଷୀଙ୍କ ମୃତ୍ୟୁପରେ ଗାଁ ଲୋକ ଉତ୍ୟକ୍ତ ହୋଇ ମାଟି ତଳେ ବେଆଇନ୍ ଭାବେ ବିଦ୍ୟୁତ୍ ତାର ନେଇଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ଦାବି କରିବା ସହ ମୃତକଙ୍କ ପରିବାର ପାଇଁ କ୍ଷତିପୂରଣର ଦାବି କରିଛନ୍ତି।

ଚାଷୀ ମୃତ ଜଗତସିଂହପୁର ଜିଲ୍ଲା ବିଦ୍ୟୁତ୍ ଆଘାତ ବେନୁଖଣ୍ଡା ଗାଁ ସଦର ଥାନା
Share. Facebook Twitter LinkedIn Email WhatsApp Copy Link

Related Posts

ଲଗାତାର ଚତୁର୍ଥ ବିଜୟ: ହରମନପ୍ରୀତଙ୍କ ହାଟ୍ରିକରେ ସେମିଫାଇନାଲରେ ଟିମ ଇଣ୍ଡିଆ

November 2, 2026

ଚଣ୍ଡିଗଡ଼ରେ ୨୫୮ କୋଟି ମୂଲ୍ୟର ପ୍ରକଳ୍ପର ଉଦ୍‌ଘାଟନ ଓ ଭିତ୍ତିଭୂମି ସ୍ଥାପନ କଲେ ଗୃହମନ୍ତ୍ରୀ

November 2, 2026

ଆଜି ନଭେମ୍ବର ୨ ତାରିଖରେ ଆପଣଙ୍କ ଭାଗ୍ୟରେ କ’ଣ ଅଛି ଜାଣିବା ପାଇଁ ପଢନ୍ତୁ?

November 2, 2026

ଗିଡ଼ିପାବାଲିରେ ମାଟି ତଳୁ ଜୀବନଖୋଜା, ୨ ମୃତଦେହ ଉଦ୍ଧାର, ଆହୁରି ୧୦

November 1, 2026
Latest News

ଲଗାତାର ଚତୁର୍ଥ ବିଜୟ: ହରମନପ୍ରୀତଙ୍କ ହାଟ୍ରିକରେ ସେମିଫାଇନାଲରେ ଟିମ ଇଣ୍ଡିଆ

November 2, 2026

ଚଣ୍ଡିଗଡ଼ରେ ୨୫୮ କୋଟି ମୂଲ୍ୟର ପ୍ରକଳ୍ପର ଉଦ୍‌ଘାଟନ ଓ ଭିତ୍ତିଭୂମି ସ୍ଥାପନ କଲେ ଗୃହମନ୍ତ୍ରୀ

November 2, 2026

ଆଜି ନଭେମ୍ବର ୨ ତାରିଖରେ ଆପଣଙ୍କ ଭାଗ୍ୟରେ କ’ଣ ଅଛି ଜାଣିବା ପାଇଁ ପଢନ୍ତୁ?

November 2, 2026

ଗିଡ଼ିପାବାଲିରେ ମାଟି ତଳୁ ଜୀବନଖୋଜା, ୨ ମୃତଦେହ ଉଦ୍ଧାର, ଆହୁରି ୧୦

November 1, 2026

ବାରବାଟୀରେ ଭାରତ-ଶ୍ରୀଲଙ୍କା ମ୍ୟାଚ୍‌ ପ୍ରସ୍ତୁତି: ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲା ଓସିଏ ପ୍ରତିନିଧି ଦଳ

November 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.