କଟକ: କଟକ ଜିଲ୍ଲା ବାଙ୍କୀସ୍ଥିତ ମହାନଦୀର ଘୋଡ଼ାବର ତୁଠରେ ୩ ଯୁବକ ଗାଧୋଉଥିବା ବେଳେ ପ୍ରବଳ ସୁଅରେ ପଡ଼ି ଜଣେ ଯୁବକ ନିଖୋଜ ହୋଇଯାଇଛନ୍ତି। ବର୍ତ୍ତମାନ ସୁଦ୍ଧା ତାଙ୍କର କୌଣସି ପତ୍ତା ମିଳିନାହିଁ। ସୂଚନାନୁଯାୟୀ, କଟକ ଚାଉଳିଆଗଞ୍ଜ ଅଞ୍ଚଳର ୩ ଜଣ ସାଙ୍ଗ ଅଂଶୁପା ବଣଭୋଜି ପାଇଁ ଆସିଥିଲେ। ଭୋଜି ସାରି ଅପରାହ୍ନରେ ୩ ଜଣଯାକ ନଦୀରେ ଗାଧୋଉଥିବା ବେଳେ ହଠାତ୍ ଜଣେ ସୁଅରେ ଭାସିଯାଇଥିଲେ। ଖବର ପାଇ ଡମ୍ପଡ଼ା ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନଦୀରୁ ୨ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରିଥିବା ବେଳେ ତୃତୀୟ ଯୁବକଙ୍କର ଖୋଜାଖୋଜି ଜାରି ରଖିଛି।


