Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଦେବୀ ମୁହାଣରୁ ନୂଆ ପ୍ରଜାତିର ଦ୍ୱିଖୋଳକ ଜୀବ : ନାଁ ରଖାଗଲା ‘ଡେଲ୍ଟାକିଅନ୍‌ ରେଭେନ୍ସା’
ଆଜିର ଖବର

ଦେବୀ ମୁହାଣରୁ ନୂଆ ପ୍ରଜାତିର ଦ୍ୱିଖୋଳକ ଜୀବ : ନାଁ ରଖାଗଲା ‘ଡେଲ୍ଟାକିଅନ୍‌ ରେଭେନ୍ସା’

September 13, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଦେବୀ ମୁହାଣରୁ ନୂଆ ପ୍ରଜାତିର ଦ୍ୱିଖୋଳକ ଜୀବ : ନାଁ ରଖାଗଲା ‘ଡେଲ୍ଟାକିଅନ୍‌ ରେଭେନ୍ସା’
ଦେବୀ ମୁହାଣରୁ ନୂଆ ପ୍ରଜାତିର ଦ୍ୱିଖୋଳକ ଜୀବ : ନାଁ ରଖାଗଲା ‘ଡେଲ୍ଟାକିଅନ୍‌ ରେଭେନ୍ସା’

କଟକ: ଓଡ଼ିଶାର ସାମୁଦ୍ରିକ ଜୈବ ବିବିଧତା ଗବେଷଣା କ୍ଷେତ୍ରରେ ଯୋଡ଼ି ହୋଇଛି ଏକ ନୂଆ ଅଧ୍ୟାୟ। ଦେବୀ ନଦୀ ମୁହାଣରୁ ୭ ମିଲିମିଟରରୁ କମ୍ ଆକାରର ଏକ ନୂତନ ପ୍ରଜାତିର ଦ୍ୱିଖୋଳକ ଜୀବ ଆବିଷ୍କୃତ ହୋଇଛି। ଏହି କ୍ଷୁଦ୍ର ଜୀବର ସନ୍ଧାନ ଓଡ଼ିଶା ଉପକୂଳର ଅପ୍ରକାଶିତ ସାମୁଦ୍ରିକ ଜୀବଜଗତ ସମ୍ପର୍କରେ ନୂତନ ସମ୍ଭାବନା ସୃଷ୍ଟି କରିଛି। ରେଭେନ୍ସା ବିଶ୍ୱବିଦ୍ୟାଳୟ ଓ ନେଦରଲ୍ୟାଣ୍ଡସ୍‌ ସ୍ଥିତ ‘ନାଚୁରାଲିସ୍‌ ଜୈବ ବିବିଧତା କେନ୍ଦ୍ର’ର ମିଳିତ ଗବେଷକ ଟିମ୍‌ ଏହି ସୂକ୍ଷ୍ମ ଜୀବକୁ ଚିହ୍ନଟ କରିଛନ୍ତି। ରେଭେନ୍ସା ବିଶ୍ୱବିଦ୍ୟାଳୟର ଗବେଷଣାତ୍ମକ ଅବଦାନକୁ ସମ୍ମାନ ଜଣାଇ ଏହାର ନାମ ‘ଡେଲ୍ଟାକିଅନ୍‌ ରେଭେନ୍ସା’  ରଖାଯାଇଛି।

ସୂଚନାନୁଯାୟୀ, ଗତ ଫେବ୍ରୁଆରୀ ମାସରେ ଦେବୀ ନଦୀ ମୁହାଣ ନିକଟସ୍ଥ ଅସ୍ତରଙ୍ଗ ଉପକୂଳରେ ସାମୁଦ୍ରିକ ଜୀବ ସର୍ଭେକ୍ଷଣ ବେଳେ ଗବେଷକମାନେ ଏହି ଜୀବର ୩ଟି ନମୁନା ସଂଗ୍ରହ କରିଥିଲେ। ବାଲୁକାମୟ ସ୍ଥାନରୁ ମିଳିଥିବା ଏହି ନମୁନାଗୁଡ଼ିକୁ ସୂକ୍ଷ୍ମାତିସୂକ୍ଷ୍ମ ଭାବେ ପରୀକ୍ଷା କରାଯାଇଥିଲା। ଏହାର ଖୋଳର ଆକାର, ଗଠନ ଓ ପୃଷ୍ଠିୟ ଚିହ୍ନକୁ ଅନ୍ୟ ନିକଟତର ପ୍ରଜାତିଗୁଡ଼ିକ ସହ ତୁଳନା କରିବା ପରେ ଏହା ଏକ ସମ୍ପୂର୍ଣ୍ଣ ସ୍ୱତନ୍ତ୍ର ଓ ନୂଆ ପ୍ରଜାତି ବୋଲି ନିଶ୍ଚିତ ହୋଇଥିଲା।

ଅଧ୍ୟୟନ ଅନୁସାରେ, ଭାରତରେ ବର୍ତ୍ତମାନ ସୁଦ୍ଧା ‘ଡୋନାସିଡେ’  ପରିବାରର ୧୨ଟି ପ୍ରଜାତି ରେକର୍ଡ ହୋଇଥିବା ବେଳେ ସେଥିମଧ୍ୟରୁ ୭ଟି କେବଳ ଓଡ଼ିଶା ଉପକୂଳରୁ ଚିହ୍ନଟ ହୋଇଛି। ଏହି ନୂତନ ପ୍ରଜାତିର ଖୋଳଟି ଲମ୍ବା, ତ୍ରିକୋଣାକାର ଓ ଏହାର ପୃଷ୍ଠରେ ଜାଲି ଭଳି ଏକ ସ୍ୱତନ୍ତ୍ର ଗଠନ ରହିଛି, ଯାହା ଏହାକୁ ଅନ୍ୟମାନଙ୍କଠାରୁ ଅଲଗା ପରିଚୟ ଦେଇଥାଏ।

ଦେବୀ ମୁହାଣର ଯେଉଁ ସ୍ଥାନରୁ ଏହା ମିଳିଛି, ସେଠାରେ ନଦୀ ଓ ସମୁଦ୍ରର ମିଶ୍ରିତ ଜଳ ରହିବା ସହ ଋତୁ ଅନୁସାରେ ଲବଣତା ବଦଳିଥାଏ। ଏଭଳି ପରିବର୍ତ୍ତନଶୀଳ ପରିବେଶରେ ଏହି ଜୀବ କିପରି ନିଜକୁ ଖାପ ଖୁଆଇ ଜୀବିତ ରହିଛି, ତାହା ଆଗାମୀ ଦିନରେ ଗବେଷଣାର ପ୍ରମୁଖ ବିଷୟ ହେବ। ଓଡ଼ିଶାର ବିସ୍ତୃତ ଉପକୂଳ ଓ ନଦୀ ମୁହାଣଗୁଡ଼ିକରେ ଅଧିକ ସର୍ଭେ କରାଗଲେ ଏପରି ଅନେକ ଅଜଣା ଜୀବ ସାମ୍ନାକୁ ଆସିପାରିବେ ବୋଲି ଗବେଷକମାନେ ମତପ୍ରକାଶ କରିଛନ୍ତି।

ଜୈବ ବିବିଧତା ଡେଲ୍ଟାକିଅନ୍‌ ରେଭେନ୍ସା ଦେବୀ ମୁହାଣ
Share. Facebook Twitter LinkedIn Email WhatsApp Copy Link

Related Posts

ଅପମିଶ୍ରିତ ଫଳ ବିକ୍ରି ଉପରେ ସିଏମ୍‌ସିର ଚଢାଉ: ବିଭିନ୍ନ ଦୋକାନରେ ଯାଞ୍ଚ ଜାରି

September 13, 2026

ମହାନଦୀ ସୁଅରେ ଭାସିଗଲେ ଯୁବକ: ୨ ଉଦ୍ଧାର, ଜଣେ ନିଖୋଜ

September 13, 2026

୩୫୨ ବଜ୍ରକାପ୍ତା କାତି ଜବତ: ୬ ଚୋରା ଚାଲାଣକାରୀ ଗିରଫ

September 13, 2026

ଆପ ର ବଡ଼ ପଦକ୍ଷେପ: ବିଧାନସଭା ନିର୍ବାଚନ ପାଇଁ ମେଣ୍ଟ ଘୋଷଣା କଲେ ଅରବିନ୍ଦ କେଜରିୱାଲ

September 13, 2026
Latest News

ଦେବୀ ମୁହାଣରୁ ନୂଆ ପ୍ରଜାତିର ଦ୍ୱିଖୋଳକ ଜୀବ : ନାଁ ରଖାଗଲା ‘ଡେଲ୍ଟାକିଅନ୍‌ ରେଭେନ୍ସା’

September 13, 2026

ଅପମିଶ୍ରିତ ଫଳ ବିକ୍ରି ଉପରେ ସିଏମ୍‌ସିର ଚଢାଉ: ବିଭିନ୍ନ ଦୋକାନରେ ଯାଞ୍ଚ ଜାରି

September 13, 2026

ମହାନଦୀ ସୁଅରେ ଭାସିଗଲେ ଯୁବକ: ୨ ଉଦ୍ଧାର, ଜଣେ ନିଖୋଜ

September 13, 2026

୩୫୨ ବଜ୍ରକାପ୍ତା କାତି ଜବତ: ୬ ଚୋରା ଚାଲାଣକାରୀ ଗିରଫ

September 13, 2026

ଆପ ର ବଡ଼ ପଦକ୍ଷେପ: ବିଧାନସଭା ନିର୍ବାଚନ ପାଇଁ ମେଣ୍ଟ ଘୋଷଣା କଲେ ଅରବିନ୍ଦ କେଜରିୱାଲ

September 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.