Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଶାରଦୀୟ ଦୁର୍ଗାପୂଜା ପାଇଁ କଟକ ଚଳଚଞ୍ଚଳ: ଆରମ୍ଭ ହେଲା ଚାନ୍ଦି ମେଢ ସଫେଇ
ଆଜିର ଖବର

ଶାରଦୀୟ ଦୁର୍ଗାପୂଜା ପାଇଁ କଟକ ଚଳଚଞ୍ଚଳ: ଆରମ୍ଭ ହେଲା ଚାନ୍ଦି ମେଢ ସଫେଇ

September 15, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link

କଟକ: ଆଗାମୀ ଶାରଦୀୟ ଦୁର୍ଗାପୂଜା ପାଇଁ ସିଲଭର ସିଟି କଟକରେ ଉତ୍ସବମୁଖର ପରିବେଶ ସୃଷ୍ଟି ହୋଇଛି। କଟକର ବିଶ୍ୱପ୍ରସିଦ୍ଧ ଚାନ୍ଦି ମେଢଗୁଡ଼ିକର ଚମକ ଫେରାଇ ଆଣିବା ପାଇଁ ବିଭିନ୍ନ ପୂଜା ମଣ୍ଡପରେ ଚାନ୍ଦି ଅଳଙ୍କାର ସଫେଇ ଓ ମରାମତି କାମ ଜୋରଦାର ଆରମ୍ଭ ହୋଇଯାଇଛି।

ଖାନନଗର-ଖପୁରିଆ ଶିଳ୍ପାଞ୍ଚଳ ପୂଜା କମିଟି ସମେତ ବିଭିନ୍ନ ମଣ୍ଡପରେ ମା’ଙ୍କ ମୁକୁଟ, ସିଂହାସନ, କିରିଟି, ବାହୁଟି, ପଦ୍ମଫୁଲ ହାର, ହାତୀ ଓ ମୟୂର ଆଦି ଅଳଙ୍କାରର ସଫେଇ କାର୍ଯ୍ୟ ଚାଲିଛି। ମାନସିଂହପାଟଣା ଅଞ୍ଚଳର କାରିଗରମାନେ ମୁଖ୍ୟତଃ ଏହି ନିପୁଣ କାର୍ଯ୍ୟ କରୁଛନ୍ତି। ପ୍ରାୟ ୩ କୁଇଣ୍ଟାଲ ଓଜନର ଚାନ୍ଦି ଅଳଙ୍କାରକୁ ରିଠାଫଳ ଓ ତେଜାବ ସାହାଯ୍ୟରେ ସଫା କରିବା ସହ ଭଙ୍ଗା ଅଂଶଗୁଡ଼ିକୁ ଝଳେଇ କରିବା ପାଇଁ ୪ରୁ ଅଧିକ କାରିଗରଙ୍କୁ ପ୍ରାୟ ୧୦ ଦିନ ସମୟ ଲାଗୁଥିବା କାରିଗରମାନେ ପ୍ରକାଶ କରିଛନ୍ତି।

ଅନ୍ୟପଟେ ଏଥର ସହରର ୧୭୨ଟି ପୂଜାମଣ୍ଡପରେ ମା’ଙ୍କ ଆରାଧନା କରାଯିବ। ପୂଜା କମିଟିଗୁଡ଼ିକର ସୁବିଧା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ପ୍ରସ୍ତୁତି ଆରମ୍ଭ ହୋଇଛି। ଗତବର୍ଷ ସିଙ୍ଗଲ୍ ୱିଣ୍ଡୋ ବ୍ୟବସ୍ଥାରେ ହୋଇଥିବା ଅସୁବିଧାକୁ ଦୃଷ୍ଟିରେ ରଖି ଏଥର ଅନଲାଇନ୍ ଆବେଦନ ବ୍ୟବସ୍ଥା କରାଯାଉଛି, ଯାହାଦ୍ୱାରା ପୂଜା କମିଟିଗୁଡ଼ିକ ଘରେ ବସି ସାଜସଜ୍ଜା, ସାଂସ୍କୃତିକ କାର୍ଯ୍ୟକ୍ରମ, ବିଦ୍ୟୁତ ସଂଯୋଗ ଓ ଭସାଣି ଶୋଭାଯାତ୍ରା ପାଇଁ ଅନୁମତି ପାଇପାରିବେ। ଏହାସହ ମଣ୍ଡପଗୁଡ଼ିକରେ ଅଗ୍ନି ନିରାପତ୍ତା, ବିଦ୍ୟୁତ ସୁରକ୍ଷା ଏବଂ ଭସାଣି ନିୟମାବଳୀ କଡ଼ାକଡ଼ି ପାଳନ କରିବାକୁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

କଟକ ଚାନ୍ଦିମେଢ ଦୁର୍ଗାପୂଜା
Share. Facebook Twitter LinkedIn Email WhatsApp Copy Link

Related Posts

ଆସନ୍ତାକାଲି ସିଜେଆଇଙ୍କ ଦ୍ୱାରସ୍ଥ ହେବେ ବିରୋଧୀ

October 11, 2026

ତାମିଲନାଡ଼ୁରେ ବିଭିନ୍ନ ଭିତ୍ତିଭୂମି ପ୍ରକଳ୍ପର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

October 11, 2026

ଇମ୍ରାନ ଖାନଙ୍କ ବଢ଼ିଲା ସମସ୍ୟା: ଏଫଆଇଆର ଦାଖଲ କଲା ମୁମ୍ବାଇ ପୋଲିସ

October 11, 2026

ସରିଲା ଦୁଇ ମହାଶକ୍ତିଙ୍କ ପ୍ରସିଦ୍ଧ ଭେଟଯାତ୍ରା: ଆଜିଠାରୁ ସପ୍ତମାତାଙ୍କ ଦିବ୍ୟଦର୍ଶନ ଆରମ୍ଭ

October 11, 2026
Latest News

ଆସନ୍ତାକାଲି ସିଜେଆଇଙ୍କ ଦ୍ୱାରସ୍ଥ ହେବେ ବିରୋଧୀ

October 11, 2026

ତାମିଲନାଡ଼ୁରେ ବିଭିନ୍ନ ଭିତ୍ତିଭୂମି ପ୍ରକଳ୍ପର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

October 11, 2026

ଇମ୍ରାନ ଖାନଙ୍କ ବଢ଼ିଲା ସମସ୍ୟା: ଏଫଆଇଆର ଦାଖଲ କଲା ମୁମ୍ବାଇ ପୋଲିସ

October 11, 2026

ସରିଲା ଦୁଇ ମହାଶକ୍ତିଙ୍କ ପ୍ରସିଦ୍ଧ ଭେଟଯାତ୍ରା: ଆଜିଠାରୁ ସପ୍ତମାତାଙ୍କ ଦିବ୍ୟଦର୍ଶନ ଆରମ୍ଭ

October 11, 2026

ସୁପ୍ରିମକୋର୍ଟରେ ‘ଲଜ୍ଜା, ଲଜ୍ଜା’ ର ସ୍ଲୋଗାନ: ଓକିଲମାନଙ୍କୁ ଭର୍ତ୍ସନା କଲେ ବିଚାରପତି

October 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.