Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କର୍ଣ୍ଣାଟକରେ ଫ୍ରିଜ୍ ବିସ୍ଫୋରଣ ନେଲା ଗୋଟିଏ ପରିବାରର ୪ ଜୀବନ, ୨ ଗୁରୁତର
ଆଜିର ଖବର

କର୍ଣ୍ଣାଟକରେ ଫ୍ରିଜ୍ ବିସ୍ଫୋରଣ ନେଲା ଗୋଟିଏ ପରିବାରର ୪ ଜୀବନ, ୨ ଗୁରୁତର

September 15, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link

କର୍ଣ୍ଣାଟକ: କର୍ଣ୍ଣାଟକର ବେଲାଗାଭିରେ ଏକ ଅତ୍ୟନ୍ତ ଦୁଃଖଦ ଓ ମର୍ମନ୍ତୁଦ ଅଘଟଣ ଘଟିଯାଇଛି। ମଧ୍ୟରାତ୍ରିରେ ଘରେ ଥିବା ଫ୍ରିଜ୍‌ ବିସ୍ଫୋରଣ ହୋଇ ଅଗ୍ନିକାଣ୍ଡ ଘଟିବାରୁ ଗୋଟିଏ ପରିବାରର ୪ ଜଣ ମହିଳାଙ୍କ ଜୀବନ ଯାଇଥିବା ବେଳେ ଅନ୍ୟ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ବେଲାଗାଭି ସେଣ୍ଟ୍ରାଲ ବସଷ୍ଟାଣ୍ଡ ନିକଟସ୍ଥ ଚାଭାଟ ଗଲି ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି। ମୃତକମାନେ ହେଲେ ଭାରତୀ ଦାମୋନେ (୫୦), ଶାରଦା ଦାମୋନେ (୪୫), ଗଙ୍ଗା ଦାମୋନେ (୨୫) ଓ ପ୍ରିୟା ଦାମୋନେ (୨୪)। ସେହିପରି ପରିବାରର ମୁଖିଆ ଗଜାନନ ଦାମୋନେ (୬୫) ଓ ପୁଅ ରୋଶନ ଦାମୋନେ (୨୧) ଗୁରୁତର ଆହତ ହୋଇଛନ୍ତି।

ସୂଚନାଯୋଗ୍ୟ ଯେ, ଗଣେଶ ଚତୁର୍ଥୀ ପାଳନ ପାଇଁ ଦାମୋନେ ପରିବାର ଲୋକେ ଘରକୁ ଗଣେଶଙ୍କ ମୂର୍ତ୍ତି ଆଣି ସଜାସଜି କରିଥିଲେ। ରାତିରେ ଖାଇସାରି ସମସ୍ତ ୬ ଜଣ ସଦସ୍ୟ ଫ୍ରିଜ୍‌ ନିକଟରେ ଶୋଇପଡ଼ିଥିଲେ। ହେଲେ ଭୋର ପ୍ରାୟ ୨ଟା ୧୫ ମିନିଟ୍‌ରେ ହଠାତ୍‌ ଏକ ପ୍ରଚଣ୍ଡ ବିସ୍ଫୋରଣ ଶବ୍ଦ ହୋଇଥିଲା। ବିସ୍ଫୋରଣର ପ୍ରକୋପ ଏତେ ତୀବ୍ର ଥିଲା ଯେ ମୁହୂର୍ତ୍ତକ ମଧ୍ୟରେ ସମ୍ପୂର୍ଣ୍ଣ ଘରେ ନିଆଁ ବ୍ୟାପି ଯାଇଥିଲା।

ବିସ୍ଫୋରଣ ଶବ୍ଦ ଶୁଣି ପଡ଼ୋଶୀମାନେ ନିଦରୁ ଉଠି ବାହାରକୁ ଆସିଥିଲେ। ଘର ଭିତରୁ ନିଆଁ ଓ ଧୂଆଁ ବାହାରୁଥିବା ଦେଖି ସ୍ଥାନୀୟ ଲୋକେ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ସେମାନେ ନିଆଁ ଭିତରୁ ଗଜାନନ ଓ ରୋଶନଙ୍କୁ ବାହାର କରିବାକୁ ସକ୍ଷମ ହୋଇଥିଲେ। ଉଭୟଙ୍କ ଶରୀରର ପ୍ରାୟ ୬୦ ପ୍ରତିଶତ ପୋଡ଼ିଯାଇଥିବାରୁ ସେମାନଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ନିଆଁର ଜ୍ୱାଳା ଅଧିକ ଥିବାରୁ ଅନ୍ୟ ୪ ଜଣ ମହିଳା ଘର ଭିତରୁ ବାହାରି ପାରିନଥିଲେ ଓ ଘଟଣାସ୍ଥଳରେ ହିଁ ସେମାନଙ୍କର ପ୍ରାଣହାନି ଘଟିଥିଲା। ଅଗ୍ନିକାଣ୍ଡ ଯୋଗୁଁ ଘରଟି ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିବା ବେଳେ ସମସ୍ତ ଆସବାବପତ୍ର ଜଳି ପାଉଁଶ ହୋଇଯାଇଛି।

ଅପରପକ୍ଷରେ, ଫ୍ରିଜ୍‌ଟି କାହିଁକି ଓ କିପରି ବିସ୍ଫୋରଣ ହେଲା, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଗଣେଶ ମୂର୍ତ୍ତି ଚାରିପଟେ ଲଗାଯାଇଥିବା ସାଜସଜ୍ଜା ବିଦ୍ୟୁତ୍ ଲାଇଟ୍‌ରୁ ସର୍ଟସର୍କିଟ୍ ହୋଇ ପ୍ରଥମେ ନିଆଁ ଲାଗିଥିଲା ନା ଫ୍ରିଜ୍‌ରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ବିସ୍ଫୋରଣ ଘଟିଥିଲା, ସେ ନେଇ ବେଲାଗାଭି ପୋଲିସ ତଦନ୍ତ ଚଳାଇଛି।

Belagavi Fridge Explosion karnataka
Share. Facebook Twitter LinkedIn Email WhatsApp Copy Link

Related Posts

“ଚୁପ୍ ଚାପ୍ ଶୁଳ୍କ ଲାଗୁ କରିବାର ପ୍ରସ୍ତୁତି…”: UPIକୁ ଟାର୍ଗେଟ କଲେ ରାହୁଲ ଗାନ୍ଧୀ 

September 15, 2026

ନିଯୁକ୍ତି ପରୀକ୍ଷାକୁ ନେଇ କଂଗ୍ରେସ ଉପରେ ବର୍ଷିଲେ ବାଂଶୁରୀ ସ୍ୱରାଜ: ରାହୁଲ ଗାନ୍ଧୀଙ୍କୁ କଲେ ପ୍ରଶ୍ନ

September 15, 2026

ଓରାକଲରେ ପୁଣି ବଡ଼ ଛଟେଇ, ଚାକିରି ହରାଇଲେ ହଜାର ହଜାର କର୍ମଚାରୀ

September 15, 2026

“ଉମର ଖାଲିଦ ଜଣେ ରାଷ୍ଟ୍ରବାଦୀ”: ଡକ୍ୟୁମେଣ୍ଟାରୀର ବିରୋଧ ମଧ୍ୟରେ କଂଗ୍ରେସ ନେତାଙ୍କ ବିବୃତ୍ତି 

September 15, 2026
Latest News

କର୍ଣ୍ଣାଟକରେ ଫ୍ରିଜ୍ ବିସ୍ଫୋରଣ ନେଲା ଗୋଟିଏ ପରିବାରର ୪ ଜୀବନ, ୨ ଗୁରୁତର

September 15, 2026

“ଚୁପ୍ ଚାପ୍ ଶୁଳ୍କ ଲାଗୁ କରିବାର ପ୍ରସ୍ତୁତି…”: UPIକୁ ଟାର୍ଗେଟ କଲେ ରାହୁଲ ଗାନ୍ଧୀ 

September 15, 2026

ନିଯୁକ୍ତି ପରୀକ୍ଷାକୁ ନେଇ କଂଗ୍ରେସ ଉପରେ ବର୍ଷିଲେ ବାଂଶୁରୀ ସ୍ୱରାଜ: ରାହୁଲ ଗାନ୍ଧୀଙ୍କୁ କଲେ ପ୍ରଶ୍ନ

September 15, 2026

ଓରାକଲରେ ପୁଣି ବଡ଼ ଛଟେଇ, ଚାକିରି ହରାଇଲେ ହଜାର ହଜାର କର୍ମଚାରୀ

September 15, 2026

“ଉମର ଖାଲିଦ ଜଣେ ରାଷ୍ଟ୍ରବାଦୀ”: ଡକ୍ୟୁମେଣ୍ଟାରୀର ବିରୋଧ ମଧ୍ୟରେ କଂଗ୍ରେସ ନେତାଙ୍କ ବିବୃତ୍ତି 

September 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.