ବାଣପୁର: ଆଜି ବାଣପୁର ବ୍ଲକ ଅନ୍ତର୍ଗତ ଗାଲୁଆ ଗ୍ରାମପଞ୍ଚାୟତ ସଭାଗୃହରେ ଆୟୋଜିତ ପଞ୍ଚାୟତ ସମିତିର ଷଷ୍ଠ ସାଧାରଣ ବୈଠକରେ ମାନ୍ୟବର ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ ଯୋଗଦେଇ ଶିକ୍ଷା ବିଭାଗ,ସ୍ବାସ୍ଥ୍ୟ ବିଭାଗ,କୃଷି ବିଭାଗ,ଜଳ ଯୋଗାଣ ଓ ପରିମଳ ବିଭାଗ,ମହିଳା ଓ ଶିଶୁ କଲ୍ୟାଣ ବିଭାଗ,ମତ୍ସ୍ୟ ଚାଷ, ଗ୍ରାମ୍ୟ ଉନ୍ନୟନ, ପୂର୍ତ୍ତ, ଉଠା ଜଳସେଚନ, ବିଦ୍ୟୁତ୍ ବିଭାଗ, ମିଶନ ଶକ୍ତି ବିଭାଗ, କ୍ଷୁଦ୍ର ଜଳସେଚନ, ଭି.ବି.-ଜି ରାମ୍-ଜି, ଖାଉଟି ଓ ଯୋଗାଣ ବିଭାଗ, ସାମାଜିକ ସୁରକ୍ଷା ବିଭାଗ, ଜଙ୍ଗଲ ବିଭାଗ, ପ୍ରାଣୀ ଚିକିତ୍ସା ବିଭାଗ ଓ ବ୍ଲକର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ସମ୍ପର୍କରେ ବିଶଦ ଆଲୋଚନା କରିଛନ୍ତି।
ଉକ୍ତ ବୈଠକରେ ବିଭିନ୍ନ ପଞ୍ଚାୟତରେ ଚାଲୁଥିବା ଉନ୍ନୟନ ପ୍ରକଳ୍ପଗୁଡ଼ିକୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ, ସ୍ୱଚ୍ଛତା ଓ ଗୁଣାତ୍ମକ ମାନଦଣ୍ଡ ବଜାୟ ରଖି ସମ୍ପନ୍ନ କରିବା ପାଇଁ ସମ୍ପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ଏହି ବୈଠକରେ ବ୍ଲକ ଅଧ୍ୟକ୍ଷ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ, ବିଡ଼ିଓ,ତହସିଲଦାର,ସରପଞ୍ଚ,ସମିତି ସଭ୍ୟ/ସଭ୍ୟା,ଜିଲ୍ଲା ପରିଷଦ ସଭ୍ୟାଙ୍କ ସମେତ ବ୍ଲକ୍ ସ୍ତରୀୟ ବିଭାଗୀୟ ଅଧିକାରୀ ଗଣ ଉପସ୍ଥିତ ଥିଲେ।


