Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରେଳ ସୁରକ୍ଷା କମିଶନରଙ୍କ ଦ୍ୱାରା କାକିରିଗୁମା–ଲକ୍ଷ୍ମୀପୁର ରୋଡ୍ ନବନିର୍ମିତ ଦ୍ୱିତୀୟ ରେଳ ଲାଇନ୍ ନିରୀକ୍ଷଣ
ଆଜିର ଖବର

ରେଳ ସୁରକ୍ଷା କମିଶନରଙ୍କ ଦ୍ୱାରା କାକିରିଗୁମା–ଲକ୍ଷ୍ମୀପୁର ରୋଡ୍ ନବନିର୍ମିତ ଦ୍ୱିତୀୟ ରେଳ ଲାଇନ୍ ନିରୀକ୍ଷଣ

October 1, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
ରେଳ ସୁରକ୍ଷା କମିଶନରଙ୍କ ଦ୍ୱାରା କାକିରିଗୁମା–ଲକ୍ଷ୍ମୀପୁର ରୋଡ୍ ନବନିର୍ମିତ ଦ୍ୱିତୀୟ ରେଳ ଲାଇନ୍ ନିରୀକ୍ଷଣ
ରେଳ ସୁରକ୍ଷା କମିଶନରଙ୍କ ଦ୍ୱାରା କାକିରିଗୁମା–ଲକ୍ଷ୍ମୀପୁର ରୋଡ୍ ନବନିର୍ମିତ ଦ୍ୱିତୀୟ ରେଳ ଲାଇନ୍ ନିରୀକ୍ଷଣ

ଭୁବନେଶ୍ୱର: ଦକ୍ଷିଣ ପୂର୍ବ ସର୍କଲର ରେଳ ସୁରକ୍ଷା କମିଶନର (CRS) ଶ୍ରୀ ସୁମିତ ସିଂଘଲ ଆଜି ପୂର୍ବ ତଟ ରେଳପଥର ରାୟଗଡ଼ା ଡିଭିଜନ ଅନ୍ତର୍ଗତ କାକିରିଗୁମା ଓ ଲକ୍ଷ୍ମୀପୁର ରୋଡ୍ ଷ୍ଟେସନ ମଧ୍ୟରେ ନବନିର୍ମିତ ଦ୍ୱିତୀୟ ରେଳ ଲାଇନ୍ ନିରୀକ୍ଷଣ କରିଛନ୍ତି। ଏହି ନିରୀକ୍ଷଣ ଚାଲିଥିବା କୋରାପୁଟ–ସିଙ୍ଗାପୁର ରୋଡ୍ ଦୋହରୀକରଣ ପ୍ରକଳ୍ପର ଅଂଶବିଶେଷ।

କାକିରିଗୁମା (କି.ମି. ୪୫.୮୮୫) ଠାରୁ ଲକ୍ଷ୍ମୀପୁର ରୋଡ୍ (କି.ମି. ୬୧.୧୭୦) ପର୍ଯ୍ୟନ୍ତ ମୋଟ ୧୫.୨୮୫ କିଲୋମିଟର ଦୀର୍ଘ ଏହି ଦୋହରୀକୃତ ରେଳପଥର ରେଳ ସୁରକ୍ଷା କମିଶନର ପୁଙ୍ଖାନୁପୁଙ୍ଖ ନିରୀକ୍ଷଣ କରିଥିଲେ। ଏହି ନିରୀକ୍ଷଣ ସମୟରେ ସମଗ୍ର ସେକ୍ସନରେ ମୋଟର ଟ୍ରଲି ଯୋଗେ ଯାଞ୍ଚ ସହିତ ସ୍ପିଡ୍ ଟ୍ରାଏଲ୍ ମଧ୍ୟ କରାଯାଇଥିଲା। ନବନିର୍ମିତ ରେଳ ଭିତ୍ତିଭୂମି ଏବଂ ଅନ୍ୟାନ୍ୟ ନିରାପତ୍ତା ସମ୍ବନ୍ଧୀୟ ବ୍ୟବସ୍ଥାର ଯାଞ୍ଚ କରାଯାଇଥିଲା। ଏହି ନିରୀକ୍ଷଣ ନୂତନ ରେଳ ଲାଇନ୍‌ରେ ଟ୍ରେନ୍ ଚଳାଚଳ ଆରମ୍ଭ କରିବା ପୂର୍ବରୁ ଆବଶ୍ୟକ ବୈଧାନିକ ପ୍ରକ୍ରିୟାର ଏକ ଅଂଶ।

ଏହି ନିରୀକ୍ଷଣ ସମୟରେ ପୂର୍ବତଟ ରେଳପଥ ମୁଖ୍ୟାଳୟ, ରାୟଗଡ଼ା ଡିଭିଜନ ଏବଂ ନିର୍ମାଣ ସଂଗଠନର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

କୋରାପୁଟ–ସିଙ୍ଗାପୁର ରୋଡ୍ ଦୋହରୀକରଣ ପ୍ରକଳ୍ପର ଲକ୍ଷ୍ୟ ହେଉଛି ରେଳପଥର ପରିବହନ କ୍ଷମତା ବୃଦ୍ଧି, ପରିଚାଳନା ଦକ୍ଷତାରେ ଉନ୍ନତି, ମାଲବାହୀ ଓ ଯାତ୍ରୀବାହୀ ଟ୍ରେନ୍‌ର ସୁଗମ ଚଳାଚଳ ସୁନିଶ୍ଚିତ କରିବା ସହିତ ଏହି ଅଞ୍ଚଳରେ ରେଳ ସଂଯୋଗକୁ ଆହୁରି ସୁଦୃଢ଼ କରିବା।

କାକିରିଗୁମା–ଲକ୍ଷ୍ମୀପୁର ରୋଡ୍ ସେକ୍ସନରେ ଏହି ନିରୀକ୍ଷଣ ଦୋହରୀକରଣ ପ୍ରକଳ୍ପର ଅଗ୍ରଗତି ଦିଗରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଏହା ଅଞ୍ଚଳରେ ରେଳ ଭିତ୍ତିଭୂମିର ସୁଦୃଢ଼ୀକରଣ ଏବଂ ରେଳ ପରିବହନ କ୍ଷମତା ବୃଦ୍ଧିରେ ସହାୟକ ହେବ।

କାକିରିଗୁମା–ଲକ୍ଷ୍ମୀପୁର ରୋଡ୍ ଦକ୍ଷିଣ ପୂର୍ବ ସର୍କଲ ରେଳ ଲାଇନ୍ ନିରୀକ୍ଷଣ ରେଳ ସୁରକ୍ଷା କମିଶନର
Share. Facebook Twitter LinkedIn Email WhatsApp Copy Link

Related Posts

ୟୁପି କଂଗ୍ରେସ ସଭାପତି ହେବେ ଆରାଧନା ମିଶ୍ର!: ଅଜୟ ରାୟଙ୍କ ହେବ ଛୁଟି

October 1, 2026

ଆହତ କାରଣରୁ ତୃତୀୟ ଏକଦିବସୀୟରୁ ବାଦ ପଡିଲେ ପ୍ରସିଦ୍ଧ କୃଷ୍ଣ: ଏହି ଯୁବ ଦ୍ରୁତ ବୋଲରଙ୍କୁ ସୁଯୋଗ

October 1, 2026

ଶ୍ରୀମନ୍ଦିର ଉତ୍ତର ଦ୍ୱାରରେ ଦିବ୍ୟାଙ୍ଗ ଓ ବୟସ୍କଙ୍କ ପାଇଁ ସ୍ୱତନ୍ତ୍ର ସୁବିଧା

October 1, 2026

ସମତା ଏକ୍ସପ୍ରେସ୍‌ରେ ଜିଆର୍‌ପିର ଚଢ଼ାଉ: ଗଞ୍ଜେଇ ଜବତ, ୬ ମହିଳା ଗିରଫ

October 1, 2026
Latest News

ରେଳ ସୁରକ୍ଷା କମିଶନରଙ୍କ ଦ୍ୱାରା କାକିରିଗୁମା–ଲକ୍ଷ୍ମୀପୁର ରୋଡ୍ ନବନିର୍ମିତ ଦ୍ୱିତୀୟ ରେଳ ଲାଇନ୍ ନିରୀକ୍ଷଣ

October 1, 2026

ୟୁପି କଂଗ୍ରେସ ସଭାପତି ହେବେ ଆରାଧନା ମିଶ୍ର!: ଅଜୟ ରାୟଙ୍କ ହେବ ଛୁଟି

October 1, 2026

ଆହତ କାରଣରୁ ତୃତୀୟ ଏକଦିବସୀୟରୁ ବାଦ ପଡିଲେ ପ୍ରସିଦ୍ଧ କୃଷ୍ଣ: ଏହି ଯୁବ ଦ୍ରୁତ ବୋଲରଙ୍କୁ ସୁଯୋଗ

October 1, 2026

ଶ୍ରୀମନ୍ଦିର ଉତ୍ତର ଦ୍ୱାରରେ ଦିବ୍ୟାଙ୍ଗ ଓ ବୟସ୍କଙ୍କ ପାଇଁ ସ୍ୱତନ୍ତ୍ର ସୁବିଧା

October 1, 2026

ସମତା ଏକ୍ସପ୍ରେସ୍‌ରେ ଜିଆର୍‌ପିର ଚଢ଼ାଉ: ଗଞ୍ଜେଇ ଜବତ, ୬ ମହିଳା ଗିରଫ

October 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.