Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଏଣିକି ବିଦ୍ୟାଳୟରେ ରହିବ ପାଣି ପିଇବା ପାଇଁ ସ୍ବତନ୍ତ୍ର ସମୟ ନିର୍ଘଣ୍ଟ
ଆଜିର ଖବର

ଏଣିକି ବିଦ୍ୟାଳୟରେ ରହିବ ପାଣି ପିଇବା ପାଇଁ ସ୍ବତନ୍ତ୍ର ସମୟ ନିର୍ଘଣ୍ଟ

November 27, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଗଞ୍ଜାମ, ୨୭/୧୧: (ସମୀକ୍ଷା ବ୍ୟୁରୋ) : ଆଜିର ଶିଶୁ ଆଗାମୀ କାଲିର ଭବିଷ୍ୟତ। ଉତ୍ତମ ସ୍ବାସ୍ଥ୍ୟ ତଥା ଶିକ୍ଷା ଛାତ୍ରଛାତ୍ରୀମାନଙ୍କୁ ଭବିଷ୍ୟତରେ ସଫଳ ଭାବେ ଗଢି ତୋଳିଥାଏ। ସରକାରୀସ୍ତରରେ ଶିକ୍ଷାର ମାନ ବୃଦ୍ଧି ପାଇଁ ବିଶେଷ ପ୍ରଚେଷ୍ଟା କରାଯାଉଛି। ତେବେ ଶିକ୍ଷା ସହିତ ଶିକ୍ଷାର୍ଥୀଙ୍କ ସ୍ବାସ୍ଥ୍ୟକୁ ବିଶେଷ ଧ୍ୟାନ ଦିଆଯାଉଛି। ଗଞ୍ଜାମର ଜିଲ୍ଲାପାଳ ଶିକ୍ଷା ସହ ସ୍ବାସ୍ଥ୍ୟକୁ ଧ୍ୟାନରେ ରଖି ଏକ ଅଭିନବ ପ୍ରୟାସର ଆରମ୍ଭ କରିଛନ୍ତି। ସ୍କୁଲରେ ଶିକ୍ଷା ଦାନ ପାଇଁ ରହିଥିବା ସମୟ ନିର୍ଘଣ୍ଟ ମଧ୍ୟରେ ଏବେ ପାଣି ପିଇବା ଲାଗି ମଧ୍ୟ ସମୟ ନିର୍ଘଣ୍ଟ ସ୍ଥିର ହୋଇଛି। ଏହି ପରିପ୍ରେକ୍ଷୀରେ ‘ପାଣି ପିଅନ୍ତୁ,ସୁସ୍ଥ ରୁହନ୍ତୁ’ କାର୍ଯ୍ୟକ୍ରମ ଜିଲ୍ଲାର ସମସ୍ତ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ପୂର୍ବ ନିଦ୍ଧାର୍ରିତ ସମୟ ନିର୍ଘଣ୍ଟରେ ପାଣି ପିଇବା ସକାଶେ ଦିନକୁ ୩ଥର ସ୍ବତନ୍ତ୍ର ବେଲ ଯୋଡି ହୋଇଯାଇଛି। ସୋମବାରରୁ ଶୁକ୍ରବାର ଦିନ ଯଥାକ୍ରମେ ୧୧ଟା ୪୦ମି., ୧ଟା ୩୦ମି. ଏବଂ ୩ଟା ୧୫ମି.ରେ ବେଲ୍ ବାଜିବା ବେଳେ ଶନିବାର ଦିନ ସକାଳ ୮ଟା,୯ଟା ୩୦ମି. ଏବଂ ୧୦ଟା ୫୦ମି. ଯଥାକ୍ରମେ ବେଲ୍ ବାଜିବା ନେଇ ନିର୍ଦ୍ଦେଶ ଜାରୀ ହୋଇଛି।ଯାହା ଫଳରେ ଛାତ୍ରଛାତ୍ରୀ ନିଜେ ସାଥିରେ ନେଉଥିବା ପାଣି ବୋତଲ କିମ୍ବା ବିଦ୍ୟାଳୟରେ ଉପଲବ୍ଧ ଥିବା ପାଣି ପିଇବା ପାଇଁ ବ୍ୟବସ୍ଥା କରାଯାଇଛି।

ଜଳ ହିଁ ଜୀବନ ଅଟେ। ମାନବ ସମେତ ସମସ୍ତ ପ୍ରାଣୀ ଓ ଉଦ୍ଭିଦ ଜୀବନ ଧାରଣ ପାଇଁ ଜଳ ଆବଶ୍ୟକ କରନ୍ତି। ଶରୀରର ଆଭ୍ୟନ୍ତରୀଣ ରାସାୟନିକ ପ୍ରତିକ୍ରିୟା ଓ ରକ୍ତର ପ୍ରମୁଖ ଅଂଶ ଭାବେ କାମ କରିଥାଏ ଜଳ। ଅଧୁନା ସମାଜରେ ଛାତ୍ରଛାତ୍ରୀ ନିଜ ଶରୀରର ସଠିକ୍ ଯତ୍ନ ନନେବା ଓ ଆବଶ୍ୟକ ମୁତାବକ ଜଳ ନ ପିଇବା ଦ୍ବାରା ବିଭିନ୍ନ ପ୍ରକାରର ରୋଗରେ ଆକ୍ରାନ୍ତ ହେବା ସହିତ ସ୍ବାସ୍ଥ୍ୟ କ୍ଷେତ୍ରରେ ବିଭିନ୍ନ ସମସ୍ଯା ପରିଲକ୍ଷିତ ଦେଖାଯାଉଛି।ଯାହା ଫଳରେ ଛାତ୍ରଛାତ୍ରୀ ଶିକ୍ଷା ପ୍ରତି ଉତ୍ସାହ ଓ ସକ୍ରିୟତା ଧିରେଧିରେ ହ୍ରାସ ପାଇବା ଚିତ୍ର ସାମ୍ନାକୁ ଆସୁଛି। ତେଣୁ ଶିକ୍ଷା ସହିତ ଛାତ୍ରଛାତ୍ରୀଙ୍କ ଶାରିରୀକ, ମାନସିକ ସ୍ତରରେ ଉତ୍ତମ ଉତ୍କୃଷ୍ଟ ସୁସ୍ଥ ମନୋବଳ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଗଞ୍ଜାମର ଜିଲ୍ଲାପାଳ ବିଜୟ କୁଲାଙ୍ଗେ ବିଦ୍ୟାଳୟରେ ପାଣି ପିଇବା ସମୟ ନିର୍ଘଣ୍ଟ ସ୍ବରୂପ ଏକ ଅଭିନବ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ଏହି କାର୍ଯ୍ୟକ୍ରମକୁ ବୁଦ୍ଧିଜୀବୀ, ଶିକ୍ଷାବିତ୍‌, ଅଭିବାବକ୍‌ ମହଲରେ ବେଶ୍‌ ପ୍ରଶଂସା କରାଯାଇଛି।

 

ganjamcollector
Share. Facebook Twitter LinkedIn Email WhatsApp Copy Link

Related Posts

ସମ୍ବଲପୁର ଓ ଝାରସୁଗୁଡ଼ା ସମେତ ଓଡ଼ିଶା ହେବ ଦେଶର ଅଗ୍ରଣୀ ମ୍ୟାନୁଫ୍ୟାକଚରିଂ ଏବଂ ଲଜିଷ୍ଟିକ୍ ହବ୍

April 25, 2026

କାକାବନ୍ଧ ଆଶ୍ରମ ସ୍କୁଲ ହଷ୍ଟେଲରେ ୧୨ ବର୍ଷୀୟ ଛାତ୍ରଙ୍କ ମୃତ୍ୟୁ ଏବଂ ୧୦୦ରୁ ଅଧିକ ଅସୁସ୍ଥ ହେବା ଘଟଣାରେ ନିଜ ଆଡୁ ମାମଲା ରୁଜ୍ଜୁ କଲେ ଜାତୀୟ ମାନବାଧିକାର ଆୟୋଗ

April 24, 2026

ଆଇ.ଆର୍.ସି.ଟି.ସି ର ବୁଦ୍ଧିଷ୍ଟ ସର୍କିଟ ପର୍ଯ୍ୟଟକ ପ୍ୟାକେଜ୍ ଉପରେ ସ୍ୱତନ୍ତ୍ର ୨୦% ରିହାତି

April 24, 2026

ଆସନ୍ତା୩୦ରେ ବିଧାନସଭାର ସ୍ଵତନ୍ତ୍ର ଅଧିବେଶନ

April 24, 2026
Latest News

ସମ୍ବଲପୁର ଓ ଝାରସୁଗୁଡ଼ା ସମେତ ଓଡ଼ିଶା ହେବ ଦେଶର ଅଗ୍ରଣୀ ମ୍ୟାନୁଫ୍ୟାକଚରିଂ ଏବଂ ଲଜିଷ୍ଟିକ୍ ହବ୍

April 25, 2026

କାକାବନ୍ଧ ଆଶ୍ରମ ସ୍କୁଲ ହଷ୍ଟେଲରେ ୧୨ ବର୍ଷୀୟ ଛାତ୍ରଙ୍କ ମୃତ୍ୟୁ ଏବଂ ୧୦୦ରୁ ଅଧିକ ଅସୁସ୍ଥ ହେବା ଘଟଣାରେ ନିଜ ଆଡୁ ମାମଲା ରୁଜ୍ଜୁ କଲେ ଜାତୀୟ ମାନବାଧିକାର ଆୟୋଗ

April 24, 2026

ଆଇ.ଆର୍.ସି.ଟି.ସି ର ବୁଦ୍ଧିଷ୍ଟ ସର୍କିଟ ପର୍ଯ୍ୟଟକ ପ୍ୟାକେଜ୍ ଉପରେ ସ୍ୱତନ୍ତ୍ର ୨୦% ରିହାତି

April 24, 2026

ଆସନ୍ତା୩୦ରେ ବିଧାନସଭାର ସ୍ଵତନ୍ତ୍ର ଅଧିବେଶନ

April 24, 2026

ବିଜେପିରେ ମିଶିଲେ ରାଘବ, ହୋଇପାରନ୍ତି ପଞ୍ଜାବର ମୁଖ୍ୟ ଚେହେରା !

April 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.