Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଯାନବାହନକୁ ନେଇ ଆସୁଛି ଆଉ ଏକ ନୂତନ ନିୟମ : ଏଥିର ପ୍ରମାଣପତ୍ରରେ ବାଧ୍ୟତାମୂଳକ ହେବ ମୋବାଇଲ ନମ୍ବର
ଆଜିର ଖବର

ଯାନବାହନକୁ ନେଇ ଆସୁଛି ଆଉ ଏକ ନୂତନ ନିୟମ : ଏଥିର ପ୍ରମାଣପତ୍ରରେ ବାଧ୍ୟତାମୂଳକ ହେବ ମୋବାଇଲ ନମ୍ବର

December 7, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ, ୭/୧୨: ସାରା ଦେଶରେ ନୂତନ ମୋଟର ଯାନ ଆଇନ ଲାଗୁ ହେବା ପରେ ପୁଣି ଥରେ ଏନେଇ ଆଉ ଏକ ନି ୟମ କରିବାକୁ ଯାଉଛନ୍ତି ସରକାର । ଏଥର ଯାନବାହନ ସମ୍ପର୍କିତ ସମସ୍ତ ପ୍ରମାଣପତ୍ରରେ ମୋବାଇଲ ନମ୍ବର ବାଧ୍ୟତାମୂଳକ ହେବା ନେଇ ସୂଚନା ରହିଛି।  ଏବେ ଯାନବାହନ ପ୍ରମାଣପତ୍ର ତଥା ରେଜିଷ୍ଟ୍ରେସନ୍‌ ସାର୍ଟିଫିକେଟ୍‌ (ଆର୍‌ସି) ଓ ଡ୍ରାଇଭିଂ ଲାଇସେନ୍ସ (ଡିଏଲ୍‌), ପଲ୍ୟୁସନ୍‌ ସାର୍ଟିଫିକେଟ୍‌ ସମେତ ଅନ୍ୟ ପ୍ରମାଣପତ୍ରରେ ମୋବାଇଲ୍‌ ନମ୍ବରକୁ ସଂଯୋଗ କରିବାକୁ ପଡ଼ିବ। ଏନେଇ ଭାରତ ସରକାର ଏକ ନୂତନ ନିୟମ ଆଣିବାକୁ ଯାଉଛନ୍ତି। ଏହା ଏପ୍ରିଲ୍‌ ୨୦୨୦ରୁ ଆରମ୍ଭ ହେବାକୁ ଯାଉଛି। ଏହି ସମ୍ବନ୍ଧରେ କେନ୍ଦ୍ରୀୟ ସଡକ ପରିବହନ ମନ୍ତ୍ରାଳୟ ଏକ ଅଧିସୂଚନା ଜାରି କରିବା ନେଇ ଲୋକଙ୍କୁ ତାଙ୍କ ରାୟ ମାଗିଛନ୍ତି ।

ଏହି ସମ୍ବନ୍ଧରେ ୩୦ଦିନ ଭିତରେ ଅର୍ଥାତ୍‌ ୨୯ ଡିସେମ୍ବର ଭିତରେ ନିଜର ମତାମତ ସଡକ ପରିବହନ ମନ୍ତ୍ରାଳୟକୁ ପଠାଇପାରିବେ।  ଯାନବାହନ ପ୍ରମାଣପତ୍ରରେ ମାଲିକର ମୋବାଇଲ୍‌ ନମ୍ବର ସଂଯୋଗ କରିବା ଦ୍ବାରା ଗାଡ଼ି ଚୋରି ଉପରେ ଅଙ୍କୁଶ ଲଗାଇବା ସହ ବାହନ ନେଇ ଅନ୍ୟ ଅପରାଧ କାର୍ଯ୍ୟଗୁଡ଼ିକ ଉପରେ ମଧ୍ୟ ଅଙ୍କୁଶ ଲଗାଇଯାଇପାରିବ।

କେନ୍ଦ୍ର ସରକାର ଓ ଅନ୍ୟ ସରକାରୀ ସଂସ୍ଥା ପାଖରେ ମଧ୍ୟ ବାହନ ଓ ଡ୍ରାଇଭିଂ ଲାଇସେନ୍ସର ପୂରା ବିବରଣୀ, ମୋବାଇଲ୍‌ ନମ୍ବର ସହିତ ଉପଲବ୍ଧ ରହିବ। ଜରୁରୀ ସମୟରେ ପୁଲିସ୍‌, ଆରଟିଓ ତଥା ଅନ୍ୟ କିଛି ଏଜେନ୍ସି ସହଜରେ ଗାଡ଼ି ଡ୍ରାଇଭର୍‌ ତଥା ମାଲିକ ସହିତ ସମ୍ପର୍କ କରିହେବ। ବଡ଼ ମହାନଗରୀ ଗୁଡ଼ିକରେ ଇଣ୍ଟିଲିଜେଣ୍ଟ ଟ୍ରାଫିକ୍‌ ମ୍ୟାନେଜ୍‌ମେଣ୍ଟ ଲାଗୁ କରାଯିବା ନେଇ ସୂଚନା ରହିଛି। (ଏଜେନ୍ସି)

driving licence
Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରଶିକ୍ଷକଙ୍କୁ ହଟାଇବା ପରେ ଏହି ପାଞ୍ଚ ଖେଳାଳିଙ୍କୁ ମୁକ୍ତ କରିପାରେ CSK: ଦେଖନ୍ତୁ ତାଲିକା

July 13, 2026

ଆଇବି ଅଧିକାରୀ ଅଙ୍କିତ ଶର୍ମା ହତ୍ୟା ମାମଲା: ତାହିର ହୁସେନ ଦୋଷୀ ସାବ୍ୟସ୍ତ

July 13, 2026

ଓମର ଅବଦୁଲ୍ଲାଙ୍କୁ ବିଜେପିର ମାନହାନି ମୋକଦ୍ଦମା ଚେତାବନୀ

July 13, 2026

ପୁରୁଷ ଦଳର ପରାଜୟର ପ୍ରତିଶୋଧ ନେଲା ମହିଳା ଦଳ: ଇଂଲଣ୍ଡକୁ ପରାସ୍ତ କଲା ଭାରତ

July 13, 2026
Latest News

ପ୍ରଶିକ୍ଷକଙ୍କୁ ହଟାଇବା ପରେ ଏହି ପାଞ୍ଚ ଖେଳାଳିଙ୍କୁ ମୁକ୍ତ କରିପାରେ CSK: ଦେଖନ୍ତୁ ତାଲିକା

July 13, 2026

ଆଇବି ଅଧିକାରୀ ଅଙ୍କିତ ଶର୍ମା ହତ୍ୟା ମାମଲା: ତାହିର ହୁସେନ ଦୋଷୀ ସାବ୍ୟସ୍ତ

July 13, 2026

ଟାଙ୍ଗୀ ବ୍ଲକ ପରିସରରେ ମିଳିତ ଜନଶୁଣାଣି ଶିବିର

July 13, 2026

ଓମର ଅବଦୁଲ୍ଲାଙ୍କୁ ବିଜେପିର ମାନହାନି ମୋକଦ୍ଦମା ଚେତାବନୀ

July 13, 2026

ପୁରୁଷ ଦଳର ପରାଜୟର ପ୍ରତିଶୋଧ ନେଲା ମହିଳା ଦଳ: ଇଂଲଣ୍ଡକୁ ପରାସ୍ତ କଲା ଭାରତ

July 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.