100 କୋଟି ଟଙ୍କାର କାର୍‌ର ମାଲିକାଣୀ ଏହି ଅଭିନେତ୍ରୀ, ଜାଣନ୍ତୁ କିଏ?

Published: Jan 12, 2020, 4:11 pm IST

ମୁମ୍ବାଇ : 100 କୋଟି ଟଙ୍କର କାର୍‌ର ମାଲିକାଣୀ ନିଜ ସମସ୍ତ କାର୍‌ ସହିତ ଫଟୋ ସେୟାର କରି ଚର୍ଚ୍ଚାରେ ରହିଛନ୍ତି । ହଲିଉଡ୍‌ ଅଭିନେତ୍ରୀ ତଥା ଏହି ଫ୍ୟାସନ୍‌ ଆଇକନ୍‌ଙ୍କ ନିକଟରେ 10ରୁ ଅଧିକ କାର୍‌ ରହିଛି । ସମସ୍ତ କାର ଗୁଡିକ ବିଳାଶପୂର୍ଣ୍ଣ ଶ୍ରେଣୀର । ଏହି କାର୍‌ ଗୁଡିକର ମୂଲ୍ୟ 14 ମିଲୟନ୍‌ ଡଲାର ବା ଭାରତୀୟ ମୁଦ୍ରାରେ 99 କୋଟି ଟଙ୍କା ବୋଲି ଜଣାପଡିଛି । ଏହା ମଧ୍ୟରେ ରୋଲ୍‌ସ ରୟେସ୍‌, ଫେରାରୀ ଏବଂ ଲାମ୍ବ୍ରୋଘିନି ରହିଥିବା ଜଣାପଡିଛି । ଏହି ଅଭିନେତ୍ରୀ ଜଣକ ହେଉଛନ୍ତି ଫ୍ୟାସନ୍‌ ଆଇକନ୍‌ କେଲୀ ଜେନର୍‌ । ନିକଟରେ ବୟଫ୍ରେଣ୍ଡ ଟ୍ରାଭିସ୍‌ ସ୍କଟ୍‌ ତାଙ୍କୁ ଏକ ରୋଲ୍‌ସ ରୟେସ ଉପହାର ସ୍ବରୂପ ପ୍ରଦାନ କରିବା ପରେ କେଲୀ ସମସ୍ତ କାର୍‌ ସହିତ ଫଟୋ ଉଠାଇ ଇନ୍‌ଷ୍ଟାଗ୍ରାମ୍‌ରେ ସେୟାର କରିଛନ୍ତି । ଏହା ବ୍ୟତୀତ କେଲୀ ବିଶ୍ବର ଦ୍ରୁତତମ କାର ବୁଗାଟୀ ଚିରନ୍‌ 3.9 ମିଲିୟନ୍‌ ଡଲାର ବିନିମୟରେ କିଣିଥିଲେ ।

Related posts