ବୟଫ୍ରେଣ୍ଡଙ୍କ ସ୍ମୃତିରେ ‘ଆଇ କ୍ୟାନ୍‌ ସି’ ଗାଇବେ ଆରିଆନା ଗ୍ରାଣ୍ଡେ

Published: Jan 17, 2020, 6:55 pm IST

ମୁମ୍ବାଇ : ହଲିଉଡ୍‌ର ଅନ୍ୟତମ ଶ୍ରେଷ୍ଠ ଗାୟିକା ଆରିଆାନା ଗ୍ରାଣ୍ଡେ ନିଜ ପୂର୍ବତନ ବୟଫ୍ରେଣ୍ଡଙ୍କ ସ୍ମୃତିରେ ଏକ ଗୀତ ଗାଇବାକୁ ଯାଉଛନ୍ତି । ଆରିଆନାଙ୍କ ପୂର୍ବ ବୟଫ୍ରେଣ୍ଡ ମ୍ୟାକ୍‌ ମିଲରଙ୍କ ଦେହାନ୍ତର ଦେଢ ବର୍ଷ ପରେ ଆରିଆନା ଏହି ଗୀତଟିକୁ ଗାଇବାର ନିଷ୍ପତ୍ତି ନେଇଛନ୍ତି । ମିଲରଙ୍କ ଲିଖିତ ଗୀତ ‘ଆଇ କ୍ୟାନ୍‌ ସି’ ଗାଇବା ନେଇ ଆରିଆନା ଶୁକ୍ରବାର ଟ୍ବିଟ୍ଟର ଜରିଆରେ ସ୍ପଷ୍ଟ କରିଛନ୍ତି । ମିଲରଙ୍କ ଆସନ୍ତା ମୃତ୍ୟୁ ବାର୍ଷିକୀରେ ଏହି ଗୀତ ରିଲିଜ୍‌ କରିବାକୁ ଯାଉଥିବା ନେଇ ଆରିଆନା ଗ୍ରାଣ୍ଡେ ସୂଚନା ଦେଇଛନ୍ତି ।

Related posts