Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରାଜକୋଟ ଦିନିକିଆରେ ବିଜୟ ସହିତ ସିରିଜକୁ ପ୍ରତ୍ୟାବର୍ତ୍ତନ କଲା ଭାରତ
ଆଜିର ଖବର

ରାଜକୋଟ ଦିନିକିଆରେ ବିଜୟ ସହିତ ସିରିଜକୁ ପ୍ରତ୍ୟାବର୍ତ୍ତନ କଲା ଭାରତ

January 17, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ରାଜକୋଟ : ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଅନୁଷ୍ଠିତ ଦିନିକିଆ ଶୃଙ୍ଖଳାର ଦ୍ବିତୀୟ ଦିନିକିଆରେ ବିଜୟୀ ହୋଇଛି ବିରାଟ କୋହଲିଙ୍କ ଭାରତୀୟ ଦଳ । ଏହି ମ୍ୟାଚ୍‌ରେ ବିଜୟୀ ହେବା ସହିତ ଭାରତ ଶୃଙ୍ଖଳାକୁ ପ୍ରତ୍ୟାବର୍ତ୍ତନ କରିଛି । ପ୍ରଥମେ ବ୍ୟାଟିଂ କରି ଭାରତ 6 ଓ୍ବିକେଟ ହରାଇ 340 ରନ୍‌ ସଂଗ୍ରହ କରିଥିବା ବେଳେ ଅଷ୍ଟ୍ରେଲିଆ ଦଳ ବିଜୟ ଠାରୁ 36 ରନ୍‌ ଦୂରରେ ରହିଥିଲା । ଭାରତ ପକ୍ଷରୁ ଶିଖର ଧଓ୍ବନ୍‌(96), ବିରାଟ କୋହଲି(78) ଏବଂ କେ ଏଲ୍‌ ରାହୁଲ(80) ଅର୍ଦ୍ଧଶତକ ହାସଲ କରିଥିଲେ । 340 ରନ୍‌ର ପିଛା କରି ଚତୁର୍ଥ ଓଭରରେ ନିର୍ଭର ଯୋଗ୍ୟ ଡେଭିଡ୍‌ ଓ୍ବାର୍ଣ୍ଣରଙ୍କୁ ଆଉଟ କରି ମହମ୍ମଦ ସାମି ଭାରତକୁ ପ୍ରଥମ ସଫଳତା ଦେଇଥିଲେ । ମାତ୍ର ପୂର୍ବତନ ଅଧିନାୟକ ଷ୍ଟିଭେନ୍‌ ସ୍ମିଥ ଏବଂ ଅଧିନାୟକ ଆରୋନ୍‌ ଫିଞ୍ଚ(33) 62 ରନ୍‌ର ଭାଗିଦାରୀ କରିଥିଲେ । ରବୀନ୍ଦ୍ର ଜାଡେଜା ଏହି ଯୋଡି ଭାଙ୍ଗିବା ପରେ ଇନଫର୍ମ ଲାବୁଶ୍ଚାଞ୍ଜେ(46) ଏବଂ ସ୍ମିଥ୍‌ (98)ଙ୍କ ମଧ୍ୟରେ 96 ରନ୍‌ର ଭାଗିଦାରୀ ହୋଇଥିଲା । ଲାବୁଶ୍ଚାଞ୍ଜେଙ୍କୁ ଆଉଟ୍‌ କରି ଜାଡେଜା ପୁନର୍ବାର ଏହି ଯୋଡି ଭାଙ୍ଗିଥିଲେ । ଏହାପରେ ସ୍ମିଥ ଗୋଟିଏ ପଟୁ ଆକ୍ରମଣ କରୁଥିବା ବେଳେ କୁଲ୍‌ଦୀପ ଯାଦବ ଗୋଟିଏ ଓଭରରେ ଆଲେକ୍ସ କେରୀ ଏବଂ ସ୍ମିଥ୍‌ଙ୍କୁ ଆଉଟ କରି ଅଷ୍ଟ୍ରେଲିଆକୁ ବ୍ୟାକ୍‌ଫୁଟ୍‌କୁ ଠେଲି ଦେଇଥିଲେ । ପରେ ମହମ୍ମଦ ସାମି ଲଗାତାର ବଲ୍‌ରେ ଟର୍ଣ୍ଣର ଏବଂ କମିନ୍‌ସଙ୍କୁ ଆଉଟ କରିବା ପରେ ବିଜୟ କେବଳ ଔପଚାରିକତା ରହିଥିଲା । ଶେଷରେ ଅଷ୍ଟ୍ରେଲିଆ 304 ରନ୍‌ରେ ଅଲଆଉଟ ହୋଇଥିଲା । ଭାରତ ପକ୍ଷରୁ ମହମ୍ମଦ ସାମି 77 ରନ୍‌ରେ 3ଟି ଓ୍ବିକେଟ ଅକ୍ତିଆର କରିଥିବା ବେଳେ କୁଲଦୀପ ଯାଦବ, ରବୀନ୍ଦ୍ର ଜାଡେଜା ଏବଂ ନବଦୀପ ସାଇନି ଦୁଇଟି ଲେଖାଏଁ ଓ୍ବିକେଟ୍‌ ଅକ୍ତିଆର କରିଥିଲେ । ଜାମ୍ପାଙ୍କୁ ଆଉଟ କରି ବୁମ୍‌ରା ମ୍ୟାଚ୍‌ ସମାପ୍ତ କରିଥିଲେ । ଶିଖର ଧଓ୍ବନଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ଘୋଷଣା କରାଯାଇଥିଲା । (ଏଜେନ୍ସୀ)

Australia dhawan india shami smith
Share. Facebook Twitter LinkedIn Email WhatsApp Copy Link

Related Posts

ନୂଆ ଅବକାରୀ ନୀତି କାର୍ଯ୍ୟକାରୀ ନେଇ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ

April 13, 2026

ପରିସ୍ରା ପୋଡ଼ା ସଚେତନା ଓ ମାଗଣା ସ୍ଵାସ୍ଥ୍ୟ ଶିବିର

April 13, 2026

MI କୁ RCB ପରାସ୍ତ କରିବା ପରେ ବଦଳିଲା ପଏଣ୍ଟ ଟେବୁଲର ସ୍ଥିତି: ଜାଣନ୍ତୁ ଶୀର୍ଷରେ କିଏ?

April 13, 2026

ଆଜି ମଧ୍ୟ କମିଲା ସୁନା ଏବଂ ରୂପାର ମୂଲ୍ୟ: ଜାଣନ୍ତୁ ଭୁବନେଶ୍ଵରରେ କେତେ?

April 13, 2026
Latest News

ସମଗ୍ର ଓଡ଼ିଶାରେ ହେବ ଜନଗଣନାର ପ୍ରଥମ ପର୍ଯ୍ୟାୟ: ସ୍ଵ-ଗଣନା ପୋର୍ଟାଲରେ ଏଭଳି କରନ୍ତୁ ନିଜକୁ ସାମିଲ

April 13, 2026

ନୂଆ ଅବକାରୀ ନୀତି କାର୍ଯ୍ୟକାରୀ ନେଇ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ

April 13, 2026

ବାଲୁଗାଁ ମହାବିଦ୍ୟାଳୟରେ ଅଗ୍ନି ନିରାପତ୍ତା ସଚେତନତା କାର୍ଯ୍ୟକ୍ରମ

April 13, 2026

ଯୁଦ୍ଧ ଯୋଗୁଁ ବିଶ୍ୱ ଇନ୍ଧନ ବଜାର ପ୍ରଭାବିତ: କିପରି ରହିଛି ଓଡିଶାରେ ଘରୋଇ ଏଲପିଜି ଯୋଗାଣ ବ୍ୟବସ୍ଥା?

April 13, 2026

ଗୋଦାବରୀଶ ମହାବିଦ୍ୟାଳୟ ରୋଭର ଓ ରେଞ୍ଜର ମାନଙ୍କ ଜଳ ବଣ୍ଟନ କାର୍ଯ୍ୟକ୍ରମ

April 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.