ଏକତ୍ର ନଜର ଆସିବେ ଡ୍ବେନ୍‌ ଜନସନ୍‌, ଗାଲ୍‌ ଗାଡୋଟ୍‌ ଏବଂ ରାନ୍‌ ରୋନାଲ୍ଡସ

Published: Jan 22, 2020, 8:56 pm IST

ମୁମ୍ବାଇ : ହଲିଉଡ୍‌ର ତିନି ସୁପରଷ୍ଟାର ଡ୍ବେନ୍‌ ଜନସନ୍‌, ଗାଲ୍‌ ଗାଡୋଟ୍‌ ଏବଂ ରାନ୍‌ ରୋନାଲ୍ଡସ ଏକତ୍ର ନଜର ଆସିବାକୁ ଯାଉଛନ୍ତି । ତିନି ଜଣଙ୍କ ଅଭିନୀତ ନେଟ୍‌ଫ୍ଲିକ୍ସ ଫିଲ୍ମ ରେଡ୍‌ ନୋଟିସ୍‌ର ସୁଟିଂ ମଙ୍ଗଳବାର ଆରମ୍ଭ ହୋଇଛି । ରକ୍‌ ବା ଅଭିନେତା ଡ୍ବେନ୍‌ ଜନ୍‌ସନ୍‌ ଫିଲ୍ମ ସୁଟିଂ ହେଇଥିବା ନେଇ ଏକ ଭିଡିଓ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ଭିଡିଓରେ ଡ୍ବେନ୍‌ ଜନସନ୍‌, ଗାଲ୍‌ ଗାଡୋଟ୍‌ ଏବଂ ରାନ୍‌ ରୋନାଲ୍ଡସ ଇଣ୍ଟରପୋଲ ଅଧିକାରୀ ଭାବରେ କାର୍ଯ୍ୟ କରୁଥିବାର ନଜର ଆସିଛନ୍ତି । ଇଣ୍ଟରପୋଲ ପକ୍ଷରୁ ଜାରି କରାଯାଉଥିବା ରେଡ କର୍ଣ୍ଣର ନୋଟିସ୍‌ ଉପରେ ଫିଲ୍ମଟି ପର୍ଯ୍ୟବେସିତ । ଫିଲ୍ମରେ ଭରପୁର ଆକ୍ସନ ରହିଥିବା ବେଳେ ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି ରସନ୍‌ ମାର୍ସାଲ୍‌ ଥର୍ବର ।

Related posts