Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଏକାମ୍ର ଯୋଜନାର ବିସ୍ଥାପିତଙ୍କ ପାଇଁ ଥଇଥାନ ଓ ସହାୟତା ପ୍ୟାକେଜ୍‌କୁ ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରୀ
ଆଜିର ଖବର

ଏକାମ୍ର ଯୋଜନାର ବିସ୍ଥାପିତଙ୍କ ପାଇଁ ଥଇଥାନ ଓ ସହାୟତା ପ୍ୟାକେଜ୍‌କୁ ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରୀ

January 27, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର : ଏକାମ୍ର ଯୋଜନାରେ ବିସ୍ଥାପିତଙ୍କ ଥଇଥାନ ଓ ସହାୟତା ପ୍ୟାକେଜକୁ ମୁଖ୍ୟମନ୍ତ୍ର ନବୀନ ପଟ୍ଟନାୟକ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଏହା ସହିତ ଯୋଜନା ନିମନ୍ତେ ଆବଶ୍ୟକ ଥିବା ବାସଗୃହ, ମଠ ଏବଂ ଦୋକାନ ପାଇଁ ଆର୍ଥିକ ସହାୟତା ମଧ୍ୟ ଘୋଷଣା କରାଯାଇଛି । ଏହି ଯୋଜନାରେ ଅଧିଗ୍ରହଣ ହେବାକୁ ଥିବା ସମସ୍ତ ଜମି ଲିଙ୍ଗରାଜ ମହାପ୍ରଭୁଙ୍କ ନାମରେ ରେକର୍ଡ କରାଯିବ ଏବଂ ଜମି ଦାନ କରିଥିବା ବ୍ୟକ୍ତିଙ୍କ ନାମ ଫଳକରେ ଉଲ୍ଲେଖ କରାଯିବ ବୋଲି ମୁଖ୍ୟମନ୍ତ୍ରଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି । ଜମି ଅଧିଗ୍ରହଣ ଏବଂ କ୍ଷତିପୂରଣ ଅଧିନିୟମ 2013 ଅନୁଯାୟୀ ଏହି କ୍ଷତିପୂରଣ ପ୍ରଦାନ କରାଯିବ ।

ବିସ୍ଥାପିତ ହେଉଥିବା ପରିବାର ଏବଂଦୋକାନୀଙ୍କୁ ପରିବହନ ଏବଂ ଅନ୍ୟ ବ୍ୟବସ୍ଥା ନିମନ୍ତେ 1 ଲକ୍ଷ ଟଙ୍କା ପ୍ରଦାନ କରାଯିବ । ସେହିପରି ଜମି ଅଧିଗ୍ରହଣ ଦିନଠାରୁ 12 ମାସ ପର୍ଯ୍ୟନ୍ତ ପ୍ରତ୍ୟେକ ପରିବାରକୁ ମାସିକ 15 ହଜାର ଟଙ୍କା ଘର ଭଡା ବାବଦରେ ପ୍ରଦାନ କରାଯିବ । 200 ମିଟରରୁ କମ୍‌ ଅଞ୍ଚଳରେ ପରିବ୍ୟାପ୍ତ ଦୋକାନ ପାଇଁ ମାସିକ 15 ହଜାର ଏବଂ 200 ବର୍ଗ ମିଟରରୁ ଅଧିକ ବଡ ଦୋକାନ ପାଇଁ ମାସିକ 20 ହଜାରର ଭଡା ପ୍ରଦାନ କରାଯିବ । ବାସଗୃହ ହରାଉଥିବା ଘର ମାଲିକଙ୍କୁ 20 ଲକ୍ଷଟଙ୍କାର ଥଇଥାନ ଭତ୍ତା ପ୍ରଦାନ କରାଯିବ ବୋଲି ଜଣାପଡିଛି । ସେହିପରି ଜମି ହରାଇଥିବା ମାଲିକଙ୍କୁ ଜମି ବଦଳରେ ଜମି ପ୍ରଦାନ କରାଯିବ । ଯଦି ଜମିର ମୂଲ୍ୟ କମ୍‌ ରୁହେ ତେବେ ଅବଶିଷ୍ଟ ପ୍ରାପ୍ୟ ଅର୍ଥ ଆକାରରେ ପ୍ରଦାନ କରାଯିବ ।
ସ୍ଥିତିବାନ ସ୍ବତ୍ବରେ ନିର୍ମିତ ବାଣିଜ୍ୟିକ ପ୍ରତିଷ୍ଠାନ ଗୁଡିକୁ ମଧ୍ୟ ସିଧାସଳଖ କ୍ରୟ କରାଯାଇ ଅଧିଗ୍ରହଣ କରାଯିବ ବୋଲି ଜଣାପଡିଛି । ସେହିପରି ଦୋକାନ ହରାଇଥିବା ସମସ୍ତ ଦୋକାନୀଙ୍କୁ ମାର୍କେଟ୍‌ କମ୍ପ୍ଲେକ୍ସରେ 50 ପ୍ରତିଶତ ରିହାତିରେ ଘର ଯୋଗାଇ ଦିଆଯିବ ବୋଲି ଜଣାପଡିଛି । ଅନ୍ୟଥା ଦୋକାନୀ ଚାହିଁଲେ ଏକକାଳୀନ 20 ଲକ୍ଷ ଟଙ୍କାର ସହାୟତା ନେଇପାରିବେ ।

ଉଠାଦୋକାନୀ ମାନଙ୍କ ପାଇଁ ଦୁଇଟି ପର୍ଯ୍ୟାୟରେ ଏକକାଳୀନ 30 ହଜାର ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି ସରକାର । ଏହା ସହିତ ନିୟମ ଅନୁଯାୟୀ ଭେଣ୍ଡିଂ ଯୋଜନା କରାଯାଇ ଉଠା ଦୋକାନୀ ମାନଙ୍କୁ ଆବଶ୍ୟକ ସ୍ଥାନ ଆବଣ୍ଟନ କରାଯିବ । ଯୋଜନାରେ ସ୍ଥାନାନ୍ତରିତ ହେବାକୁ ଥିବା ସରକାରୀ କାର୍ଯ୍ୟାଳୟ ଏବଂ ପ୍ରତିଷ୍ଠାନ ପାଇଁ ବିଏମ୍‌ସି କମିଶନରଙ୍କ ଅଧ୍ୟକ୍ଷତାରେ ଏକ କମିଟି ନିଷ୍ପତ୍ତି ନେବ । ସେହିପରି ଉଚ୍ଛେଦ ହୋଇଥିବା ମଠର ପୁନର୍ବିନ୍ୟାସ ବିଏମ୍‌ସି କମିଶନରଙ୍କ ନେତୃତ୍ବରେ କରାଯିବ ।

cmo naveenpattnaik
Share. Facebook Twitter LinkedIn Email WhatsApp Copy Link

Related Posts

ସଡ଼କ ସୁରକ୍ଷାକୁ ପ୍ରାଧାନ୍ୟ ଦେଇ କାର୍ଯ୍ୟ କରିବାକୁ ସମସ୍ତ ଆରଟିଓଙ୍କୁ ନିର୍ଦ୍ଦେଶ

May 5, 2026

ପ୍ରେମିକ ବାରଣ୍ଡାରେ ଧାରଣାରେ ବସିଥିବା ପ୍ରେମିକାକୁ ହତ୍ୟା

May 5, 2026

ନୂଆଦିଲ୍ଲୀରେ ଆଇଆଇଟି ମାଡ୍ରାସର ‘ଟେକ୍ନୋଲୋଜି ସମିଟ୍ -୨୦୨୬’ରେ କେନ୍ଦ୍ରମନ୍ତ୍ରୀ

May 5, 2026

ପଶ୍ଚିମବଂଗର କିଏ ହେବ ମୁଖ୍ୟମନ୍ତ୍ରୀ ? ବାଛିବେ ଓଡିଶା ମୁଖ୍ୟମନ୍ତ୍ରୀ ମୋହନ ମାଝୀ

May 5, 2026
Latest News

ସଡ଼କ ସୁରକ୍ଷାକୁ ପ୍ରାଧାନ୍ୟ ଦେଇ କାର୍ଯ୍ୟ କରିବାକୁ ସମସ୍ତ ଆରଟିଓଙ୍କୁ ନିର୍ଦ୍ଦେଶ

May 5, 2026

ବାଲୁଗାଁ ମହାବିଦ୍ୟାଳୟର ବାର୍ଷିକ ସାୟନାରା କାର୍ଯ୍ୟକ୍ରମରେ ଅଧ୍ୟାପିକାଙ୍କୁ ସମ୍ବର୍ଦ୍ଧନା

May 5, 2026

ପ୍ରେମିକ ବାରଣ୍ଡାରେ ଧାରଣାରେ ବସିଥିବା ପ୍ରେମିକାକୁ ହତ୍ୟା

May 5, 2026

ନୂଆଦିଲ୍ଲୀରେ ଆଇଆଇଟି ମାଡ୍ରାସର ‘ଟେକ୍ନୋଲୋଜି ସମିଟ୍ -୨୦୨୬’ରେ କେନ୍ଦ୍ରମନ୍ତ୍ରୀ

May 5, 2026

ଗୋଦାବରୀଶ ମହାବିଦ୍ୟାଳୟରେ ୬ ଦିନିଆ ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ଉଦଯାପିତ

May 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.