ଅଧିକ ହର୍ଣ୍ଣ ବ୍ୟବହାର କରୁଛନ୍ତି କି , ହୋଇଯାଆନ୍ତୁ ସାବଧାନ, ନହେଲେ ଭୋଗିବେ ଦଣ୍ଡ

Published: Feb 4, 2020, 10:55 am IST

ମୁମ୍ବାଇ : ଡିସେମ୍ବର 2019ରେ ସାରା ଦେଶରେ ନୂତନ ସଂଶୋଧିତ ମୋଟର ଯାନ ଆଇନ ଲାଗୁ ହୋଇଯାଇଛି । ଏହି ନିୟମ ସହିତ  ଜରିମାନାର ପରିମାଣର ରାଶିକୁ ମଧ୍ୟ ଦୁଇଗୁଣିତ କରାଯାଇଛି । ଏହି ନୂତନ ନିୟମ ଆରମ୍ଭରେ ବହୁତ ଚାଲାଣ କଟାଯିବ ସହିତ ଜରିମାନା ମଧ୍ୟ ବେଶ୍‌ ଆଦାୟ ହୋଇଛି । କିଛି ଜାଗାରେ ଏହି ନୂତନ ମୋଟର ଆଇନକୁ ବିରୋଧ ମଧ୍ୟ କରାଯାଇଥିଲା । କିନ୍ତୁ ଟ୍ରାଫିକ୍‌ ନିୟମ ଭାଙ୍ଗୁଥିବା ଲୋକଙ୍କ ପାଇଁ ମୁମ୍ବାଇ ଟ୍ରାଫିକ୍‌ ପୋଲିସ୍‌ ଏକ ଭିନ୍ନ ପ୍ରୟୋଗ ଆରମ୍ଭ କରିଛି ।

ମୁମ୍ବାଇରେ ଟ୍ରାଫିକ୍‌ ପୋଲିସ୍‌ ରେଡ୍‌ ଲାଇଟ୍‌ ସିଗ୍‌ନାଲ୍‌କୁ ନେଇ ଅଯଥା ହର୍ଣ୍ଣକୁ ନେଇ ବହୁତ ବ୍ୟତିବ୍ୟସ୍ତ ଥିବାବେଳେ ଏହି ସମସ୍ୟାର ଏକ ଅନନ୍ୟ ଉପାୟ ବାହାର କରିଛି । ରାସ୍ତାରେ ଟିକିଏ ଜାମ୍‌ ହୋଇଗଲା ପରେ ଗାଡ଼ିଗୁଡ଼ିକ ଅଯଥା ହର୍ଣ୍ଣ ବଜାଇବା ଆରମ୍ଭ କରିଦେଉଛନ୍ତି । ଯାହାଦ୍ବାରା ସାଧାରଣ ଲୋକେ ବ୍ୟତିବ୍ୟସ୍ତ ହୋଇପଡୁଛନ୍ତି । ଦେଶର କେତେ ଅଞ୍ଚଳରେ ନୋ ହର୍ଣ୍ଣ ଏରିଆ ବୋଲି ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଏଠାରେ ଅଯଥା ହର୍ଣ୍ଣ ମାରିବାକୁ ନିଷେଧ ରହିଥିବାବେଳେ ଲୋକେ ଏହାକୁ ମାନିବାକୁ ପ୍ରସ୍ତୁତ ନୁହଁନ୍ତି ।

ଏବେ ମୁମ୍ବାଇ ପୋଲିସ୍‌ ଏହି ସମସ୍ୟାର ଏକ ଅଭିନବ ଉପାୟ ବାହାର କରିଛନ୍ତି । ଯଦି କେହି ରେଡ୍‌ ସିଗନାଲ୍‌ ସମୟରେ ଅଯଥା ହର୍ଣ୍ଣ ବଜାଇବ, ତେବେ ସେହି ରେଡ୍‌ ସିଗନାଲ୍‌ ଟି ଗ୍ରୀନ୍‌ ସିଗନାଲ୍‌କୁ ଆଉ ପରିବର୍ତ୍ତନ ହେବ ନାହିଁ । ଏବଂ ତାଙ୍କୁ ଅଧିକ ସମୟ ଅପେକ୍ଷା କରିବାକୁ ପଡିବ । ଯଦି କେହି ଅଯଥାରେ ହର୍ଣ୍ଣର ବ୍ୟବହାର କରିବ, ତେବେ ତାକୁ ଅଧିକ ସମୟ ଅପେକ୍ଷା କରିବାକୁ ପଡ଼ିବ । ରେଡ୍‌ ସିଗନାଲ୍‌ କେବଳ କିଛି ସମୟ ପାଇଥାଏ । ଯଦି ଲୋକେ ଜଲ୍‌ଦି ବାହାରିବା ପାଇଁ ଅଯଥାରେ ହର୍ଣ୍ଣ ବ୍ୟବହାର କରିବେ, ତେବେ ତାଙ୍କୁ ଅଧିକ ସମୟ ଠିଆ ହେବାକୁ ପଡ଼ିବ ।

ମୁମ୍ବାଇର ରେଡ୍‌ ସିଗନାଲ୍‌ ଉପରେ ହର୍ଣ୍ଣକୁ ଲଗାମ ଦେବା ପାଇଁ ଟ୍ରାଫିକ୍‌ ପୁଲିସ୍‌ ତରଫରୁ ଏକ ଭିନ୍ନ ଉପାୟ ବାହାର କରାଯାଇଛି । ଟ୍ରାଫିକ୍‌ ସିଗନାଲ୍‌ ଉପରେ ଡେସିବଲ୍‌ ମିଟର ଲଗାଯାଇଛି । ଏହି ମିଟରକୁ ରେଡ୍‌ ଲାଇଟ୍‌ ସହିତ ଯୋଡାଯାଇଛି । ସିଗିନାଲ୍‌ ଉପରେ ନିର୍ଦ୍ଧାରିତ ଡେସିବଲ୍‌ ଠାରୁ ଅଧିକ ହର୍ଣ୍ଣ ବ୍ୟବହାର ହେଲେ ଗ୍ରୀନ୍‌ ଲାଇଟ୍‌ ହେବ ନାହିଁ । ମୁମ୍ବାଇ ଟ୍ରାଫିକ୍‌ ପୋଲିସ୍‌ ଅନୁସାରେ 85 ଡେସିବଲ୍‌ଠୁ ଅଧିକ ହର୍ଣ୍ଣ ବଜାହୋଇଥିଲେ ଗ୍ରୀନ୍‌ ଲାଇଟ୍‌ ହେବା ପାଇଁ 1.30 ମିନିଟ୍‌ର ଅପେକ୍ଷା କରିବାକୁ ପଡିବ । ମୁମ୍ବାଇ ପୋଲିସ୍‌ ଏହାକୁ ହଙ୍କ୍‌ ମୋର୍‌, ଓ୍ବେଟ୍‌ ମୋର୍‌’ର ନାମ ଦେଇଛି । ଯିଏ ଯେତେ ହର୍ଣ୍ଣ ବଜାଇବ, ସେତେ ସମୟ ଟ୍ରାଫିକ୍‌ ସିଗନାଲ୍‌କୁ ଅପେକ୍ଷା କରିବ । ମୁମ୍ବାଇର ଏହି ଉପାୟକୁ ଏବେ ବେଙ୍ଗାଲୁରରେ  ମଧ୍ୟ ଲାଗୁ କରାଯିବା ନେଇ ଯୋଜନା ଚାଲିଛି । ମୁମ୍ବାଇ ପୋଲିସର ଅଭିନୟ ଉପାୟକୁ ସମସ୍ତେ ପସନ୍ଦ କରିଛନ୍ତି ।

Related posts