Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭେଟେଶ୍ବର ଗ୍ରାମ ପଞ୍ଚାୟତ ତରଫରୁ ସ୍ବଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ
ଆଜିର ଖବର

ଭେଟେଶ୍ବର ଗ୍ରାମ ପଞ୍ଚାୟତ ତରଫରୁ ସ୍ବଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ

February 16, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରଓ୍ବାଲ

ବାଣପୁର: ଭେଟେଶ୍ବର ଗ୍ରାମ ପଞ୍ଚାୟତ ତରଫରୁ ସ୍ବଚ୍ଛତାକୁ ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ‘ସ୍ବଚ୍ଛ ପଞ୍ଚାୟତ, ସୁସ୍ଥ ପଞ୍ଚାୟତ’ କାର୍ଯ୍ୟକ୍ରମ ଆଧାରରେ ଅଞ୍ଚଳର ସମସ୍ତ ବ୍ୟବସାୟୀ ତଥା ଦୋକାନୀମାନଙ୍କୁ ସ୍ବଚ୍ଛତା ସମ୍ପର୍କରେ ସଚେତନା କରାଯାଇଛି। ଆର୍ବଜନାକୁ ଏଣେତେଣେ ନ ପକାଇ ଏକାଠି ରଖିବା ସହିତ ଆବର୍ଜନା କୁଣ୍ଡ ଗୁଡ଼ିକର ଉଚିତ୍‌ ବ୍ୟବହାର ସମ୍ପର୍କରେ ସୂଚନା ଦିଆଯାଇଛି। ସେହିପରି ରାସ୍ତାରେ ବର୍ଜ୍ୟବସ୍ତୁ ନ ପକାଇ ଉଦ୍ଦିଷ୍ଟ ଉପଯୁକ୍ତ ଆର୍ବଜନା କୁଣ୍ଡଗୁଡ଼ିକରେ ବ୍ୟବହାର କରିବା ସହ ଖୋଲା ସ୍ଥାନରେ ମଳତ୍ୟାଗ ନ କରିବା ପାଇଁ ପରାମର୍ଶ ଦିଆଯାଇଛି। ଭେଟେଶ୍ବର ଗ୍ରାମ ପଞ୍ଚାୟତ ତରଫରୁ ଆୟୋଜିତ ସ୍ବଚ୍ଛତା ଆଡକୁ ଏକ ପାଦ କାର୍ଯ୍ୟକ୍ରମରେ ଗ୍ରାମ ପଞ୍ଚାୟତର ସରପଞ୍ଚ ଜିତେନ୍ଦ୍ର କୁମାର ଭୋଳ, ଗ୍ରାମ ପଞ୍ଚାୟତ ମନିଟର୍‌ ପ୍ରମୋଦ କୁମାର ଜେନା, ଅଙ୍ଗନ ଓ୍ବାଡି କର୍ମୀଙ୍କ ସମେତ କୁରୁଞ୍ଜିପୁର ଗ୍ରାମର ସମସ୍ତ ଏସଏଚଜି ଗ୍ରୁପ୍‌ର ସଦସ୍ୟାମାନଙ୍କ ସହ ଗ୍ରାମର ସ୍ବେଚ୍ଛାସେବୀ ଯୁବକ ଯୁବତୀମାନେ ଭାଗ ନେଇଥିଲେ। ସ୍ବଚ୍ଛ କାର୍ଯ୍ୟକ୍ରମ ଜରିଆରେ ଖାଲି ମଦ ବୋତଲ ଉଦ୍ଧାର କରାଯାଇଛି। ମଦ ବୋତଲ ଠାବ ହୋଇଥିବା ସ୍ଥାନରେ ଭେଟିନାଥଦେବ ବିଦ୍ୟାପୀଠ ରହିଥିବାରୁ ବିଦ୍ୟାଳୟ ନିକଟରେ ଏପରି ଅସାମାଜିକ କାର୍ଯ୍ୟକୁ ନିନ୍ଦା କରିଛନ୍ତି ସ୍ଥାନୀୟ ସରପଞ୍ଚ। ବିଦ୍ୟାଳୟ ନିକଟ ରାସ୍ତାରେ ଏହି ମଦ ବୋତଲ ଠାବ ହୋଇଥିବାବେଳେ ଏହା ବିଦ୍ୟାର୍ଥୀଙ୍କ ଉପରେ କି’ ପ୍ରକାର ପ୍ରଭାବ ପକାଇବ ବୋଲି ଉଦ୍‌ବେଗ ପ୍ରକାଶ କରିଛନ୍ତି ସରପଞ୍ଚ।

ଏହି ଅବସରରେ ସରପଞ୍ଚ ଲୋକଙ୍କୁ ସଚେତନତା କରିବା ସହ ଆର୍ବଜନାଗୁଡ଼ିକ ପାଇଁ ଆର୍ବଜନା କୁଣ୍ଡଗୁଡ଼ିକର ବ୍ୟବହାର ସମ୍ପର୍କରେ ସୂଚନା ଦେଇଥିଲେ। ଧଳା, କଳା ଓ ସବୁଜ ରଙ୍ଗର ଆର୍ବଜନାକୁଣ୍ଡଗୁଡ଼ିକୁ କିପରି ବ୍ୟବହାର କରାଯିବ, ସେ ସମ୍ପର୍କରେ ଅବଧାରଣା କରିଥିଲେ ସରପଞ୍ଚ। ଅଣଜୈବ ବିଘଟନଶୀଳ ବର୍ଜବ୍ୟସ୍ତୁ ପାଇଁ ଧଳା ରଙ୍ଗର ଆର୍ବଜନା କୁଣ୍ଡ, ଜୈବ ବିଘଟନଶୀଳ ବର୍ଜ୍ୟବସ୍ତୁ ପାଇଁ ସବୁଜ ରଙ୍ଗର କୁଣ୍ଡ ଓ କଳାରଙ୍ଗର ଆର୍ବଜନା କୁଣ୍ଡକୁ ଘରୋଇ କ୍ଷତିକାରକ ଆର୍ବଜନା ପାଇଁ ବ୍ୟବହାର କରିବାକୁ ପରାମର୍ଶ ଦେଇଥିଲେ। ସେହିପରି ଓଦା ଆର୍ବଜନାକୁ କମ୍ପୋଷ୍ଟ ଗାତରେ ପକାଇବା  ସହ ସମେସ୍ତ ପାଇଖାନା ବ୍ୟବହାର କରିବାକୁ ପରାମର୍ଶ ଦେଇଥିଲେ ସରପଞ୍ଚ। ଭେଟେଶ୍ବର ଗ୍ରାମ ପଞ୍ଚାୟତ ତରଫରୁ ସ୍ବଚ୍ଛତାକୁ ନେଇ ଏଇ ନିଆରା କାର୍ଯ୍ୟକ୍ରମକୁ ସବୁ ମହଲରେ ସ୍ବାଗତ କରାଯାଇଛି।

ସ୍ବଚ୍ଛତା ଭାରତ ମିଶନ ତରଫରୁ ଖୋର୍ଦ୍ଧା ଜିଲ୍ଲାର ୧୯୦ଟି ପଞ୍ଚାୟତରେ ‘ସ୍ବଚ୍ଛତା କାର୍ଯ୍ୟକ୍ରମ’ ଆରମ୍ଭ କରାଯିବ। ତେବେ ଏହି କାର୍ଯ୍ୟକ୍ରମକୁ ପରୀକ୍ଷଣ ଭାବରେ ବାଣପୁର ବ୍ଲକର ଚାରୋଟି ପଞ୍ଚାୟତକୁ ନିଆଯାଇଛି। ଏହି ପଞ୍ଚାୟତଗୁଡ଼ିକରେ ଏହି କାର୍ଯ୍ୟକ୍ରମ ସଫଳ ହେବା ପରେ ଏହାର ରୂପରେଖକୁ ନିର୍ଣ୍ଣୟ ଦିଆଯିବ ବୋଲି ସୂଚନା ରହିଛି।

 

 

 

 

ଭେଟେଶ୍ବର ଗ୍ରାମ ପଞ୍ଚାୟତ
Share. Facebook Twitter LinkedIn Email WhatsApp Copy Link

Related Posts

ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ବଡ ଘୋଷଣା

May 12, 2026

ରଣପୁରରେ ଦୁଇ ଶିକ୍ଷକ-ଶିକ୍ଷୟତ୍ରୀଙ୍କ ପରଲୋକ: ଶିକ୍ଷା ମହଲରେ ଶୋକର ଛାୟା

May 12, 2026

ନିଟ୍‌-ୟୁଜି ୨୦୨୬ ପରୀକ୍ଷା ବାତିଲକୁ ନେଇ ସରକାରଙ୍କୁ ସମାଲୋଚନା କଲେ ନବୀନ

May 12, 2026

ଯୁବକକୁ ଗୋଡ଼ାଇ ଗୋଡ଼ାଇ ମରଣାନ୍ତକ ଆକ୍ରମଣ

May 12, 2026
Latest News

ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ବଡ ଘୋଷଣା

May 12, 2026

ରଣପୁରରେ ଦୁଇ ଶିକ୍ଷକ-ଶିକ୍ଷୟତ୍ରୀଙ୍କ ପରଲୋକ: ଶିକ୍ଷା ମହଲରେ ଶୋକର ଛାୟା

May 12, 2026

ନିଟ୍‌-ୟୁଜି ୨୦୨୬ ପରୀକ୍ଷା ବାତିଲକୁ ନେଇ ସରକାରଙ୍କୁ ସମାଲୋଚନା କଲେ ନବୀନ

May 12, 2026

ଯୁବକକୁ ଗୋଡ଼ାଇ ଗୋଡ଼ାଇ ମରଣାନ୍ତକ ଆକ୍ରମଣ

May 12, 2026

ବାରଙ୍ଗରେ ବୁଲିଲା ଖଣ୍ଡା; ୨ଜଣ ଆହତ

May 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.