Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଲକ୍‌ ଡାଉନ୍‌କୁ ନେଇ ଶକ୍ତ ହେଲେ କେସିଆର୍‌ :  ନିୟମ ଉଲ୍ଲଂଘନ କଲେ, କର୍ଫ୍ୟୁ ଲଗାଯିବ,  ଗୁଳି ମାରିବାକୁ ଆଦେଶ ଦିଆଯିବ
ଆଜିର ଖବର

ଲକ୍‌ ଡାଉନ୍‌କୁ ନେଇ ଶକ୍ତ ହେଲେ କେସିଆର୍‌ :  ନିୟମ ଉଲ୍ଲଂଘନ କଲେ, କର୍ଫ୍ୟୁ ଲଗାଯିବ,  ଗୁଳି ମାରିବାକୁ ଆଦେଶ ଦିଆଯିବ

March 25, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ତେଲେଙ୍ଗାନା : କରୋନା ମୁକାବିଲା ପାଇଁ ସାରା ଦେଶରେ ଏବେ ଲକ୍‌ ଡାଉନ୍‌ ଲାଗୁ କରାଯାଇଛି । ଏବେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ୍ବ ଲକ୍‌ ଡାଉନ୍‌କୁ ନେଇ ବେଶ୍‌ ଶକ୍ତ ହୋଇଛନ୍ତି । ଚନ୍ଦ୍ରଶେଖର ରାଓ କହିଛନ୍ତି ଯେ, ଯଦି ଲୋକମାନେ ଲକ୍‌ ଡାଉନ୍‌ ନିୟମକୁ ପାଳନ କରିବେ ନାହିଁ, ତେବେ ସେମାନଙ୍କୁ ଗୁଳି ମାରିବାର ଆଦେଶ ଦେବା ଛଡା ଅନ୍ୟ କିଛି ବିକଳ୍ପ ରହିବ ନାହିଁ ।

ଏବେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 37ରେ ପହଞ୍ଚିଲାଣି । କରୋନ ସ୍ଥିତିକୁ ନେଇ କେସିଆର କହିଛନ୍ତି ଯେ, ଯଦି ଲକ୍‌ ଡାଉନ୍‌ର ନିୟମକୁ ଉଲ୍ଲଂଘନ କରନ୍ତି ତେବେ ଆଗାମୀ 24 ଘଣ୍ଟା ମଧ୍ୟରେ କର୍ଫ୍ୟୁ ଜାରି କରିବାକୁ ପଡିବ । ସେ ଜନସାଧାରଣଙ୍କୁ କହିଛନ୍ତି ଯେ, ଯଦି ଲୋକମାନେ ପୋଲିସ୍‌ର କଥାକୁ ଶୁଣିବେ ନାହିଁ, ତେବେ ସେନା ନିୟୋଜିତ କରାଯିବ ଏବଂ ଗୁଳି ଚଳାଇବା ପାଇଁ ଆଦେଶ ଦେବାକୁ ସରକାର ବାଧ୍ୟ ହେବେ ।  ସୋମବାର ଓ ମଙ୍ଗଳବାର ଦିନ ଲୋକମାନେ ଲକ୍‌ ଡାଉନ୍‌କୁ ମାନୁନଥିବାରଦେଖାଯାଇଥିଲା। ଏହାକୁ ନେଇ କେସିଆର ବେଶ୍‌ କଡା ପଦକ୍ଷେପ ନେବା ସ୍ବରୂପ କହିଛନ୍ତି ଯେ, ରାତି 7ଟାରୁ ସକାଳ 6ଟା ପର୍ଯ୍ୟନ୍ତ କର୍ଫ୍ୟୁ ଲାଗୁ ରହିବ । ସନ୍ଧ୍ୟା 6ଟା ପରେ ସମସ୍ତ ଦୋକାନ ବନ୍ଦ କରାଯିବ । କେସିଆର୍‌  ଲକ୍‌ ଡାଉନ୍ ଉଲ୍ଲଂଘନକାରୀଙ୍କ ବିରୋଧରେ କଠୋର ମନୋଭାବ ପୋଷଣ କରିଛନ୍ତି ।

ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 500 ଟପି ସାରିଥିବାବେଳେ 11 ଜଣଙ୍କର ମୃତ୍ୟୁ ହୋଇସାରିଲାଣି। ଦେଶର ଏପରି ଅବସ୍ଥାକୁ ଦେଖି ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଗାମୀ 21 ଦିନ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଲକ୍‌ ଡାଉନ୍‌ର ଘୋଷଣା କରିଛନ୍ତି ।

Share. Facebook Twitter LinkedIn Email WhatsApp Copy Link

Related Posts

ତ୍ୟାଗ ଓ ତୀତିକ୍ଷା ପାଇଁ ପଣ୍ଡିତ ନାରାୟଣ ଓଡ଼ିଆ ଜାତିର ନମସ୍ୟ: ୫୮ତମ ଶ୍ରାଦ୍ଧୋତ୍ସବରେ ଶ୍ରଦ୍ଧାଞ୍ଜଳି

May 3, 2026

ଚିନ୍ତା ବଢାଇଲା ସଟ୍ଟା ବଜାରର ପୂର୍ବାନୁମାନ!: ଜାଣନ୍ତୁ କେଉଁ ରାଜ୍ୟରେ କିଏ ଗଢିବ ସରକାର?

May 3, 2026

ଆଜିର ପ୍ରଥମ ମ୍ୟାଚ୍‌ରେ ମୁହାଁମୁହିଁ ହେବେ SRH ଏବଂ KKR: ଜାଣନ୍ତୁ ସମ୍ଭାବ୍ୟ ଖେଳାଳି

May 3, 2026

କ୍ଷୀର ଦର ବୃଦ୍ଧି କଲା ଓମଫେଡ

May 3, 2026
Latest News

ତ୍ୟାଗ ଓ ତୀତିକ୍ଷା ପାଇଁ ପଣ୍ଡିତ ନାରାୟଣ ଓଡ଼ିଆ ଜାତିର ନମସ୍ୟ: ୫୮ତମ ଶ୍ରାଦ୍ଧୋତ୍ସବରେ ଶ୍ରଦ୍ଧାଞ୍ଜଳି

May 3, 2026

ଚିନ୍ତା ବଢାଇଲା ସଟ୍ଟା ବଜାରର ପୂର୍ବାନୁମାନ!: ଜାଣନ୍ତୁ କେଉଁ ରାଜ୍ୟରେ କିଏ ଗଢିବ ସରକାର?

May 3, 2026

ଆଜିର ପ୍ରଥମ ମ୍ୟାଚ୍‌ରେ ମୁହାଁମୁହିଁ ହେବେ SRH ଏବଂ KKR: ଜାଣନ୍ତୁ ସମ୍ଭାବ୍ୟ ଖେଳାଳି

May 3, 2026

କ୍ଷୀର ଦର ବୃଦ୍ଧି କଲା ଓମଫେଡ

May 3, 2026

ପୋଖରୀରେ ବୁଡି ଦୁଇ ନାବାଳିକା ମୃତ

May 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.