Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଦିଲ୍ଲୀରେ ଦୋକାନୀମାନଙ୍କ ପାଇଁ ଜାରି ହେବ ଇ-ପାସ୍‌, ଅସୁବିଧାର ସମ୍ମୁଖୀନ ନ ହେବା ପାଇଁ ଜାରି ହେଲା ପୋଲିସ୍‌ କମିଶନରଙ୍କ ନମ୍ବର
ଆଜିର ଖବର

ଦିଲ୍ଲୀରେ ଦୋକାନୀମାନଙ୍କ ପାଇଁ ଜାରି ହେବ ଇ-ପାସ୍‌, ଅସୁବିଧାର ସମ୍ମୁଖୀନ ନ ହେବା ପାଇଁ ଜାରି ହେଲା ପୋଲିସ୍‌ କମିଶନରଙ୍କ ନମ୍ବର

March 25, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link
delhi cm criticised modi
delhi cm criticised modi

ନୂଆଦିଲ୍ଲୀ : କରୋନା ଭାଇରସ୍‌ ସହ ମୁକାବିଲା କରିବା ପାଇଁ ଗତକାଲି ପ୍ରଧାନମନ୍ତ୍ରୀ ସାରା ଦେଶକୁ ଲକ୍‌ ଡାଉନ୍‌ ଘୋଷଣା କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଘୋଷଣା ହେବା ପରେ ଦିଲ୍ଲୀରେ କିଛି ଜାଗାରେ ଲୋକମାନେ ବହୁ ବ୍ୟସ୍ତବିବ୍ରତ ହୋଇଥିବାର ଦେଖିବାକୁ ମିଳିଥିଲା । ଲୋକମାନଙ୍କର ଏପରି  ପରିସ୍ଥିତିକୁ ଦୂର କରିବା ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀଓ୍ବାଲ ଦିଲ୍ଲୀର ପୋଲିସ୍‌ କମିଶନରଙ୍କ ନମ୍ବର ଜାରି କରିଛନ୍ତି । ଜାରି କରିଥିବା ନମ୍ବରଟି ହେଉଛି 011-23469536 । ଏହି ନମ୍ବର ଜରିଆରେ ପୋଲିସ୍‌ ତରଫରୁ ଯଦି କିଛି ଅସୁବିଧା ହେବ, ତେବେ  ଦିଲ୍ଲୀବାସୀ ସିଧାସଳଖ ନିଜର ଅସୁବିଧା ବିଷୟରେ ଏହି ନମ୍ବରରେ ସୂଚନା ଦେଇପାରିବେ । ଏତଦ୍‌ବ୍ୟତୀତ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀଓ୍ବାଲ ଇ-ପାସ୍‌ ଜାରି କରିବା ନେଇ ଘୋଷଣା କରିଛନ୍ତି । ଆବଶ୍ୟକୀୟ ସେବା ପ୍ରଦାନକାରୀଙ୍କୁ ଇସ୍‌ ପାସ୍‌ ଜାରି କରାଯିବ । ଏହା ଜରିଆରେ ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ଦୋକାନ ଖୋଲା ହୋଇପାରିବ ।

ଲକ୍‌ ଡାଉନ୍‌ ସମୟରେ ବ୍ୟତିବ୍ୟସ୍ତ ନ ହୋଇ ଘରେ ରହିବାକୁ ପରାମର୍ଶ ଦେଇଛନ୍ତି ଅରବିନ୍ଦ କେଜରୀଓ୍ବାଲ। କାଲି ପ୍ରଧାନମନ୍ତ୍ରୀଙ୍କ ଘୋଷଣା ପରେ ଆଜି ଲୋକମାନେ ଦୋକାନରେ ସାମଗ୍ରୀ ପାଇଁ ଲାଇନ୍‌ ଲଗାଇଥିବାର ଦେଖାଯାଇଥିଲା । ଏହା ଦେଖି କେଜରୀଓ୍ବାଲ ଲୋକଙ୍କୁ ବ୍ୟସ୍ତ ନ ହୋଇ ଜିନିଷପତ୍ର କିଣିବା ପାଇଁ ଗହଳି ନକରିବାକୁ ପରାମର୍ଶ ଦେଇଛନ୍ତି। ଆବଶ୍ୟକୀୟ ସେବାରେ ବାଧା ସୃଷ୍ଟି ହେବ ନାହିଁ ବୋଲି ଲୋକଙ୍କୁ କହିଛନ୍ତି । ଦିଲ୍ଲୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 29ରେ ପହଞ୍ଚିଥିବାବେଳେ 5ଜଣ ସୁସ୍ଥ ମଧ୍ୟ ହୋଇଛନ୍ତି । ସେହିପରି  ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 582ରେ ପହଞ୍ଚିଥିବାବେଳେ ଏଥିରେ ବିଦେଶୀ 41 ଜଣ ରହିଛନ୍ତି । ସେହିପରି 46 ଜଣ ସୁସ୍ଥ ରହିଛନ୍ତି ।

Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ଭାରତ- ଜିମ୍ବାୱେ ଅନ୍ତିମ ଟି-୨୦ ମ୍ୟାଚ: ଟିମ ଇଣ୍ଡିଆର ପରିବର୍ତ୍ତନ ସମ୍ଭବ

July 26, 2026

କନଫର୍ମ ହୋଇନାହିଁ କି ଟ୍ରେନ ଟିକେଟ?: ଚେଷ୍ଟା କରନ୍ତୁ ଏହି ଗୁପ୍ତ କୌଶଳ

July 26, 2026

ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପରେ ଦେଶକୁ ମିଳିଲା ନୂତନ ଶିକ୍ଷା ମନ୍ତ୍ରୀ: ଦାୟିତ୍ଵ ଗ୍ରହଣ କଲେ ପ୍ରହଲ୍ଲାଦ ଯୋଶୀ

July 26, 2026

ଉନ୍ନତ ବୈଶିଷ୍ଟ୍ୟ ଏବଂ ୧୫୧ କିମି ରେଞ୍ଜ: ବଜାରକୁ ଆସିଲା ହୋଣ୍ଡାର ଏହି ସ୍କୁଟର

July 26, 2026
Latest News

ଆଜି ଭାରତ- ଜିମ୍ବାୱେ ଅନ୍ତିମ ଟି-୨୦ ମ୍ୟାଚ: ଟିମ ଇଣ୍ଡିଆର ପରିବର୍ତ୍ତନ ସମ୍ଭବ

July 26, 2026

କନଫର୍ମ ହୋଇନାହିଁ କି ଟ୍ରେନ ଟିକେଟ?: ଚେଷ୍ଟା କରନ୍ତୁ ଏହି ଗୁପ୍ତ କୌଶଳ

July 26, 2026

ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପରେ ଦେଶକୁ ମିଳିଲା ନୂତନ ଶିକ୍ଷା ମନ୍ତ୍ରୀ: ଦାୟିତ୍ଵ ଗ୍ରହଣ କଲେ ପ୍ରହଲ୍ଲାଦ ଯୋଶୀ

July 26, 2026

ଉନ୍ନତ ବୈଶିଷ୍ଟ୍ୟ ଏବଂ ୧୫୧ କିମି ରେଞ୍ଜ: ବଜାରକୁ ଆସିଲା ହୋଣ୍ଡାର ଏହି ସ୍କୁଟର

July 26, 2026

‘ଛାତ୍ରଛାତ୍ରୀମାନଙ୍କୁ ହତ୍ୟା କରିବାକୁ କିଏ ନିର୍ଦ୍ଦେଶ ଦେଇଥିଲା?’: ରାହୁଲ ଗାନ୍ଧୀଙ୍କ ଗୃହମନ୍ତ୍ରୀଙ୍କୁ ଚିଠି

July 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.