Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଲକ୍‌ ଡାଉନ୍‌ ପାଇଁ ଚାଲିଗଲା ରୋଜଗାର୍‌ , ହଜାର କିମି ଦୂରରୁ ଘରକୁ ଫେରୁଛନ୍ତି ଶ୍ରମିକ, କିଏ ପାଦରେ ତ ପୁଣି କିଏ ଟ୍ରଲିରେ
ଆଜିର ଖବର

ଲକ୍‌ ଡାଉନ୍‌ ପାଇଁ ଚାଲିଗଲା ରୋଜଗାର୍‌ , ହଜାର କିମି ଦୂରରୁ ଘରକୁ ଫେରୁଛନ୍ତି ଶ୍ରମିକ, କିଏ ପାଦରେ ତ ପୁଣି କିଏ ଟ୍ରଲିରେ

March 26, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

 

ନୂଆଦିଲ୍ଲୀ : କରୋନା ଭାଇରସ୍‌ ସହ ମୁକାବିଲା କରିବା ପାଇଁ ସାରା ଦେଶରେ 21 ଦିନ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ର ଘୋଷଣା କରାଯାଇଛି । ଘରୁ ବାହାରକୁ ନ ଆସିବାକୁ ନିର୍ଦ୍ଦେଶ ରହିଥିବାବେଳେ ଏହି ଲକ୍‌ ଡାଉନ୍‌ ହଜାର ହଜାର ଲୋକଙ୍କୁ ରାସ୍ତା ଉପରକୁ ନେଇ ଆସିଛି । ପରିବାର ସହ ଘରେ ରହିବାକୁ ସରକାରଙ୍କ ତରଫରୁ କୁହାଯାଇଥିବାବେଳେ, ଘର ନଥିବାରୁ ରାସ୍ତାକୁ ଆସିଛନ୍ତି ହଜାର ହଜାର ଦିନ ମଜୁରିଆ ।

ଲକ୍‌ ଡାଉନ୍‌ରେ ସବୁଠୁ କ୍ଷତିଗ୍ରସ୍ତ ହେଉଛନ୍ତି ଦିନ ମଜୁରିଆ । ପେଟ ଚାଖଣ୍ଡକ ପାଇଁ କିଏ କାହିଁ କେତେ ଦୂରରୁ ଆସି ସହରରେ ପଡି ରହି କାମ କରି ମୂଲ ଲାଗି ପେଟ ପୋଷୁଥିବାବେଳେ ଏହି ଲକ୍‌ ଡାଉନ୍‌ ସେମାନଙ୍କ ପାଇଁ ଅଭିଶାପ ପାଲଟିଯାଇଛି । ନିଜ ଭିଟାମାଟି ଛାଡି ସହରରେ ରହିଥିବା ଏହି ଦିନ ମଜୁରିଆମାନେ ଏବେ ଲକ୍‌ ଡାଉନ୍‌ ପାଇଁ ନିଜ ଭିଟାମାଟିକୁ ପ୍ରତ୍ୟାବର୍ତ୍ତନ କରୁଛନ୍ତି । କିଏ କିଏ ପାଦରେ ଚାଲି ଚାଲି ଯାଉଛି, ତ କିଏ ସାଇକେଲରେ ତ ପୁଣି କିଏ ରିକ୍ସାରେ ।

ହରେନ୍ଦ୍ର ମହତୋ ତାଙ୍କ ନିଜ ପରିବାରକୁ ନେଇ ଟ୍ରଲିରେ ଦିଲ୍ଲୀରୁ ମୋତିହାରୀକୁ ଯାଉଛନ୍ତି । ତାହା ପୁଣି ଟ୍ରଲିରେ । ହରିନ୍ଦର୍‌ କହିଛନ୍ତି ଯେ 22 ତାରିଖରୁ ତାଙ୍କୁ ଆଉ କାମ ମିଳିଲା ନାହିଁ । 21 ଦିନ ବଞ୍ଚିବା ପାଇଁ ତାଙ୍କ ପାଖରେ ଅତ୍ୟାବଶ୍ୟକ ସାମଗ୍ରୀ ମଧ୍ୟ ନାହିଁ । ସେଥିପାଇଁ ପରିବାରର ସମସ୍ତ ସଦସ୍ୟଙ୍କୁ ତିନୋଟି ଟ୍ରଲିରେ ବସାଇ ସେ ଦିଲ୍ଲୀରୁ ମୋତିହାରୀକୁ ଯାତ୍ରାଆରମ୍ଭ କରିଛନ୍ତି ।

ଦିଲ୍ଲୀଠାରୁ ତାଙ୍କ ଘର 1018 କିଲୋମିଟର ଦୂର । ଯଦି ତାଙ୍କୁ ରାସ୍ତାରେ କେହି ନ ରୋକନ୍ତି ତେବେ ତାଙ୍କୁ ତାଙ୍କ ଗ୍ରାମରେ ପହଞ୍ଚିବା ପାଇଁ ପାଞ୍ଚରୁ ସାତ ଦିନ ଲାଗିଯବ । ସାରା ଭାରତରେ ଲକ୍‌ ଡାଉନ୍‌ ଚାଲିଥିବାବେଳେ କିଏ ଜାଣେ ତାଙ୍କୁ କେଉଁଠି ଅଟକିବାକୁ ପଡ଼ିବ ।

କେବଳ ହରେନ୍ଦ୍ର ନୁହଁନ୍ତି, ଦେଶରେ ଏମିତି ବହୁତ ଶ୍ରମିକ ତଥା ଦିନ ମଜୁରିଆଙ୍କ କାହାଣୀ ସାମ୍ନାକୁ ଆସିଛି ଯିଏ, ଯାହାଙ୍କର ଜୀବନ ଏହି ଲକ୍‌ ଡାଉନ୍‌ ଯୋଗୁଁ ବିପନ୍ନ ହୋଇଛି । ଫୁଟପାଥ୍‌ରେ ଶୋଇ ରହି କାମ କରୁଥିବା ଚଣ୍ଡୀଗଡର 14 ଜଣ ଦିନ ମଜୁରିଆ ସାଇକେଲ୍‌ ଜରିଆରେ ନିଜ ଗ୍ରାମ ୟୁପିର ବଲରାମପୁରକୁ ଯାଉଛନ୍ତି । ଏମାନଙ୍କ ମଧ୍ୟରେ ଜଣେ ଦିବ୍ୟାଙ୍ଗ ମଧ୍ୟ ରହିଛନ୍ତି ।

ପାଞ୍ଚଦିନରେ 300 କିଲୋମିଟର ଚାଲିକରି ସେମାନେ ମୁରାଦବାଦ ପର୍ଯ୍ୟନ୍ତ ପହଞ୍ଚିଛନ୍ତି ।  ଏବେ ସେମାନଙ୍କୁ 700 କିଲୋମିଟର ଯିବାକୁ ବାଟ ବାକି ଅଛି। ଦିନ ମଜୁରିଆଙ୍କ ଏପରି ହୃଦୟ ବିଦାରକ ଘଟଣା ଶୁଣିଲେ ଆଖିରୁ ଲୁହ ବହି ପଡିବ । ଏମାନେ କେବଳ ଗୋଟିଏ ଥର ଖାଦ୍ୟ ଖାଇଛନ୍ତି ।

ରାଜେନ୍ଦ୍ର ଶୁକ୍ଲା ଓ ଏମାନଙ୍କ ସାଥୀମାନେ ରିକ୍ସା ଚଳାଇ ଜୀବନ ନିର୍ବାହ କରୁଥିବାବେଳେ ଲକ୍‌ ଡାଉନ୍‌ ଯୋଗୁଁ ଗୋଟିଏ ଓଳି ପାଇଁ ମୁଠାଏ ଖାଇବା ଯୋଗାଡ କରିବା ତାଙ୍କ ପାଇଁ କଷ୍ଟକର ହୋଇପଡିଛି ।

ସେହିପରି ଅହମ୍ମଦାବାଦ ମଜୁରିଆଙ୍କ କାହାଣୀ ଆହୁରି ମର୍ମସ୍ପର୍ଶୀ ।  ଗୁଜୁରାଟର ଅହମ୍ମମଦାବାଦରୁ ହଜାର ହଜାର ଦିନମଜୁରିଆ ଓ ଶମିକମାନେ ପାଦରେ ଚାଲି ଚାଲି ରାଜସ୍ଥାନ ଯିବାକୁ ଯାତ୍ରା ଆରମ୍ଭ କରିଛନ୍ତି । ନା ତାଙ୍କ ପାଖରେ ପଇସା ଅଛି, ନା କାମ ଅଛି । ନା ଖାଇବା ପାଇଁ ଖାଦ୍ୟ । ନିଜ ପିଲାଛୁଆଙ୍କୁ ଧରି ପାଦରେ ଚାଲି ଚାଲି ସେମାନେ ନିଜ ଗନ୍ତବ୍ୟ ସ୍ଥଳକୁ ଯାଉଛନ୍ତି ।

ସେହିପରି ଲକ୍‌ ଡାଉନ୍‌ କାରଣରୁ ହାଇଓ୍ବେରେ ଥିବା ଢାବା ମଧ୍ୟ ବନ୍ଦ ରହିଛି । ଏପରି ସମୟରେ ସେମାନଙ୍କ ପାଖରେ ଖାଇବା ପାଇଁ କିଛି ବିକଳ୍ପ ନାହିଁ ।

ଲକ୍‌ ଡାଉନ୍‌ରେ ପରେ ଶ୍ରମିକ ଓ ଦିନମଜୁରିଆଙ୍କ ସଂକଟ ଆହୁରି ବଢିଯାଇଛି । ରାଜସ୍ଥାନରୁ ନେଇ ପଞ୍ଜାବ, ଗୁଜୁରାଟ, ବଙ୍ଗାଳ, ତାମିଲନାଡୁ, କେରଳ, କର୍ଣ୍ଣାଟକ ଓ ମହାରାଷ୍ଟ୍ର, ବିହାର, ୟୁପିରେ ପାଖାପାଖି 5 କୋଟି ଲୋକ ଦିନ ମଜୁରିଆ ବା ଶ୍ରମିକ ଭାବେ କାମ କରୁଛନ୍ତି ।

ଲକ୍‌ ଡାଉନ୍‌ ଯୋଗୁଁ ଏହି ଶ୍ରମିକ ତଥା ମଜୁରିଆ ଶ୍ରେଣୀର ଲୋକମାନେ ନାହିଁ ନଥିବାର ହଇରାଣ ହରକତ ହେଉଛନ୍ତି ।

କରୋନା ଭାଇରସ୍‌ର ଆକ୍ରାନ୍ତଙ୍କ ସଂଖ୍ୟା ବଢିଚାଲିଥିବାବେଳେ ମୃତ୍ୟୁ ସଂଖ୍ୟା 14ରେ ପହଞ୍ଚିଲାଣି ଏଥିପାଇଁ ସରକାରଙ୍କ 21 ଦିନ ତାଲାବନ୍ଦ ଘୋଷଣା କରିଛନ୍ତି । ଲୋକଙ୍କୁ ସାହାଯ୍ୟ କରିବା ପାଇଁ ପ୍ରସ୍ତୁତ ରହିଛନ୍ତି । କିନ୍ତୁ ଏହି ଦିନ ମଜୁରିଆ ଓ ଶ୍ରମିକମାନେ ସରକାରୀ ସାହାଯ୍ୟ ପାଇପାରୁନଥିବାବେଳେ ବଞ୍ଚିବା ପାଇଁ ସଂଘର୍ଷ ଜାରି ରଖିଛନ୍ତି ।

Share. Facebook Twitter LinkedIn Email WhatsApp Copy Link

Related Posts

ବିକଶିତ ଭାରତର ସଂକଳ୍ପ ପ୍ରତ୍ୟେକ ରାଜ୍ୟ, ଜିଲ୍ଲା, ବ୍ଲକ ଏବଂ ଗ୍ରାମର ସାମୂହିକ ସଂକଳ୍ପ ହେବା ଉଚିତ: ପ୍ରଧାନମନ୍ତ୍ରୀ

June 12, 2026

ଏମ୍‌ଟି ସେଟ୍ଟେବେଲୋ ଘଟଣା: ମୃତ ୩ ଭାରତୀୟ କ୍ରୁ ସଦସ୍ୟଙ୍କ ପରିବାରକୁ ମିଳିବ ୧୦ ଲକ୍ଷର ସହାୟତା

June 12, 2026

ଆଜି ଜୁନ ୧୨ ତାରିଖ ଶୁକ୍ରବାରରେ ଆଠଟି ରାଶି ପ୍ରତି ଶ୍ରୀଗଣେଷ କରୁଛନ୍ତି ଆର୍ଶିବାଦ

June 12, 2026

ଇରାନ ଉପରେ ଯୋଜନାବଦ୍ଧ ଆକ୍ରମଣ ବାତିଲ କଲେ ଟ୍ରମ୍ପ

June 12, 2026
Latest News

ବିକଶିତ ଭାରତର ସଂକଳ୍ପ ପ୍ରତ୍ୟେକ ରାଜ୍ୟ, ଜିଲ୍ଲା, ବ୍ଲକ ଏବଂ ଗ୍ରାମର ସାମୂହିକ ସଂକଳ୍ପ ହେବା ଉଚିତ: ପ୍ରଧାନମନ୍ତ୍ରୀ

June 12, 2026

ଏମ୍‌ଟି ସେଟ୍ଟେବେଲୋ ଘଟଣା: ମୃତ ୩ ଭାରତୀୟ କ୍ରୁ ସଦସ୍ୟଙ୍କ ପରିବାରକୁ ମିଳିବ ୧୦ ଲକ୍ଷର ସହାୟତା

June 12, 2026

ଆଜି ଜୁନ ୧୨ ତାରିଖ ଶୁକ୍ରବାରରେ ଆଠଟି ରାଶି ପ୍ରତି ଶ୍ରୀଗଣେଷ କରୁଛନ୍ତି ଆର୍ଶିବାଦ

June 12, 2026

ଇରାନ ଉପରେ ଯୋଜନାବଦ୍ଧ ଆକ୍ରମଣ ବାତିଲ କଲେ ଟ୍ରମ୍ପ

June 12, 2026

ଦେବାଶିଷ ସାମନ୍ତରାୟ ନିର୍ଦ୍ଵନ୍ଦ୍ଵରେ ନିର୍ବାଚିତ

June 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.