Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କରୋନା ଭାଇରସ୍‌ର ମୁକାବିଲା ନିମେନ୍ତ ପାଞ୍ଚଟି ଗ୍ରାମକୁ ରେଡ୍‌ ଜୋନ୍‌ ଘୋଷିତ କଲା ଜମ୍ମୁ ପ୍ରଶାସନ
ଆଜିର ଖବର

କରୋନା ଭାଇରସ୍‌ର ମୁକାବିଲା ନିମେନ୍ତ ପାଞ୍ଚଟି ଗ୍ରାମକୁ ରେଡ୍‌ ଜୋନ୍‌ ଘୋଷିତ କଲା ଜମ୍ମୁ ପ୍ରଶାସନ

March 30, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ଜମ୍ମୁ : ବିଶ୍ବ ମହାମାରୀ କରୋନା ଭାଇରସ୍‌ ସହ ମୁକାବିଲା କରିବା ନିମେନ୍ତ ଜମ୍ମୁକାଶ୍ମୀରର ରୌଜରୀ ଜିଲ୍ଲା ପ୍ରଶାସନ ପାଞ୍ଚଟି ଗ୍ରାମକୁ ରେଡ୍‌ ଜୋନ୍‌ ଘୋଷିତ କରାଯାଇଛି । ପ୍ରଶାସନ ଏହି ପାଞ୍ଚଟି ଗ୍ରାମରେ 43 ଜଣ କରୋନା ସନ୍ଦିଗ୍ଧଙ୍କୁ କ୍ବାରେଣ୍ଟାଇନ୍‌ କେନ୍ଦ୍ରକୁ ପଠାଇବା ସହିତ ଏହି ଗ୍ରାମକୁ ସିଲ୍‌ କରିଛନ୍ତି ।

ମିଳିଥିବା ସୂଚନା ଅନୁସାରେ କରୋନା ଭାଇରସ୍‌ର ଯୋଗୁଁ କିଛି ଦିନ ପୂର୍ବେ ଜଣେ ଧର୍ମଗୁରୁଙ୍କ କରୋନା ଜନିତ ମୃତ୍ୟୁ ହୋଇଛି । ଏହା ପରେ ରୌଜରୀ ଜିଲ୍ଲାର ମଞ୍ଜାକୋଟ୍‌ ଅଞ୍ଚଳରେ ଜଣେ ଡାକ୍ତର ଏହି ଧର୍ମଗୁରୁଙ୍କ ସମ୍ପର୍କରେ ଆସିବା ପରେ ତାଙ୍କ ନିକଟରେ କରୋନା ପଜିଟିଭି ଚିହ୍ନଟ ହୋଇଥିଲା । ଏହି ଡାକ୍ତର ଜଣକ ଧର୍ମଗୁରୁଙ୍କ ସମ୍ପର୍କରେ ଆସିବା ପରେ କାଶ୍ମୀର ଯିବା ପୂର୍ବରୁ ସାମ୍ବାର ବଡୀ ବ୍ରାହ୍ମଣା ଅଞ୍ଚଳରେ ରହିଥିଲେ ।

ଏହି ସୂଚନା ମିଳିବା ପରେ ରୌଜରୀ ପ୍ରଶାସନ ଉକ୍ତ ଡାକ୍ତରଙ୍କ ସମେତ ନିକଟସ୍ଥ ଗ୍ରାମ ଗୁଡିକୁ ସିଲ୍‌ କରିବା ସହିତ ରେଡ୍‌ ଜୋନ୍‌ର ଘୋଷଣା କରିଛନ୍ତି ।  ସେହିପରି ଉକ୍ତ ଅବସରପ୍ରାପ୍ତ ଡାକ୍ତର ଓ ତାଙ୍କ ପରିବାରର ସମସ୍ତ ଲୋକଙ୍କ ସମେତ 43 ଜଣଙ୍କୁ କ୍ବାରେଣ୍ଟାଇନ୍‌ କେନ୍ଦ୍ରକୁ ପଠାଇଛନ୍ତି ।

ଏହାବ୍ୟତୀତ ଏହି ଗ୍ରାମରେ ଡର୍ଜନରୁ ଅଧିକ ଲୋକ, ଯେଉଁଥିରେ ମହିଳା ଓ ଶିଶୁ ମଧ୍ୟ ସାମିଳ୍‌ ରହିଛନ୍ତି । ଏ ସମସ୍ତଙ୍କୁ ପ୍ରଶାସନ କ୍ବାରେଣ୍ଟାଇନ୍‌ରେ ରଖିଛନ୍ତି । ରୌଜରୀ ସମେତ ଦେହରୀ ଧାରା, ମଙ୍ଗଲ ନାର୍‌, ସାରୋଳା, ଗମ୍ଭୀର ମୁଙ୍ଗଲା ଓ କୋଟଲୀ କାଲା ବନ ଆଦି ଗ୍ରାମକୁ ସିଲ୍‌ କରାଯିବା ସହ ରେଡ୍‌ ଜୋନ୍‌ରେ ଅନ୍ତର୍ଭୁକ୍ତ କରାଯାଇଛି । ସେହିପରି ଏହି ଗ୍ରାମର ଆଖପାଖଗ୍ରାମ ଗୁଡିକୁ ଓ୍ବଫର୍‌ ଜୋନ୍‌ରେ ରଖାଯିବା ସହିତ କଡାକଡି ନଜରରେ ରଖାଯାଇଛି । (ଏଜେନ୍ସି)

corona redzone
Share. Facebook Twitter LinkedIn Email WhatsApp Copy Link

Related Posts

“ଅସରପାକୁ ପ୍ରତିରୋଧକ ପାଇଁ ଔଷଧ ଉପଲବ୍ଧ”: CJP ର ପ୍ରତିବାଦ ଉପରେ କୁମାର ବିଶ୍ୱାସଙ୍କ କଟାକ୍ଷ

June 7, 2026

‘୭ ଦିନରେ ନିଷ୍ପତ୍ତି ନିଅନ୍ତୁ’: ଧର୍ମେନ୍ଦ୍ର ପ୍ରଧାନଙ୍କ ସମ୍ପର୍କରେ ସରକାରକୁ ଚେତାବନୀ ଦେଲା ସିଜେପି

June 7, 2026

ଇଣ୍ଡିଆ ବ୍ଲକ ବୈଠକରେ ଯୋଗଦେବେ କି ସିପିଆଇଏମ୍?: ହଙ୍ଗାମା ମଧ୍ୟରେ ଦଳୀୟ ନେତାଙ୍କ ପ୍ରତିକ୍ରିୟା

June 7, 2026

Chhattisgarh Tourism: ଭୁବନେଶ୍ୱରରେ ରୋଡ୍‌ଶୋ କଲେ ଛତିଶଗଡ ସରକାର

June 7, 2026
Latest News

“ଅସରପାକୁ ପ୍ରତିରୋଧକ ପାଇଁ ଔଷଧ ଉପଲବ୍ଧ”: CJP ର ପ୍ରତିବାଦ ଉପରେ କୁମାର ବିଶ୍ୱାସଙ୍କ କଟାକ୍ଷ

June 7, 2026

‘୭ ଦିନରେ ନିଷ୍ପତ୍ତି ନିଅନ୍ତୁ’: ଧର୍ମେନ୍ଦ୍ର ପ୍ରଧାନଙ୍କ ସମ୍ପର୍କରେ ସରକାରକୁ ଚେତାବନୀ ଦେଲା ସିଜେପି

June 7, 2026

ଇଣ୍ଡିଆ ବ୍ଲକ ବୈଠକରେ ଯୋଗଦେବେ କି ସିପିଆଇଏମ୍?: ହଙ୍ଗାମା ମଧ୍ୟରେ ଦଳୀୟ ନେତାଙ୍କ ପ୍ରତିକ୍ରିୟା

June 7, 2026

Chhattisgarh Tourism: ଭୁବନେଶ୍ୱରରେ ରୋଡ୍‌ଶୋ କଲେ ଛତିଶଗଡ ସରକାର

June 7, 2026

ରାହୁଲ ଗାନ୍ଧୀଙ୍କ ଯୋଗ୍ୟତା ଉପରେ ପ୍ରଶ୍ନ ଉଠାଇଲେ ଐତିହାସିକ: ଏଭଳି ଉତ୍ତର ଦେଲେ ଶଶି ଥରୁର

June 7, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.