ଡାକ୍ତରଙ୍କୁ ଆକ୍ରମଣ କଲେ କରୋନା ସଙ୍କ୍ରମିତଙ୍କ ସମ୍ପର୍କୀୟ

Published: Apr 14, 2020, 8:38 pm IST

ହାଇଦ୍ରାବାଦ: ଡାକ୍ତର ଏବଂ ସ୍ବାସ୍ଥ୍ୟକର୍ମୀଙ୍କ ଉପରେ ପୁନର୍ବାର ଆକ୍ରମଣ କରାଯାଇଛି। ଘଟଣାଟି ଘଟିଛି ହାଇଦ୍ରାବାଦରେ। ନିଜ ପୁଅ କରୋନା ସଙ୍କ୍ରମିତ ବୋଲି ଜାଣିବା ପରେ ହସ୍ପିଟାଲର ଜୁନିୟର ଡାକ୍ତରଙ୍କୁ ଏହି ବ୍ୟକ୍ତି ଜଣକ ଆକ୍ରମଣ କରିଥିଲେ। ଓସ୍‌ମାନିଆ ଜେନେରାଲ୍‌ ହସ୍ପିଟାଲ୍‌ରେ ମଙ୍ଗଳବାର ଏହି ଘଟଣା ଘଟିଛି। ଆକ୍ରାନ୍ତ ଜଣାପଡିବା ପରେ ଉକ୍ତ ଯୁବକଙ୍କୁ ଗାନ୍ଧୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଉକ୍ତ ବ୍ୟକ୍ତି ଜଣକ ନିଜ ପରିବାର ସହିତ କ୍ବାରାଣ୍ଟାଇନ୍‌ରେ ରହିଥିଲେ। ତାଙ୍କ ପୁଅକୁ ଡାକ୍ତର ମାନେ ଜାଣିଶୁଣି ଜଣେ କରୋନା ସଂକ୍ରମିତଙ୍କ ସହିତ ରଖିଥିଲେ। ଏପରି ଅଭିଯୋଗ କରିବା ସହିତ ଉପସ୍ଥିତ ଜୁନିୟର ଡାକ୍ତରଙ୍କୁ ଆକ୍ରମଣ କରିଥିଲେ। ଏହାପରେ ସମସ୍ତ ସ୍ବାସ୍ଥ୍ୟକର୍ମୀ ଧାରଣାରେ ବସିଥିଲେ। ଏହାପରେ ହସ୍ପିଟାଲ ପରିସରରେ କଡା ସୁରକ୍ଷା ବ୍ୟବସ୍ଥା ଦାବି କରାଯାଇଥିଲା। (ଏଜେନ୍ସି)

Related posts