
ଭୁବନେଶ୍ବର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ଭିଡିଓ କନ୍ଫରେନ୍ସିଂରେ ଆଲୋଚନା କରିଛନ୍ତି ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ସମୟରେ ପ୍ରବାସୀ ଶ୍ରମିକଙ୍କୁ ଫେରାଇ ଆଣିବା ସମ୍ପର୍କରେ ଆଲୋଚନା କରାଯାଇଥିଲା । କେନ୍ଦ୍ର ସରକାର ଆସନ୍ତା 30 ତାରିଖ ସୁଦ୍ଧା ଏ ସମ୍ପର୍କିତ ଗାଇଡ୍ ଲାଇନ୍ ଆଣିବା ନେଇ ସ୍ପଷ୍ଟ କରିଛନ୍ତି ବୋଲି ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସ ସୂଚନା ଦେଇଛନ୍ତି । ଏହା ସହିତ ଲକ୍ଡାଉନ୍ ଅବଧି ଏକ ମାସ ପର୍ଯ୍ୟନ୍ତ ବଢାଇବାକୁ ଓଡିଶା ସରକାର କେନ୍ଦ୍ର ସରକାରଙ୍କୁ ପରାମର୍ଶ ଦେଇଥିବା ନେଇ ଶ୍ରୀ ଦାସ ସ୍ପଷ୍ଟ କରିଛନ୍ତି । ପଡୋଶୀ ରାଜ୍ୟରେ ରହିଥିବା ଶ୍ରମିକଙ୍କୁ ଉକ୍ତ ସ୍ଥାନରେ ପରୀକ୍ଷଣ କରାଯାଇ ପଠାଇବାକୁ ମଧ୍ୟ ସରକାର ଦାବି କରିଛନ୍ତି ।