ଲକ୍‌ ଡାଉନରେ ଚିଲିକାରେ ପକ୍ଷୀ ଶିକାର: ଦୁଇ ଶିକାରୀ ଗିରଫ

Published: May 6, 2020, 9:49 am IST

ସୀତାରାମ ଅଗ୍ରୱାଲ

ଚିଲିକା: ରାଜ୍ୟରେ ଲକ୍‌ ଡାଉନ୍‌ ଚାଲିଥିବାବେଳେ ପକ୍ଷୀ ଶିକାରୀମାନେ ମାତିଥିବାର ଦେଖାଯାଇଛି। ଚିଲିକାରେ ପକ୍ଷୀ ଶିକାର ଅଭିଯୋଗରେ ଦୁଇଜଣଙ୍କୁ ଗିରଫ କରାଯାଇଛି ।  ସୋରଣପେଣ୍ଠ ନିକଟରେ ବନ୍ୟ ପ୍ରାଣୀ ବିଭାଗ ଚଢାଉ କରି ଦୁଇ ଶିକାରୀଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟର ପରପଲ ମୋରେନ ପନ୍ଦରଟି ଓ ଲାର୍ଜ ଉତ୍ସଲିଂ ଟେଲ୍‌ ପାଞ୍ଚୋଟି ଜବତ କରିଛନ୍ତି।  ମୋଟ ୧୯ଟି ମୃତ ବିଦେଶୀ ପକ୍ଷୀ ସହ ଗୋଟିଏ ଦେଶୀ ବନ୍ଧୁକ, ଗୋଟିଏ ବାଇକ ଓ ଗୁଳି ଗନ୍ ପାଉଡର ଆଦି ଜବତ କରାଯାଇଛି। ଗିରଫ ଶିକାରୀଦ୍ବୟ ସୋରଣ ଗ୍ରାମର ମୋହସିନ ଖାଁ ଓ ସୋବିବ ଖାଁ ବୋଲି ଜଣାପଡିଛି।

ଟାଙ୍ଗୀ ବନ୍ୟ ପ୍ରାଣୀ ବିଭାଗ ତରଫରୁ ଫରେଷ୍ଟର ତ୍ରିନାଥ ବାରିକ, ଫରେଷ୍ଟ ଗାର୍ଡ ଲିପିକା ପାଇକରାୟ, ଛବିରାଣୀ ବେହେରା ସହ ଅନ୍ୟ କର୍ମଚାରୀମାନେ ଏହି ଚଢାଉ କରିଥିଲେ।

Related posts