Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜଗତସିଂହପୁରରୁ ଆସିଥିବା ଶ୍ରମିକଙ୍କୁ ଚିଲିକା କୂଳରେ ଅଟକାଇ ସ୍ବାସ୍ଥ୍ୟ ପରୀକ୍ଷା କରାଇଲା ବାଲୁଗାଁ ପୋଲିସ୍‌
ଆଜିର ଖବର

ଜଗତସିଂହପୁରରୁ ଆସିଥିବା ଶ୍ରମିକଙ୍କୁ ଚିଲିକା କୂଳରେ ଅଟକାଇ ସ୍ବାସ୍ଥ୍ୟ ପରୀକ୍ଷା କରାଇଲା ବାଲୁଗାଁ ପୋଲିସ୍‌

May 9, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରଓ୍ବାଲ

ବାଲୁଗାଁ: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଥିବାବେଳେ ପ୍ରବାସୀ ଶ୍ରମିକଙ୍କ ଚିନ୍ତା ବେଶ୍‌ ଘାରିଛି। କରୋନା ସ୍ଥିତିକୁ ଦେଖି ବିଭିନ୍ନ ଦେଶରେ ଥିବା ବିଭିନ୍ନ ରାଜ୍ୟ ଓ ଜିଲ୍ଲାକୁ ବିଭିନ୍ନ ଜୋନରେ ବିଭକ୍ତ କରାଯାଇ ଲକ୍‌ଡାଉନ୍ ୩.୦ ଜାରି କରାଯାଇଛି। ଅପିତୁ ଏହି ପର୍ଯ୍ୟାୟ ଲକ୍‌ ଡାଉନ୍‌ରେ କିଛି କଟକଣାକୁ କୋହଳ କରାଯାଇଛି। ସେହିପରି ରାଜ୍ୟରେ ମଧ୍ୟ କରୋନା ସଂକ୍ରମିତଙ୍କ ସଂଖ୍ୟାକୁ ଦେଖି ତିନୋଟି ଜୋନ୍‌ରେ ବିଭକ୍ତ କରାଯାଇଛି। ଗ୍ରୀନ୍‌ ଜୋନ୍‌ରେ ଥିବା ଜଗତସିଂହପୁର ଜିଲ୍ଲାରେ ୫ ଟି କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଏହି ଜିଲ୍ଲାକୁ ଏବେ ଅରେଞ୍ଜ ଜୋନ୍‌ରେ ପରିବର୍ତ୍ତନ କରାଯାଇଛି। ଲକ୍‌ ଡାଉନ୍‌ ଯୋଗୁଁ ଶ୍ରମିକମାନେ ବିଶେଷ ଭାବରେ କ୍ଷତିଗ୍ରସ୍ତ ହୋଇଛନ୍ତି। କାମ ଧନ୍ଦା ନ ପାଇଁ ଶ୍ରମିକମାନେ ଏବେ ନିଜ ନିଜ ଭିଟାମାଟିକୁ ଫେରିବାକୁ ଉଦ୍ୟମ କରୁଛନ୍ତି। ଏହି କ୍ରମରେ ଗତକାଲି ରାତିରେ ଜଗତସିଂହପୁରପୁରରେ କାମ କରୁଥିବା କିଛି ଶ୍ରମିକ କୌଣସି ଏକ ଗାଡି ଯୋଗେ ବାଲୁଗାଁ ଗାନ୍ଧି ଛକ ଠାରେ ପହଞ୍ଚିଥିଲେ। ଏବଂ ସେଠାରୁ ଗ୍ରାମକୁ ଯିବା ପାଇଁ ଚିଲିକା କୂଳକୁ ଚାଲି ଚାଲି ଯାଉଥିବା ବେଳେ ବାଲୁଗାଁ ପୋଲିସ ଦ୍ୱାରା ଅଟକ ରଖଯାଇଥିଲା। ବର୍ତ୍ତମାନ ସମୟରେ ସନ୍ଧ୍ୟା ୭ ଟାରୁ ସକାଳ ୭ ଟା ପର୍ଯ୍ଯନ୍ତ କର୍ଫ୍ଯୁ ଲାଗିରହିଛି। ବାଲୁଗାଁ ପୋଲିସ୍ ର ଏହି ସମୟରେ କଡା ପ୍ରହାର ରହିଥିବାରୁ ରାତି ୯ ଟା ସମୟରେ ସେମାନଙ୍କୁ ଧରି ଅଟକ ରଖିଥିଲା। ଏହାପରେ ଏହି ସମସ୍ତ ଶ୍ରମିକଙ୍କ ବାଲୁଗାଁ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା।

ଏହି ଶ୍ରମିକମାନେ କୃଷ୍ଣପ୍ରସାଦ ଗଡ (ପାରିକୁଦ)ର ବୋଲି ପୋଲିସ୍‌କୁ କହିଥିଲେ। ଜଗତସିଂହପୁର ତିର୍ତ୍ତୋଲର କୌଣସି ଏକ ପ୍ରାଇଭେଟ୍‌ କମ୍ପାନୀରେ କାମ କରୁଥିଲେ ଏହି ଶ୍ରମିକମାନେ। ପୋଲିସ୍‌ ଅଟକ ରଖିଥିବା ଶ୍ରମିକଙ୍କ ମଧ୍ୟରେ ଶିଶୁ ଓ ମହିଳାଙ୍କ ସମେତ ୧୨ ଜଣ ଲୋକ ରହିଛନ୍ତି। ପୋଲିସ୍‌  ସେମାନଙ୍କ ସରପଞ୍ଚ ସହ କଥା ହେବା ପରେ ସରପଞ୍ଚ ଆଜି ସକାଳୁ ଡ଼ଙ୍ଗା ସାହାଯ୍ୟରେ ସେମାନଙ୍କୁ ବାଲୁଗାଁ ଠାରୁ ତାଙ୍କ ଗ୍ରାମକୁ ନେଇଥିବା ସୂଚନା ରହିଛି। ଏହି କାର୍ଯ୍ୟରେ ବାଲୁଗାଁ ଆଇଆଇସି ରମାକାନ୍ତ ମାହାଲିକ ଓ ବାଲୁଗାଁ ପୋଲିସ୍‌ ଏଏସ୍‌ଆଇ ଦିଲ୍ଲୀପ ବିଶ୍ବାଳ ସହଯୋଗ କରିଥିଲେ ।

ଚିଲିକା ଜଗତସିଂହପୁର ବାଲୁଗାଁ
Share. Facebook Twitter LinkedIn Email WhatsApp Copy Link

Related Posts

ୟେମେନର ରାଷ୍ଟ୍ରପତି ଭବନରେ ହୁତି ଆକ୍ରମଣ: ୫ ମୃତ ଓ ୧୬ ଆହତ

October 16, 2026

୭.୦ ତୀବ୍ରତାର ଭୂକମ୍ପରେ ଥରିଲା ରୁଷର କାମଚାଟ୍‌କା ଉପଦ୍ୱୀପ

October 16, 2026

ଭାରତର ସବୁଠାରୁ ବଡ଼ ଆଇପିଓ ପୂର୍ବରୁ ଜିଓ ରଖିଲା ଆଗାମୀ ରୋଡମ୍ୟାପ୍

October 16, 2026

ଆଇଆଇଟି ବିଏଚୟୁ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତାରେ ସୋଆ ଛାତ୍ରଛାତ୍ରୀଙ୍କ ବାଜିମାତ୍‌

October 16, 2026
Latest News

ୟେମେନର ରାଷ୍ଟ୍ରପତି ଭବନରେ ହୁତି ଆକ୍ରମଣ: ୫ ମୃତ ଓ ୧୬ ଆହତ

October 16, 2026

୭.୦ ତୀବ୍ରତାର ଭୂକମ୍ପରେ ଥରିଲା ରୁଷର କାମଚାଟ୍‌କା ଉପଦ୍ୱୀପ

October 16, 2026

ଦୀପାବଳି ପୂର୍ବରୁ ବୋନସ୍ ଘୋଷଣା କଲେ କେନ୍ଦ୍ର ସରକାର: ଜାଣନ୍ତୁ କାହାକୁ ମିଳିବ ଉପହାର?

October 16, 2026

CJI ଙ୍କ ଉପରେ ବୟାନକୁ ନେଇ ସୁପ୍ରିମକୋର୍ଟଙ୍କ କାର୍ଯ୍ୟାନୁଷ୍ଠାନ: ସଞ୍ଜୟ ରାଉତଙ୍କଠାରୁ ମାଗିଲେ ସ୍ପଷ୍ଟୀକରଣ

October 16, 2026

ଭାରତର ସବୁଠାରୁ ବଡ଼ ଆଇପିଓ ପୂର୍ବରୁ ଜିଓ ରଖିଲା ଆଗାମୀ ରୋଡମ୍ୟାପ୍

October 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.