Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଅଫିସ୍‌ ପାଇଁ ନୂତନ ଗାଇଡ ଲାଇନ୍‌ ଜାରି କଲେ ସରକାର
ଆଜିର ଖବର

ଅଫିସ୍‌ ପାଇଁ ନୂତନ ଗାଇଡ ଲାଇନ୍‌ ଜାରି କଲେ ସରକାର

June 9, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ : କରୋନା ମୁକାବିଲା ପାଇଁ ଦେଶରେ ଚାରୋଟି ପର୍ଯ୍ୟାୟ ଲକ୍‌ଡାଉନ୍‌ ଜାରି କରାଯାଇଥିଲା । ଏବେ ପଞ୍ଚମ ପର୍ଯ୍ୟାୟ ଲକ୍‌ ଡାଉନ୍‌ ଅର୍ଥାତ୍‌ ଅନ୍‌ଲକ୍‌ 1.0 ଆରମ୍ଭ ହୋଇଛି। ତେବେ ଲକ୍‌ଡାଉନ୍‌ରେ ଜାରି କରାଯାଇଥିବା ଅନେକ ଗୁଡିଏ କଟକଣାକୁ ଏହି ପର୍ଯ୍ୟାୟରେ କୋହଳ କରାଯାଇଛି । ନିକଟରେ ବହୁ ସରକାରୀ ତଥା ମନ୍ତ୍ରାଳୟର ବହୁ ଅଧିକାରୀମାନେ କରୋନାରେ ସଂକ୍ରମିତ ହୋଇଥିବାର ଖବର ରହିଛି । ନିକଟରେ ପ୍ରତିରକ୍ଷା ସଚିବ କରୋନାରେ ଆକ୍ରାନ୍ତ ହୋଇଥିବାବେଳେ ଗତକାଲି ଶ୍ରମ ମନ୍ତ୍ରାଳୟ, ନିର୍ବାଚନ କମିଶନ, ପିଆଇବି କାର୍ଯ୍ୟାଳୟ ଆଦିରେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । କରୋନା ସଂକ୍ରମଣ ବୃଦ୍ଧି ରୋକିବା ପାଇଁ ସରକାର ନୂଆ ନିୟମ ଜାରି କରିଛନ୍ତି । ସରକାରୀ ବିଭାଗ ଓ କର୍ମଚାରୀଙ୍କ ପାଇଁ ନୂତନ ଗାଇଡଲାଇନ ଜାରି କରିଛନ୍ତି । ଜାରି ହୋଇଥିବା କଟକଣାକୁ କଡାକଡି ଭାବେ ପାଳନ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।  ସମସ୍ତ ଅଧିକାରୀଙ୍କୁ ଏହି ସମସ୍ତ ନିୟମ ମାନିବାକୁ ବାଧ୍ୟତାମୂଳକ କରାଯାଇଛି ।

ଲକ୍ଷଣବିହୀନ କର୍ମଚାରୀମାନେ ଅଫିସ ଆସିପାରିବାର ନିୟମ କରାଯାଇଥିବାବେଳେ । ସାଧାରଣ ଥଣ୍ଡା ଜ୍ବର ବା କାଶ ହେଉଥିଲେ ଘରେ ରହିବାକୁ ପରାମର୍ଶ ଦିଆଯାଇଛି । ସେହିପରି କଣ୍ଟେନେମଣ୍ଟ ଜୋନ୍‌  କୌଣସି ପ୍ରକାରର ଅଫିସ୍‌ କାର୍ଯ୍ୟାଳୟ ଖୋଲାଯାଇପାରିବ ନାହିଁ ।

20 ବା 20ରୁ କମ୍‌ ଅଫିସ୍‌ରେ କର୍ମଚାରୀ ଉପସ୍ଥିତ ରହିବେ । ସମେସ୍ତ ସାମାଜିକ ନିୟମ ପାଳନ କରିବା ଉପରେ ଗୁରୁତ୍ବ ଦିଆଯାଇଛି । ସେହିପରି ଅଫିସ୍‌ରେ କର୍ମଚାରୀମାନେ ଏକାଠି ହେବା କିମ୍ବା ବୈଠକ କରିବାକୁ ବାରଣ କରାଯାଇଛି ।

ସମସ୍ତ ଅଧିକାରୀ, କର୍ମଚାରୀ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି । ଏପରିକି ଡ୍ରାଇଭର, ସିକ୍ୟୁରିଟି ଗାର୍ଡ ଓ ଜଗୁଆଳୀମାନଙ୍କ ପାଇଁ ମଧ୍ୟ ମାସ୍କ ବାଧ୍ୟତାମୂଳକ କରାଯାଇଛି। ନିୟମିତ ସାବୁନରେ ହାତ ଧୋଇବାକୁ ପରାମର୍ଶ ଦିଆଯାଇଛି ।

କର୍ମଚାରୀ କିମ୍ବା ଭିଜିଟର ଅଫିସ୍‌ ପରିସରରେ ଛେପ ପକାଇ ପାରିବେ ନାହିଁ ବୋଲି ନିର୍ଦ୍ଦେଶ ଦିଆଯାଇଛି । ଛେପ ପକାଇବା ଦଣ୍ଡନୀୟ କାର୍ଯ୍ୟ । ତେଣୁ ଏଥିପାଇଁ ଜରିମାନା ମଧ୍ୟ ଆଦାୟ ହେବ ବୋଲି ସୂଚନା ରହିଛି ।

ସେହିପରି କଟକଣା ଖିଲାପ କଲେ ସମ୍ପ୍ରତି କର୍ମଚାରୀ ତଥା ଅଧିକାରୀଙ୍କ ବିରୋଧରେ ଶୃଙ୍ଖଳାଭଙ୍ଗ ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସୂଚନା ଦିଆଯାଇଛି ।

covid-19
Share. Facebook Twitter LinkedIn Email WhatsApp Copy Link

Related Posts

ଐତିହାସିକ ଆନ୍ତର୍ଜାତୀୟ ଯୋଗ ଦିବସ ୨୦୨୬ ଉତ୍ସବ ପାଇଁ ପ୍ରସ୍ତୁତ କୋଲକାତା

June 19, 2026

ରାଜ୍ୟରେ ପାଣିରେ ବୁଡ଼ି ମୃତ୍ୟୁ ରୋକିବା ପାଇଁ ମୁଖ୍ୟ ଶାସନ ସଚିବଙ୍କ ସମୀକ୍ଷା ବୈଠକ

June 19, 2026

ଏଲଏନଜି ଯୋଗାଣକୁ ମିଳିବ ଶକ୍ତି: ୬୨,୩୭୦ ମେଟ୍ରିକ୍ ଟନ୍ କାର୍ଗୋ ନେଇ ଦହେଜରେ ପହଞ୍ଚିବ ‘ଦିଶା’

June 19, 2026

କର୍ଣ୍ଣାଟକରେ ବିଜେପି ସହିତ ଖେଳ!: କ୍ରସ୍ ଭୋଟିଂ ମାଧ୍ୟମରେ ପାଞ୍ଚଟି ଆସନ ଜିତିଲା କଂଗ୍ରେସ

June 19, 2026
Latest News

ଐତିହାସିକ ଆନ୍ତର୍ଜାତୀୟ ଯୋଗ ଦିବସ ୨୦୨୬ ଉତ୍ସବ ପାଇଁ ପ୍ରସ୍ତୁତ କୋଲକାତା

June 19, 2026

ରାଜ୍ୟରେ ପାଣିରେ ବୁଡ଼ି ମୃତ୍ୟୁ ରୋକିବା ପାଇଁ ମୁଖ୍ୟ ଶାସନ ସଚିବଙ୍କ ସମୀକ୍ଷା ବୈଠକ

June 19, 2026

ଏଲଏନଜି ଯୋଗାଣକୁ ମିଳିବ ଶକ୍ତି: ୬୨,୩୭୦ ମେଟ୍ରିକ୍ ଟନ୍ କାର୍ଗୋ ନେଇ ଦହେଜରେ ପହଞ୍ଚିବ ‘ଦିଶା’

June 19, 2026

କର୍ଣ୍ଣାଟକରେ ବିଜେପି ସହିତ ଖେଳ!: କ୍ରସ୍ ଭୋଟିଂ ମାଧ୍ୟମରେ ପାଞ୍ଚଟି ଆସନ ଜିତିଲା କଂଗ୍ରେସ

June 19, 2026

ଲାଞ୍ଚ ମାମଲାରେ ମଞ୍ଚେଶ୍ୱର ଥାନା ଏଏସଆଇ ଓ ହୋମଗାର୍ଡଙ୍କୁ ଗିରଫ କଲା ଭିଜିଲାନ୍ସ

June 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.