Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମହାମାରୀ ସମୟରେ ମାସ୍କ କିଣାରେ କୌଣସି ଦୁର୍ନୀତି ହୋଇନାହିଁ : ସସ୍ମିତ ପାତ୍ର
ଆଜିର ଖବର

ମହାମାରୀ ସମୟରେ ମାସ୍କ କିଣାରେ କୌଣସି ଦୁର୍ନୀତି ହୋଇନାହିଁ : ସସ୍ମିତ ପାତ୍ର

June 11, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର : କରେନା ଭଳି ମହାମାରୀ ସମୟରେ ଲୋକଙ୍କ ଜୀବନ ବଞ୍ଚାଇବା ପାଇଁ ମାସ୍କ କିଣାରେ କୌଣସି ଦୁର୍ନୀତି ହୋଇନାହିଁ ବୋଲି ସାଂସଦ ତଥା ବିଜେଡି ମୁଖପାତ୍ର ସସ୍ମିତ ପାତ୍ର ଆଜି ସ୍ପଷ୍ଟ କରିଛନ୍ତି । ଏକ ସମ୍ବାଦିକ ସମ୍ମିଳନୀରେ ଶ୍ରୀ ପାତ୍ର 10 ଟଙ୍କାର ମାସ୍କକୁ 16 ଟଙ୍କାରେ କିଣା ଯିବାର ଯଥାର୍ଥତା ଓ ଏହା ପଛରେ ଥିବା ଯୁକ୍ତି ଉପସ୍ଥାପନ କରିଛନ୍ତି । ସେ କହିଛନ୍ତି ଯେ, କେବଳ ଓଡିଶା ନୁହେଁ ଦେଶରେ ଅନ୍ୟାନ୍ୟ ରାଜ୍ୟ ମଧ୍ୟ ଅଧିକ ଦରାରେ ମାସ୍କ କିଣିଛନ୍ତି । କାରଣ ଲକଡାଉନ ଯୋଗୁଁ ଉତପାଦନ ଖର୍ଚ୍ଚ ଭଢିଯିବାରୁ ମାସ୍କ ଯୋଗାଣକାରୀ ସଂସ୍ଥା ଗୁଡିକ ଏହାର ଦର ବୃଦ୍ଧି କରିଥିଲେ ଏବଂ ଏହାକୁ ଦୃଷ୍ଟିରେ ରଖି 10 ଟଙ୍କାର ମାସ୍କକୁ 16 ଟଙ୍କାକୁ ବଢାଇଦେଇଥିଲେ ।

ଶ୍ରୀ ପାତ୍ର କହିଥିଲେ ଯେ ଓଡିଶା ମାସ୍କକୁ 16 ଟଙ୍କାରେ କିଣିଥିବା ବେଳେ ଅନ୍ୟ ରାଜ୍ୟ ଗୁଡିକ ଏହାଠାରୁ ଯଥେଷ୍ଟ ଅଧିକ ଦରରେ କିଣିଥିଲେ । ଉଦାହରଣ ସ୍ୱରୂପ ଗୁଜୁରୁଟ 20 ଟଙ୍କା ଏବଂ କର୍ଣ୍ଣାଟକ18.74 ଟଙ୍କା, ତାମିଲନାଡୁ 15.96 ପାଇସା କିଣିଛନ୍ତି । କରୋନା ଭୟାବହତାକୁ ଦୃଷ୍ଟିକୁ ରଖି ଲୋକଙ୍କୁ ବଞ୍ଚାଇବା ଲକ୍ଷ୍ୟ ନେଇ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଏହି ମାସ୍କ କିଣା ଯାଇଛି । ଦେଶର ତଥା ରାଜ୍ୟର ଏଭଳି ଏକ ବିପତି ସମୟରେ କଂଗ୍ରେସ ଲୋକଙ୍କ ମନରେ ସନ୍ଦେହର ବାତାବରଣ ସୃଷ୍ଟି କରୁଛି ଏବଂ 4.5 କୋଟି ରାଜ୍ୟବାସୀ ଓ କରୋନା ଯୋଦ୍ଧାଙ୍କୁ ନିରୁତ୍ସାହିତ କରୁଛି । ଯଦି ବିପକ୍ଷ ଦଳଙ୍କ ନିକଟରେ କୌଣସି ପ୍ରମାଣ ଅଛି ତେବେ ସେମାନେ ପ୍ରଦାନ କରନ୍ତୁ । ତେବେ କଂଗ୍ରେସର ଏହି କୁତ୍ସିତ ରାଜନୀତିକୁ ରାଜ୍ୟବାସୀ କଦାପି କ୍ଷମା କରିବେ ନାହିଁ ବୋଲି ଶ୍ରୀ ପାତ୍ର ମତ ଦେଇଛନ୍ତି ।

covid19 mask sasmitpatra
Share. Facebook Twitter LinkedIn Email WhatsApp Copy Link

Related Posts

ଶୁଭମନ ଗିଲଙ୍କୁ ମିଳିବ ସବୁଠାରୁ ବଡ଼ ପୁରସ୍କାର: ଘୋଷଣା କଲା ବିସିସିଆଇ

March 14, 2026

୧୭୦ ଦିନ ପରେ ଯୋଧପୁର ଜେଲରୁ ମୁକୁଳିଲେ ସୋନମ ୱାଙ୍ଗଚୁକ୍, NSA ମଧ୍ୟ ପ୍ରତ୍ୟାହାର କଲେ ସରକାର 

March 14, 2026

ଆପଣଙ୍କ ଆକାଉଣ୍ଟରେ ଜମା ହୋଇନାହିଁ କି ସମ୍ମାନ ନିଧି ଟଙ୍କା?: ଏଠାରେ ଦାଖଲ କରନ୍ତୁ ଅଭିଯୋଗ

March 14, 2026

ଜେଲରୁ ମୁକ୍ତ ହେବେ ସୋନମ ୱାଙ୍ଗଚୁକ: ଲଦାଖ ହିଂସା ଉପରେ ମୋଦି ସରକାରଙ୍କ ନିଷ୍ପତ୍ତି

March 14, 2026
Latest News

ଶୁଭମନ ଗିଲଙ୍କୁ ମିଳିବ ସବୁଠାରୁ ବଡ଼ ପୁରସ୍କାର: ଘୋଷଣା କଲା ବିସିସିଆଇ

March 14, 2026

୧୭୦ ଦିନ ପରେ ଯୋଧପୁର ଜେଲରୁ ମୁକୁଳିଲେ ସୋନମ ୱାଙ୍ଗଚୁକ୍, NSA ମଧ୍ୟ ପ୍ରତ୍ୟାହାର କଲେ ସରକାର 

March 14, 2026

ଆପଣଙ୍କ ଆକାଉଣ୍ଟରେ ଜମା ହୋଇନାହିଁ କି ସମ୍ମାନ ନିଧି ଟଙ୍କା?: ଏଠାରେ ଦାଖଲ କରନ୍ତୁ ଅଭିଯୋଗ

March 14, 2026

ଜେଲରୁ ମୁକ୍ତ ହେବେ ସୋନମ ୱାଙ୍ଗଚୁକ: ଲଦାଖ ହିଂସା ଉପରେ ମୋଦି ସରକାରଙ୍କ ନିଷ୍ପତ୍ତି

March 14, 2026

ବଡ଼ ପରିବର୍ତ୍ତନ ଆଣିଲା CBSE: ଏବେ କପି କରି ଧାରା ହେଲେ ପାସ୍ ହେବା ଅସମ୍ଭବ

March 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.