କାଲି ସୁପ୍ରିମ୍‌କୋର୍ଟରେ ହେବ ରଥଯାତ୍ରା ଶୁଣାଣି

Published: Jun 21, 2020, 2:55 pm IST

ଭୁବନେଶ୍ବର: ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା ନେଇ କାଲି ସୁପ୍ରିମକୋର୍ଟରେ ଶୁଣାଣି ହେବ। କାଲି ଦିନ ୧୧ଟା ସମୟରେ ଜଣିକିଆ ବେଞ୍ଚରେ ଏହି ଶୁଣାଣି ହେବ। ଜଷ୍ଟିସ୍‌ ଏସ୍‌. ରବୀନ୍ଦ୍ର ଭଟ୍ଟଙ୍କ କୋର୍ଟରେ ଏନେଇ କାଲି ଶୁଣାଣି ହେବ। ଗତକାଲି ଭିଡିଓକଲ୍‌ ମାଧ୍ୟମରେ ଭର୍ଚୁଆଲ କୋର୍ଟ ନମ୍ବର ୩ରେ ଏହି ମାମଲାର ଶୁଣାଣି ହେବ। ସୁପ୍ରିମ୍‌କୋର୍ଟ ରଥଯାତ୍ରା ସ୍ଥଗିତ ହେବାକୁ ନିର୍ଦ୍ଦେଶ ଦେବା ପରେ ରଥଯାତ୍ରା ଉପରେ ପୁନର୍ବିଚାର କରିବା ପାଇଁ ଏକାଧିକ ପିଟିସନ ଦାୟର କରାଯାଇଛି।

ସୂଚନାଯୋଗ୍ୟ, ଗତ ୧୮ ତାରିଖରେ କରୋନା ମହାମାରୀକୁ ଦୃଷ୍ଟିରେ ରଖି ଚଳିତ ଥର ମହାପ୍ରଭୁ ଜଗନ୍ନାଥଙ୍କ ବିଶ୍ବପ୍ରସିଦ୍ଧ ରଥଯାତ୍ରାକୁ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାକୁ ନେଇ ସେବାୟତ, ଅନେକ ବୁଦ୍ଧିଜୀବୀମାନେ ବିରୋଧ କରିଥିଲେ। ସୁପ୍ରିମ୍‌କୋର୍ଟଙ୍କ ରାୟକୁ ସ୍ବାଗତ ଜଣାଇବା ସହିତ ଗଜପତି ମହାରାଜା ଓ ପୁରୀ ଶଙ୍କରାଚାର୍ଯ୍ୟ ବିନା ଭକ୍ତରେ ରଥଯାତ୍ରା ହେବା ନେଇ କହିଥିଲେ। ରଥଯାତ୍ରା ସ୍ଥଗିତକୁ ନେଇ ରାଜ୍ୟ ସରକାରଙ୍କୁ ମଧ୍ୟ ବିରୋଧୀ ବେଶ୍‌ ଟାର୍ଗେଟ କରିଛନ୍ତି। ଏପରିକି ଶଙ୍କରାଚାର୍ଯ୍ୟ ମଧ୍ୟ ରାଜ୍ୟସରକାରଙ୍କର ଏହା ଏକ ସୁଚିନ୍ତିତ ଷଡଯନ୍ତ୍ର ବୋଲି କହିଛନ୍ତି।

Related posts